ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ହତ୍ୟା ଅଭିଯୋଗ ପରେ ହିଂସାକାଣ୍ଡ । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ସହ ପଞ୍ଜାବ ସରକାରଙ୍କ ଚାଷୀଙ୍କୁ ଅଣଦେଖା ନେଇ ବର୍ଷିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ପଞ୍ଜାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଣ୍ଡିରେ ଧାନ କିଣା ଅବଧି ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ବଢିବା ପରେ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି...
ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଆଇପିଏଲ୍ ୨୦୨୧ ରେ ନିଜର ୫୦୦ ରନ୍ ପୂରଣ କରିଛନ୍ତି । କ୍ରମାଗତ ଚତୁର୍ଥ ସିଜିନରେ ସେ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଏହା କରିପାରି ନାହାଁନ୍ତି ।
ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା ଦଳ ମଧ୍ୟରେ ଚାଲିଥିବା ଦିବା-ରାତ୍ର ଟେଷ୍ଟ ଡ୍ର ରହିଛି । ରବିବାର, ମ୍ୟାଚର ଚତୁର୍ଥ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୩୬ ରନ୍ ସଂଗ୍ରହ କରିଥିଲା ।
ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।
ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ୍ ଗିରଫ । ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍ ଖାନ୍ଙ୍କୁ ଗିରଫ କରିଛି ପୋଲିସ । ଏନ୍ସିବିର ସ୍ପେସାଲ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ସର୍ବାନନ୍ଦ ।
ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍ । ପୂର୍ବ ଭାରତରେ ପ୍ରଥମ ଥର ଏଭଳି ଏକ ବ୍ୟାଙ୍କ୍ ଖୋଲିବକୁ ଯାଉଛି । ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ନିମନ୍ତେ ଏହା ବେଶ୍ ମହତ୍ୱ ରଖିବ ।
ଏଥର ବି ପାର୍ବଣକୁ ପାଣିଚିଆ କରିଦେବ ମହାମାରୀ କରୋନା । ନା ଚମକିବ ମେଢ଼, ନା ଝଟକିବ ମଣ୍ଡପ । ମହାମାରୀ ମାଡ଼ରେ ଗତବର୍ଷ ଭଳି ଏଥର ବି ଖାଁ ଖାଁ ଲାଗିବ ଚତୁର୍ଦ୍ଦିଗ । କାରଣ ବିନା ବାଣ ରୋଷଣୀ ସହ ପାର୍ବଣକୁ ନିରାଡମ୍ବର ଭାବେ ପାଳିବା ପାଇଁ...
ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି...
ମୋବାଇଲ ଗେମ୍ର ମାୟାରେ ବାୟା କିଶୋର କିଶୋରୀ ଓ ଯୁବପିଢ଼ି । ପବ୍ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ । ଏହି ସବୁ ମୋବାଇଲ ଗେମ୍, ପିଲାଙ୍କ ପାଇଁ ଆଡିକ୍ସନ ବା ଏକପ୍ରକାର ନିଶା ପାଲଟି ଯାଉଛି ।
ଓଡ଼ିଶାର ଦୁଇ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନମୋହନ ରେଡ୍ଡୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସେ ଚିଠି ଲେଖିଛନ୍ତି ।
ହରିୟାଣାରେ ପୁଣି ଚାଷୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଝଜ୍ଜରରେ ଦୁଶ୍ୟନ୍ତଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଚାଷୀ ।
ରାଜଧାନୀ ଭବନେଶ୍ୱରରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଖାଲି ସେତିକି ନୁହେଁ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଷ୍ଟାର ପିଣ୍ଟୁ ।
ପୋଲିସ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାର ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଲା ଏଚଆରପିସିର ଦୁଇ ଜଣିଆ ଟିମ୍ । ଗତ ସେପ୍ଟେମ୍ବର ୨୫ ତାରିଖରେ ପୋଲିସ ହେପାଜତରେ ବରଗଡ଼ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିଲା ।
ପିପିଲିରେ ଏଥର ୭୮ ପ୍ରତିଶତ ଭୋଟ୍ ପଡିଛି । ୨୦୧୪ ଓ ୨୦୧୯ ତୁଳନାରେ ଏଥର ପିପିଲିରେ ଭୋଟ୍ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ । ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ନିଲାମି ପ୍ରକ୍ରିୟାରେ ଏୟାର ଇଣ୍ଡିଆକୁ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ନିଲାମି ପ୍ରକ୍ରିୟାରେ କିଏ ଜିତିଛି ସେନେଇ କୌଣସି ଘୋଷଣା ହୋଇନଥିବା କହିଛନ୍ତି ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସଂପତ୍ତି ପରିଚାଳନା ବିଭାଗ ସଚିବ ।
ବୁର୍ଲା ଭିସୁଟର ଜଣେ ଛାତ୍ରଙ୍କୁ ମାଡ଼ ମରା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ । ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଲେଖାଏଁ ଓ ଅନ୍ୟ ୧୦ ଛାତ୍ରଙ୍କୁ ବର୍ଷେ ଲେଖାଏଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି
ବଢ଼ି ଚାଲିଛି ଧନୀ-ଗରିବ ତାରତମ୍ୟ । ବଢୁଛି ଧନୀଙ୍କ ଧନ ପରିମାଣ, ଅଧିକରୁ ଅଧିକ ଗରିବ ହେଉଛନ୍ତି ନିର୍ଧନ । କରୋନା ସଂକ୍ରମଣ କାଳରେ ଏହି ପ୍ରଭେଦ ମାତ୍ରାଧିକ ବୃଦ୍ଧି ପାଇଥିବା NSO ସର୍ବେକ୍ଷଣରୁ ନଜରକୁ ଆସିଛି ।
ହାତକୁ କ୍ୟାପ୍ଟେନ୍ଙ୍କ ବାଏ ବାଏ । କହିଲେ କଂଗ୍ରେସରେ ରହିବିନି, କିନ୍ତୁ ବିଜେପିକୁ ଯିବିନି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୧୦ ଦିନ ପରେ, ନିଜର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂପର୍କରେ ମୁହଁ ଖୋଲିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ ।