୧୦ ଟଙ୍କିଆ ନୋଟ୍ ଦେଲେ ମିଳିବ ୩୦ ହଜାର ଟଙ୍କା। ହୁଏତ ଏହି ଖବର ଶୁଣିବା ପରେ ଆପଣ କହିବେ ଏହା ଗୁଜବ ବୋଲି। କିନ୍ତୁ ଏହା ପୂରା ସତ୍ୟ। ଯଦି ଆପଣଙ୍କ ଘରେ କେଉଁଠାରେ ବି ଏକ ନିର୍ଦ୍ଧିଷ୍ଟ ପ୍ରକରର ୧୦ ଟଙ୍କିଆ ଥାଏ ତେବେ ଆପଣମାନେ...
ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ଅନେକ ରାଜ୍ୟ ମଧ୍ୟ ଲକଡାଉନ୍ କୋହଳ କରିବା ସହ ଲକଡାଉନ୍ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି
ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକର ଦ୍ୱିତୀୟ ବିବାହକୁ ରୋକିବା ଲାଗି SDM ଙ୍କ ପାଖରେ ଗୁହାରି କରିଛନ୍ତି ପ୍ରେମିକା। SDM ଙ୍କୁ ନିଜ ଅଫିସରେ ଭେଟିବା ସହ ସର୍ବସମ୍ମୁଖରେ କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇଛନ୍ତି ଜଣେ ପ୍ରେମିକା
ଜୁନ୍ ୧୪ ତାରିଖ ରାତି ପ୍ରାୟ ୧୦ ଟା ହେବ। ହାଇଦ୍ରାବାଦ୍ର ବାସିନ୍ଦା ରୋବିନ ମୁକେଶ ହୋଟେଲ୍ରୁ ଖାଇବା ଅର୍ଡର କରିଥିଲେ।ଆଉ ଏହି ଡେଲିଭରି ଦାୟିତ୍ୱ ଜୋମାଟୋର ଏକଜ୍ୟୁକିଟିଭ୍ ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ହେଲେ ଖାଇବା ଡେଲିଭରି କରିବା ପାଇଁ ତାଙ୍କ ପାଖରେ ଗାଡ଼ି ନଥିଲା
ମଣିଷଙ୍କ ପରେ ଏବେ ବନ୍ୟ ଜନ୍ତୁଙ୍କୁ ମଧ୍ୟ ଆକ୍ରମଣ କଲାଣି କରୋନା। ଚେନ୍ନାଇ ଏରିଗ୍ନର ଚିଡ଼ିଆଖାନାର ୪ଟି ସିଂହଙ୍କୁ କରୋନା ହୋଇଥିବା ଜଣାପଡ଼ିଛି।
ଶ୍ରୀକ୍ଷେତ୍ର ସହ ତୁଳସୀ କ୍ଷେତ୍ରର ସଂପର୍କ ଥିବାରୁ କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି। ପ୍ରେସମିଟ୍ରେ ଏନେଇ ଦାବି ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର
ଦେଶରେ ଲଗାତାର ଭାବରେ କମିଚାଲିଛି ସଂକ୍ରମଣ। ତେବେ ପୂର୍ବ ମାସରେ ଅର୍ଥାତ୍ ମେ ମାସରେ ସଂକ୍ରମଣ ଶିଖର ଛୁଇଁଥିଲା କିନ୍ତୁ ସେହିଦିନ ଠାରୁ ବର୍ତ୍ତମାନ ସମୟ ସୁଦ୍ଧା ପ୍ରାୟ ୮୫ ପ୍ରତିଶତ ସଂକ୍ରମଣ ହ୍ରାସ ପାଇଛି ବୋଲି ସୂଚନା ମିଳିଛି।
କରୋନାକୁ ନେଇ WHO ବା ହୁ ବଡ଼ ମନ୍ତବ୍ୟ ଦେଇଛି। କହିଛି, ବିଶ୍ୱର ୨୯ ଦେଶରେ ପୁଣି ଥରେ କରୋନାର ନୂଆ ଭ୍ୟାରିଆଂଟ୍ ମିଳିଛି। ଏହି ମାରାତ୍ମକ ଭୂତାଣୁ ଦକ୍ଷିଣ ଆମେରିକାରୁ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛି। ଆଉ ଏହାର ନାମ (Lambda) ବୋଲି କୁହାଯାଇଛି
ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି।
ଛତିଶଗଡ଼ ସୁକୁମା ଜିଲ୍ଲା ଚନ୍ଦାମେଟା ଜଙ୍ଗଲରେ DRG ଯବାନ ଏନ୍କାଉଣ୍ଟର କରିଛନ୍ତି। ଏନକାଉଣ୍ଟର୍ରେ ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ ହୋଇଛନ୍ତି
କରୋନା ମହାମାରୀ ଲୋକଙ୍କ ନିଦ ହଜାଇଥିବା ବେଳେ ଏବେ ଟେନ୍ସନ୍ ଦେଉଛି ବ୍ଲାକ୍ପଙ୍ଗସ୍। ମହାମାରୀ ପରି ବ୍ୟାପୁଛି ଏହି ରୋଗ। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି। ସୂଚନା ଅନୁସାରେ, ମୁମ୍ବାଇର ତିନି ଜଣ ପିଲଙ୍କୁ ବ୍ଲାକ୍ ଫଙ୍ଗସ୍ ହୋଇଥିଲା।
ସାରା ଦେଶରେ କ୍ରମାଗତ ଭାବରେ ବଢୁଛି ତୈଳ ଦର। ଅନେକ ସ୍ଥାନରେ ଏବେ ୧୦୦ ଟଙ୍କା ଉପରେ ରହିଛି ତେଲ ଦର। ତେବେ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏପରି ଦରବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି
ଦୁନିଆରେ ଏମିତି ଏକ ଆମ୍ବ ଗଛ ଅଛି ଯାହାକୁ ଜଗିବାକୁ ମାଲିକ ୪ ଜଣ ସୁରକ୍ଷାକର୍ମୀ ଓ ୬ଟି ବିଦେଶୀ କୁକୁରକୁ ଜଗାଇଛନ୍ତି। ଜାପାନି ମିୟାଜିକି ପ୍ରଜାତିର ଆମ୍ବ ଗଛକୁ ଜଗିବା ଲାଗି ଏହିପରି ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି
ଦୁନିଆରେ ଏମିତି ଏକ ରାସ୍ତା ରହିଛି ଯେଉଁ ରାସ୍ତାରେ ଗଲେ ଆପଣଙ୍କ ଡ଼ର ଲାଗିବ। ଯଦି ଆପଣ ଆଡଭେନଚର୍ ପ୍ରିୟ ତେବେ ରୋଲର କୋଷ୍ଟରରେ ତ ନିଶ୍ଚୟ ରାଇଡ୍ କରିଥିବେ କିନ୍ତୁ ରାସ୍ତା ଯଦି ରୋଲର କୋଷ୍ଟର ଭଳି ହୋଇଥିବ ତେବେ କଣ ହେବ?
ପୂର୍ବ ଶତୃତାକୁ ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ର୍ନିମମ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଟାଉନ ଥାନା ଠାକୁରପଡା ଗ୍ରାମ ନୁଆସାହିରେ।
କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି? କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି? ଏନେଇ ଆଜିଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନ ଧରି କୋରାପୁଟ, ରାୟଗଡା ଓ ଗଂଜାମ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ କରାଯାଉଛି
ପାଣି ପାଇଁ ମହିଳାଙ୍କ ପଦ ଯାତ୍ରା। ଟିଟିଲାଗଡ ସହର ଚାରଭଟା ଓ ସିଲପଡା ଗାଁରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏନେଇ ଗାଁ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି
IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ଅଭୟଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ଏନେଇ ସୂଚନା ଦେଇଛନ୍ତି
ମହାମାରୀ କରୋନା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଖରାପ୍ କରିଥିବା ବେଳେ, ନିମ୍ନ ମଧ୍ୟବିତ୍ତ ଓ ଖଟିଖିଆ ଲୋକଙ୍କ ମେରୁଦଣ୍ଡ ଉପରେ ଯେମିତି ଶକ୍ତ ପ୍ରହାର କରିଛି । ପ୍ରଥମ ଲହର ପରେ ଦ୍ଵିତୀୟ ଲହର ତାଲା ବନ୍ଦର ପ୍ରଭାବ ଲୋକଙ୍କ ପାଇଁ ଅନେକ ଯନ୍ତ୍ରଣା ଆଣିଦେଇଛି
୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର। କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର