• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ ୧୯୫୬, ଧାରା 2(F) ଅନୁସାରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଣିକି ୟୁଜିସି ଅଧିନିୟମ ଅନୁସାରେ ପ୍ରାବଧାନ ଥିବା ସମସ୍ତ ପ୍ରକାର ଅନୁଦାନ ଏହି ଅଳନୁଷ୍ଠାନକୁ ମିଳିବ । କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁଦାନ ଏଣିକି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିବ ବୋଲି ସ୍ପଷ୍ଟ ହୋଇଛି । ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ଧର୍ମେନ୍ଦ୍ର କହିଛନ୍ତି । ଉତ୍କଳ ଗୌରବ ମଧୁବାବୁଙ୍କ ନାମରେ ନାମିତ ଆଠ ଦଶନ୍ଧିର ପୁରୁଣା ଅନୁଷ୍ଠାନ ଏହି ଅଞ୍ଚଳର ସର୍ବୋତ୍ତମ ଆଇନ କଲେଜ ମଧ୍ୟରୁ ଅନ୍ୟତମ କହିଛନ୍ତି ଧର୍ମେନ୍ଦ୍ର ।