ମମିତା ମେହେର ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ବଢ଼ୁଛି ଲୋକଙ୍କ ଆକ୍ରୋଶ । ତାଙ୍କ ଇସ୍ତଫା ଦାବି କରି ପ୍ରାୟ ଜିଲ୍ଲାରେ ରଣ ହୁଙ୍କାର ଦେଉଛନ୍ତି ବିରୋଧୀ ।
୫ ଦିନିଆ ରିମାଣ୍ଡରେ ଯିବ ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ମଂଜୁର କରିଛନ୍ତି ।
ସୋସିଆଲ ମିଡିଆ ଏମିତି ଏକ ସ୍ଥାନ ଯେଉଁଠି, ପ୍ରତି ସେକେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେ ଖବର ପ୍ରସାରଣ ହେଉ କିମ୍ବା କୌଣସି ସାମଗ୍ରୀକୁ ନେଇ କିମ୍ବା କୌଣସି ବିଚାରଧାରା ।
LACରେ ଚୀନ ସେନାକୁ ତ୍ରିଶୁଳ ଓ ବଜ୍ରରେ ଜବାବ ଦେବ ଭାରତୀୟ ସେନା । ସୀମାନ୍ତରେ ସେନାର ମୁକାବାଲି ପାଇଁ ପ୍ରସ୍ତୁତ ହୋଇଛି ଅତ୍ୟାଧୁନିକ ଅଣ ଘାତକ ତ୍ରିଶୁଳ ଓ ବଜ୍ର ।
ବର୍ତ୍ତମାନ ସମୟରେ ବିରାଟ କୋହଲି ସବୁଠାରୁ ବଡ଼ ବ୍ୟାଟ୍ସମ୍ୟାନ୍ । ଟେଷ୍ଟ କ୍ରିକେଟ୍ଠାରୁ ଆରମ୍ଭ କରି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବି ବିରାଟଙ୍କ ଦବଦବା । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ସୁଦ୍ଧା ୨୩ ହଜାର ରନ୍ ପୁରା କରିସାରିଲେଣି ।
ନେଟଓ୍ୱର୍କ ନାହିଁ ତ ଭୋଟ୍ ନାହିଁ। ମୋବାଇଲ୍ ନେଟଓ୍ୱର୍କ ଆସୁନଥିବାରୁ ତାତିଲେ କନ୍ଧମାଳ ରାଇକିଆର କରଡ଼ା ପଞ୍ଚାୟତବାସୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋବାଇଲ୍ ଟାଓ୍ୱାର ନ ବସିଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ।
ନୌସେନାରୁ ଅବସର ପରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ନବରଙ୍ଗପୁରର ଅଜୟ କୁମାର ମାଡାଙ୍ଗି । କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ ବୋଲି କୁହନ୍ତି ଅଜୟ ।
ପଞ୍ଚାୟତ ଆସନ ସଂରକ୍ଷଣ ବ୍ୟବସ୍ଥାରେ ଓବିସିଙ୍କୁ ଅଣଦେଖା ଅଭିଯୋଗ I ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ପାଳନ ଡାକରା ଦେଇଛି ଜିଲ୍ଲା ଓବିସି ମଞ୍ଚ ।
ପୋଲିସ୍ ହେପାଜତରୁ ଚମ୍ପଟ ଗୋବିନ୍ଦ ସାହୁ,ବଲାଙ୍ଗିର ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ I ଗତକାଲି ରାତିରୁ ଟିଟିଲାଗଡ଼ ପୋଲିସ୍ ବ୍ୟାରେକରୁ ଫେରାର୍ ।
ଆକାଶ ଛୁଆଁ ପରିବା ଦରକୁ ଦେଖି ଚିନ୍ତାରେ ଖାଉଟି। ସାରା ରାଜ୍ୟରେ ପରିବା ଦର ବୃଦ୍ଧିକୁନେଇ ମୁଣ୍ଡରେ ପଡିଲାଣି ଚଡକ।
ସାରା ରାଜ୍ୟରେ ପେଟ୍ରୋଲ ଦର ବଢୁଥିବା ନେଇ କଲବଲ ହେଲେଣି ଲୋକେ। ବେଲଗାମ ଦରକୁ ନେଇ ଚିନ୍ତାରେ ଖାଉଟି ।
ସୁରତରେ ଏକ ପ୍ୟାକେଜିଂ କମ୍ପାନିରେ ବଡଧରଣର ଅଗ୍ନିକାଣ୍ଡଘଟି ବିପୁଳ କ୍ଷତି । ପାଖାପାଖି ଶହେ ଉର୍ଦ୍ଦ ଲୋକେ ଆହାତ ହୋଇଥିବା ସୂଚନା ମିଳିଛି।
ଗୁଜରାଟର ସୁରଟସ୍ଥିତ କଡ଼ୋଦରାର ଗୁଜୁରାଟ ୱଦ୍ୟୋଗିକ ବିକାଶ ନିଗମରେ ଭୟବହ ଅଗ୍ନିକାଣ୍ଡ । ବିବା ପ୍ୟାକେଜିଂ ମିଲ୍ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁରୁ ବଞ୍ଚିବା ପାଇଁ କିଛି ଶ୍ରମିକ ୫ ମହଲା ଉପରୁ ତଳକୁ ଡେଇଁପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି ।
କେରଳର କିଛି ଜିଲ୍ଲାରେ ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି । ଏହି ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପ୍ରାୟ ଏବେ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସ୍କଟ୍ଲ୍ୟାଣ୍ଡ । ଓପନିଂ ମ୍ୟାଚ୍ରେ ବାଂଲାଦେଶକୁ ହରାଇ ସ୍କଟ୍ଲ୍ୟାଣ୍ଡ ଏକ ନୂଆ ଇତିହାସ ରଚିଲା । ତେବେ ଏହି ବିଜୟ ପଛର ନାୟକ କ୍ରିସ୍ ଗ୍ରୀବ୍ସ କହିଛନ୍ତି, ‘ଏହା ଅବିଶ୍ୱସନୀୟ ଥିଲା ।
ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍ ଟିମ୍ ସହ ଯୋଡ଼ି ହୋଇଛନ୍ତି । ସେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବିରାଟ୍ ବାହିନୀର ମେଣ୍ଟର ଭାବେ କାମ କରିବେ ।
କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।
ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ରିମାଣ୍ଡରେ ଯିବେ ଅମ୍ରିତ-ଦିନେଶ-ମୃତ୍ୟୁଞ୍ଜୟ । ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ଇନ୍ଫୋସିଟି ପୋଲିସ । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର JMFC କୋର୍ଟଙ୍କ ନିକଟରେ ଆବେଦନ କରିଥିଲା ପୋଲିସ ।