Advertisment

୨ ବର୍ଷ ଶିଶୁର ମୃତ୍ୟୁ ପରେ ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ, ହେଲେ ଧରାପଡ଼ିଗଲେ...

ଦେହରେ ବାଉଁଶ ବାଜି ଯିବାରୁ ଚାଲିଗଲା ୨ ବର୍ଷର ପୁଅ ଜୀବନ। ଗାଁ ଲୋକଙ୍କ ଭୟରେ ୨ ବର୍ଷର ପୁଅର ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ ଜଣେ ମହିଳା ଓ ତାଙ୍କର ୧୬ ବର୍ଷୀୟ ପୁଅ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minor Boy, Mother Held On Murder Charges

Minor Boy, Mother Held On Murder Charges

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଙ୍ଗଳପୁର ଗାଁର ୨ ବର୍ଷର ସୌମ୍ୟ ଭୋଇଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାସ୍‌ ହୋଇଛି। ମାମଲାରେ ପୋଲିସ ଗାଁର ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କର ୧୬ ବର୍ଷୀୟ ପୁଅକୁ ହେପାଜତକୁ ନେଇଛି।

Advertisment

ବିରିଡି ପୋଲିସ୍‌ର କହିବା ଅନୁସାରେ, ଘଟଣା ଦିନ ସୌମ୍ୟ ଗାଁରେ ଖେଳୁଥିଲେ। ତେବେ ଅଟକ ଥିବା ନାବାଳକ ସେହି ରାସ୍ତା ଦେଇ ବାଉଁଶ ନେଇ ଯାଉଥିଲେ। ସୌମ୍ୟଙ୍କ ଦେହରେ ଏହି ବାଉଁଶ ବାଜି ଯିବା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା। ନାବାଳକ ଜଣକ ଏକଥା ନିଜ ମା’ଙ୍କୁ ଜଣାଇବା ପରେ ଗାଁ ଲୋକଙ୍କ ଭୟରେ ସୌମ୍ୟଙ୍କୁ ନେଇ ପାଖରେ ଥିବା ଜଳାଶୟରେ ଫୋପାଡ଼ି ଦେଇଥିଲେ।  ଏହାପରେ ସୌମ୍ୟ ଜଣେ ଫେରିବାଲା ସହ କେଉଁ ଆଡ଼େ ଯାଉଥିବା କଥା ନାବାଳକଙ୍କ ମା’ କହିଥିଲେ। ତେବେ ପୋଲିସ୍ ତଦନ୍ତ କରି ଘଟଣା ସମ୍ପର୍କରେ ସୁରାକ୍ ପାଇଥିଲା। ଅଭିଯୁକ୍ତଙ୍କୁ ହେପାଜତକୁ ନେବା ପରେ ଘଟଣା ସମ୍ପର୍କରେ ପୋଲିସ୍‌ ଅଧିକ ପ୍ରମାଣ ଯୋଗାଡ଼ କରୁଛି।

ସୂଚନା ଅନୁସାରେ, ଗତ ୮ ତାରିଖ ଦିନ ସୌମ୍ୟ ମା’ଙ୍କ ସହ ଶଙ୍କରପୁର ସ୍ଥିତ ମାମୁ ଘରକୁ ବୁଲିବାକୁ ଯାଇଥିଲେ। ସେହି ଦିନ ମଧ୍ୟାହ୍ନରେ ଘର ପାଖରେ ଖେଳୁଥିବା ବେଳେ ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବିରିଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ନିଖୋଜ ସୌମ୍ୟଙ୍କ ପତ୍ତା ମିଳିପାରିନଥିଲା।

Advertisment

ଗତ ୧୦ ତାରିଖ ସକାଳେ ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ଜୋର ମଧ୍ୟରୁ ସୌମ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୌମ୍ୟଙ୍କ ମା’ ଏବଂ ମାମୁ ଘର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ସେହି ଗାଁର ଜଣେ ମହିଳାଙ୍କୁ ଗିରଫ କରିବା ସହ  ତାଙ୍କର ୧୬ ବର୍ଷୀୟ ପୁଅକୁ ହେପାଜତକୁ ନେଇଛି।

Murder Minor Boy Death
Advertisment
Advertisment