/odishatv-khabar/media/post_attachments/uploadimage/library/16_9/16_9_0/____1658986330.jpg)
Watch police rescue woman waiting on rail track with baby to end life
ମୃତ୍ୟୁ ମୁଖରୁ ଦୁଇ ଦୁଇଟି ଜୀବନ ବଞ୍ଚାଇ ଦେଲେ ମହିଳା ପୋଲିସ୍। ଦେବଦୂତ ସାଜି ଆସିଲେ ଓ ଜୀବନ ବଞ୍ଚାଇଲେ। ନିଜ କଅଁଳା ଛୁଆକୁ ଧରି ଆତ୍ମହତ୍ୟା କରିବାକୁ ଯାଇଥିବା ମହିଳାଙ୍କୁ ପୋଲିସ୍ ଉଦ୍ଧାର କରିଛନ୍ତି।
ଅନ୍ଧାର ରାତିରେ ଜଣେ ମହିଳା ନିଜର କଅଁଳା ଛୁଆକୁ ଧରି ଆତ୍ମହତ୍ୟା କରିବା ପାଇଁ କଟକ ରେଲ୍ୱେ ଷ୍ଟେସନର ରେଳ ଧାରଣାରେ ବସିଥିଲେ। ମହିଳାଙ୍କୁ ରେଲ୍ୱେ ଟ୍ରାକ୍ରେ ବସିଥିବା ଦେଖି ପେଟ୍ରୋଲିଂ କରୁଥିବା ମହିଳା ଆରପିଏଫ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମହିଳାଙ୍କୁ ବୁଝାସୁଝା କରି ସେଠାରୁ ଆଣିଥିଲେ। ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଛି।
ମହିଳା ଆରପିଏଫ୍ ଉକ୍ତ ମହିଳାଙ୍କୁ କହିଥିଲେ ଯେ, ‘ଜୀବନ ବହୁତ ମୂଲ୍ୟବାନ। କିଏ କହିଲା ଆପଣଙ୍କୁ ସୁଇସାଇଡ୍ କରିବା ପାଇଁ ? ଗାଡ଼ି ସିଗ୍ନାଲ ଦେଇ ସାରିଲାଣି, କେତେବେଳେ ବି ଚାଲି ଆସିବ। ଆପଣ ତୁରନ୍ତ ଏଠାରୁ ଉଠି ଯାଆନ୍ତୁ। ଆପଣ ମୋ ସହ ଚାଲନ୍ତୁ। ଯାହାବି ସମସ୍ୟା ହୋଇଛି, ମୁଁ ଆପଣଙ୍କୁ ବୁଝାଇବି।’ ଏହି କଥା ଶୁଣି ସମ୍ପୃକ୍ତ ମହିଳା ରେଲ୍ୱେ ଟ୍ରାକ୍ରୁ ଉଠି ମହିଳା ପୋଲିସ୍ଙ୍କ ସହ ଚାଲି ଆସିଥିଲେ।
#ଆତ୍ମହତ୍ୟା_କରିବାକୁ_ଯାଇଥିଲେ_ବଞ୍ଚାଇଲେ ମହିଳା ପୋଲିସ
ଜଣେ ମହିଳା ନିଜର କଅଁଳା ଛୁଆକୁ ଧରି ରେଳଧାରଣାରେ ଆତ୍ମହତ୍ୟ କରିବାକୁ ଉଦ୍ୟମ କରୁଥିବା ବେଳେ ବଞ୍ଚାଇଲେ ମହିଳା ପୋଲିସ । ଦେଖନ୍ତୁ ଏହି ଭିଡିଓ ।#Cuttack#OTVpic.twitter.com/HNbnd36bkk— ଓଟିଭି (@otvkhabar) July 28, 2022
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ମହିଳାଙ୍କ ଘର କଟକ ମଙ୍ଗଳାବାଗ ଅଞ୍ଚଳରେ। ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିବାକୁ ଆସିଥିଲେ ବୋଲି ଜଣାପଡ଼ିଛି। ପୋଲିସ ତାଙ୍କ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରି ମହିଳାଙ୍କୁ ତାଙ୍କ ପରିବାର ଜିମା ଦେଇଥିଲା। ମହିଳା ପୋଲିସ କର୍ମୀଙ୍କ ଉପସ୍ଥିତ ବୁଦ୍ଧି ଓ ସାଧୁତା ପାଇଁ ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)