ବଢ଼ିଲା ବିଏସ୍ଏଫ୍ର ବଳ । ଏଣିକି କେବଳ ସୀମାରେ ନୁହେଁ ସୀମା ଭିତରେ ପଶି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏସ୍ଏଫ୍ । ସୀମା ସୁରକ୍ଷା ବଳ ବା ବିଏସ୍ଏଫ୍ର କ୍ଷମତା ବୃଦ୍ଧି କରାଯାଇଛି ।
ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍ ଖାନ୍, ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି । ଆଜି ବି ତାଙ୍କୁ ମିଳିଲାନି ଜାମିନ । ସେ ଆହୁରି ୬ ଦିନ ପର୍ଯ୍ୟନ୍ତ ରହିବେ ଜେଲ୍ରେ । ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ପୁଣି ଥରେ ଆର୍ୟନ୍ଙ୍କ ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି...
ଜାମ୍ମୁ-କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିବା ଘଟଣାରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ ଅମିତ ଶାହ । ସିଧାସଳଖ ପାକିସ୍ତାନକୁ ଦେଲେ ଚେତାବନୀ ।
ପୁଣି ଏଥରେ ଫେରିଆସ । ବଲିଉଡ୍କୁ ପୁଣି ଫେରିଆସ ପ୍ରିୟଙ୍କା ! ହଲିଉଡ ବଲିଉଡ୍ ଅଭିନେତ୍ରୀ ତଥା ସୁନ୍ଦରୀ ପ୍ରିୟଙ୍କା ଚୋପଡ଼ା ଏବେ ପୁଣି ଚର୍ଚ୍ଚାରେ । ଏମିତିରେ ବି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।
ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।
ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା ।
ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ ।
ଦେଶର କିଛି ପ୍ରାଚୀନ ଓ ବଡ଼ ମନ୍ଦିରରେ ପ୍ରବେଶ ପୂର୍ବରୁ ରହିଛି ସ୍ୱତନ୍ତ୍ର ଡ୍ରେସକୋର୍ଡ ନିୟମ । ଅର୍ଥାତ୍ ସେବକ ହୁଅନ୍ତୁ କି କର୍ମଚାରୀ ଅବା ଭକ୍ତ, ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାଧ୍ୟ । ତାକୁ ଆଖିରେ ରଖି ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥା ଲାଗୁ ପାଇଁ...
ମେଧା ବନାମ ସାମାଜିକ ନ୍ୟାୟ । ଉଠିଯିବା ଉଚିତ୍ କି ମେଡିକାଲ ପଢିବା ଲାଗି ଉଦ୍ଦିଷ୍ଟ ନ୍ୟାସନାଲ ଏଲିଜିବିଲିଟି ଇଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ? ଏହାକୁ ନେଇ ବିତର୍କ ଭିତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ।
ଦିଲ୍ଲୀ ଲକ୍ଷ୍ମୀନଗର ରମେଶ ପାର୍କ ଅଞ୍ଚଳରୁ ଗିରଫ ହୋଇଛି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରଫ । ସେ ଏକ ବିରାଟ ଆକ୍ରମଣ କରିବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲା ବୋଲି କୁହାଯାଇଛି...
ରାଜ୍ୟ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ଜାତୀୟ ଦଳ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଅନ୍ୟପଟେ କଂଗ୍ରେସ କର୍ମୀଙ୍କ ଆଚରଣ ଦଳକୁ ଆହୁରି ମହଙ୍ଗା ସାବ୍ୟସ୍ତ ହେଉଛି । ଦଳ ବେଳକୁ ବାଳ ରସା ତଳକୁ ଯାଉଥିବା କୁହାଯାଉଛି ।
କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ ୧୯୫୬, ଧାରା 2(F) ଅନୁସାରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି ।
ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଥମିବାର ନାଁ ନେଉନି ରାଜନୀତି । ୟୁପି ସରକାର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଫେରାଦ ହୋଇଛି ଜାତୀୟ କଂଗ୍ରେସ ।
ମୋବାଇଲ ଛଡ଼ାଇ ନେବାରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଏପରି ଘଟଣା ଘଟିଛି କୋରାପୁଟ ସହର ଗୌତମ ନଗରରେ । ମୃତକ ହେଲେ ଗୌତମନଗରର ଶ୍ରୀନିବାସ ରାଓଙ୍କ ୧୩ ବର୍ଷ ବୟସର ପୁଅ ବି.ମନୋହର ।
ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି । ଚୀନ୍କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ ।
ହାତରେ ରେଞ୍ଚି ଖଣ୍ଡେ ଧରି ପାଟର୍ସକୁ ପାର୍ଟସ ଯୋଡ଼ି ଅବିଳମ୍ବେ ଚଳନ୍ତା ସାଇକେଲଟିଏ ଛିଡ଼ା କରି ଦେଉଥିବା ଲକ୍ଷ୍ମଣ ଆଜି ଯେ ତାଙ୍କ ସ୍ୱପ୍ନର ମଣିଷକୁ ସଠିକ୍ ବାଟରେ ଛିଡ଼ା କରି ପାରିଛନ୍ତି । ସେଥିରେ ଖୁସି ନହେବେ ବା କେମିତି ।
କରୋନା କାଳରେ ଶିଶୁଙ୍କ ପାଇଁ ଭଲ ଖବର । ପିଲାଙ୍କ ପାଇଁ ଆସୁଛି ଶକ୍ତିଶାଳୀ କରୋନା କବଚ । ଦେଶରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭିଡ୍ ଭ୍ୟାକସିନ୍ କୋଭାକ୍ସିନ୍ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶେଷଜ୍ଞ କମିଟି...
ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ହଟିଲା ସଂରକ୍ଷଣ ନେଇ ଥିବା ପ୍ରତିବନ୍ଧକ । ପ୍ରାୟ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ବିଧାନସଭାରେ ସଂଶୋଧିତ ପୌର ଆଇନ ପାରିତ ହେବା ପରେ ବିଧିବଦ୍ଧ ଭାବେ...
ଦେଶରେ ଦିନକୁ ଦିନ ଶକ୍ତି ସଂକଟ ଉତ୍କଟ ହେବାରେ ଲାଗିଛି । ଉତ୍ତରପ୍ରଦେଶ, ରାଜସ୍ଥାନ ପରେ କେରଳ ଏବେ ଶକ୍ତି ସଂକଟର ସାମନା କରିଛି । ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ରାଜସ୍ଥାନର ସହରାଞ୍ଚଳରେ ୨ ଘଣ୍ଟା ଓ ଗ୍ରାମାଞ୍ଚଳରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି...
ଛୋଟ ପିଲାଙ୍କୁ କରୋନା ଟିକା ଦେବାକୁ ମିଳିନି ଅନୁମତି । ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ସୁପାରିସ ଘଟଣାରେ ଭାରତୀ ପ୍ରବୀଣ ପାୱାର ନିଜର ପ୍ରତିକ୍ରିୟା ରଖିଛନ୍ତି ।