Advertisment

ଦୁର୍ନୀତିଗ୍ରସ୍ତ ଓ ଅପାରଗ ୮ ଅଧିକାରୀଙ୍କୁ ବିଦା କଲେ ଓଡ଼ିଶା ସରକାର

ଦୁର୍ନୀତିଗ୍ରସ୍ତ ଓ ଅପାରଗ ୮ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
compulsory retirement

compulsory retirement

ଭୁବନେଶ୍ୱର: ରାଜ୍ୟର ଆଉ ୮ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବିଦା କଲେ ରାଜ୍ୟ ସରକାର। ଦୁର୍ନୀତି ଓ ଅପାରଗତା ପାଇଁ ୮ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ଅଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରିସାରିଲେଣି ରାଜ୍ୟ ସରକାର।

Advertisment

ରାମଚନ୍ଦ୍ର ଜେନାଙ୍କ ବିରୋଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ରାମଚନ୍ଦ୍ର ଜେନାଙ୍କ ବ୍ୟତୀତ ଏହି ୮ ଅଧିକାରୀଙ୍କ ମଧ୍ୟରେ ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ତଥା ଓଏଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତି, ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ବା ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବିଡିଓ ଆଲଫୋନ୍ସ ବିଲୁଙ୍ଗ, କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଲାଞ୍ଜିଗଡ ବ୍ଲକର ସିଡିପିଓ ମୀନା ପାତ୍ର, କଳାହାଣ୍ଡି ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଚଳି ରଥ, ଦେବଗଡର ପୂର୍ବତନ ଅବକାରୀ ଉପ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଓ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କ୍ୟାସିଅର ପ୍ରଭାକର ପ୍ରଧାନ ଅଛନ୍ତି। 

ସୂଚନାଥାଉ କି, କିଛିଦିନ ପୂର୍ବେ ରାଜ୍ୟ ସରକାର ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ୪ ଜଣଙ୍କ ମଧ୍ୟରେ ୨ ଜଣ ଓଏଏସ୍, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଥିଲେ। 

Advertisment
Compulsory Retirement Odisha
Advertisment
Advertisment