Advertisment

ଆୟକର ରିଟର୍ଣ୍ଣ ଦାଖଲର ଆଜି ଶେଷ ଦିନ: ସନ୍ଧ୍ୟା ସୁଦ୍ଧା ଦାଖଲ ନକଲେ, କାଲିଠୁ ଗଣିବେ ଫାଇନ୍‌

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ।

author-image
Rajalaxmi Sahoo
No Extension To Income Tax Return Filing Deadline

No Extension To Income Tax Return Filing Deadline

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଆୟକରଦାତାମାନେ ନିଜର ରିଟର୍ଣ୍ଣ ଫାଇଲ କରିପାରିବେ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ। ବାର୍ଷିକ ୫ ଲକ୍ଷରୁ କମ୍ ଆୟ ଥିଲେ ୧,୦୦୦ ଟଙ୍କା ଜରିମାନା ଓ ୫ ଲକ୍ଷରୁ ଅଧିକ ଆୟ ପାଇଁ ୫ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ।

Advertisment

ଗତକାଲି ସନ୍ଧ୍ୟା ୮ଟା ସୁଦ୍ଧା ୫ କୋଟି ୧୦ ଲକ୍ଷରୁ ଅଧିକ ଆୟକରଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି। କେବଳ ଗତକାଲି ପ୍ରାୟ ୫୮ ଲକ୍ଷ ଲୋକ ଦାଖଲ କରିଛନ୍ତି। ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ଆଉ ବୃଦ୍ଧି ହେବ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ସମୟ ସୀମା ବୃଦ୍ଧି ପାଇଁ ବହୁ ଲୋକ ଦାବି କରିଥିଲେ। ଏପରିକି ଏହି ଦାବି ନେଇ "#Extend_Due_Date_Immediately" ହାଶ୍‌ଟ୍ୟାଗ୍‌ ଟ୍ୱିଟରରେ ଟ୍ରେଣ୍ଡ୍‌ କରିଥିଲା। 

Income Tax Income Tax Return
Advertisment
Advertisment