ଏଣିକି ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ କମ୍ପାନୀ ବଦଳାଇଲେ EPF ଆକାଉଣ୍ଟ ଟ୍ରାନ୍ସଫର ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏପରିକି ଆପଣଙ୍କୁ ଗୋଟିଏ କମ୍ପାନୀରୁ ଚାକିରି ଛାଡ଼ୁଛାଡ଼ୁ ଆଉ EPF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ପଡ଼ିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖୁବ୍ଶୀଘ୍ର ବ୍ୟବସ୍ଥା ହେବାକୁ ଯାଉଛି।
ମଦ ପିଇବେନି ବୋଲି ଶପଥ ନେଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ମଦ ବିରୋଧୀ ଆଇନ୍ ରାଜ୍ୟରେ ଫେଲ୍ ମାରିବା ପରେ ଏଭଳି ଶପଥ ନେଇଛନ୍ତି ବିହାରର ପୋଲିସ୍ କର୍ମୀ।
କରୋନାର ନୂଆ ଭ୍ୟାରିଏଣ୍ଟ୍ ‘ଓମିକ୍ରନ’କୁ ନେଇ ଚିନ୍ତା । ଏହି ନୂଆ ଭାରିଏଣ୍ଟ୍ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି। ଏହା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି।
ଏଣିକି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ। ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ଏଭଳି ଅଜବ ନିୟମ ଆଣିଛନ୍ତି।
ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଏବେ ଚିନ୍ତାର କାରଣ ପାଲଟିଛି। ସେପଟେ ସ୍କୁଲ୍କୁ ସ୍କୁଲ୍ ଡେଉଁଛି କରୋନା।
ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ।
ଭିଜିଲାନ୍ସ ଇତିହାସରେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ ନୂଆ ରେକର୍ଡ କରିଛନ୍ତି। ତାହା ପୁଣି ଭଲରେ ନୁହେଁ ମନ୍ଦରେ । ଭିଜିଲାନ୍ସ ରେଡ୍ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ OPHWCର ପ୍ରତାପ ସାମଲଙ୍କୁ ଟପି ଯାଇଛନ୍ତି।
କାଳ ହେଲା ମହାନଦୀରେ ଗାଧୋଇବା। ଘରୁ ସାଇକେଲ୍ରେ ସ୍କୁଲ୍ ବାହାରି ଯାଇଥିଲେ ୪ ଛାତ୍ର। ହେଲେ ଆଉ ଘରକୁ ଫେରିନଥିଲେ। ଶେଷରେ ମହାନଦୀରୁ ମିଳିଲା ମୃତଦେହ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍କୁ ନେଇ ଏବେ ଚିନ୍ତା ବଢ଼ିଛି। ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଦେଖିବାକୁ ମିଳିଛି।
କେତେକ ଦେଶରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୦୨୧ ମସିହା, ନଭେମ୍ବର ମାସ ୨୬ ତାରିଖ, ଶୁକ୍ରବାର, ବିଛା ୧୧ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ସପ୍ତମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ....
୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍ ଭିଡିଓ ମଧ୍ୟ କରିଥିଲେ। ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଭାରତ-ମିଆଁମାର ସୀମାରେ ଶୁକ୍ରବାର ସକାଳେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ଭୋର ୫ଟା ୧୫ ମିନିଟ୍ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ତେବେ ସକାଳ ୫ଟା ୫୩ ମିନିଟ୍ରେ ଦ୍ୱିତୀୟ ଥର ପାଇଁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା ବୋଲି ସୂଚନା ମିଳିଛି।
ଗୋଟିଏ ପଟେ ସୁବର୍ଣ୍ଣପୁରରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିରୋଧୀ ଦଳ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଛି।
ମହାନଦୀରୁ ଗତକାଲି ଉଦ୍ଧାର ହୋଇଥିବା ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୩ ଜଣ ଛାତ୍ର ନିଖୋଜ ଅଛନ୍ତି। ଗତକାଲି ୪ ଛାତ୍ର ସାଇକେଲ୍ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ।
ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେଲା ଥଣ୍ଡା, କାକର ସହି ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। କରୋନା ଏହାର ଲକ୍ଷଣ ବଦଳାଉ ଥିବାବେଳେ ଲୋକେ ବାହାରେ କଟକଣା ମାନୁ ନାହାନ୍ତି। ଯାହାକି ଏହା ଆଗକୁ ବିପଦ ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ହାର ବଢିଛି । ଏବେ ଭାରତରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦। ତେବେ ଦେଶରେ ଏବେ ଜନସଂଖ୍ୟା ସ୍ଥିର ରହିଥିବା ସର୍ବେକ୍ଷଣରୁ ଜଣାପଡିଛି ।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ସଂକ୍ରମଣ କମିବା ପରେ ପୁଣିଥରେ ସଂକ୍ରମଣ ବଢ଼ୁଥବି ଦେଖିବାକୁ ମିଳିଛି।
ଓଟିଭି ଦିଲ୍ଲୀରେ କାର୍ଯ୍ୟରତ କ୍ୟାମେରାମ୍ୟାନ୍ ଗୋପାଳ ପ୍ରସାଦ ବର୍ମାଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାରରେ ସମ୍ମାନିତ କରାଯାଇଛି।