Advertisment

ମଦ କିଣିଲେ ମିଳିବ ‘ଡିସ୍‌କାଉଣ୍ଟ’ ! ମାସେ ପର୍ଯ୍ୟନ୍ତ ଜାରି ରହିପାରେ ଏହି ଅଫର...

ଯଦି ହଠାତ୍‌ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

author-image
Rajalaxmi Sahoo
Liquor Policy In Delhi Confusion To People

Liquor Policy In Delhi Confusion To People

ଦିଲ୍ଲୀରେ ଏକ୍ସସାଇଜ୍‌ ପଲିସିକୁ ନେଇ ଲୋକଙ୍କ ଦ୍ୱନ୍ଦ୍ୱ ଥମିବାର ନାଁ ଧରୁନି। ଏସବୁ ଭିତରେ ଶନିବାର ଦିନ ହଠାତ୍‌ ଦିଲ୍ଲୀରେ ମଦ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଲୋକଙ୍କ ମନରେ ଧାରଣା ଥିଲା ଯେ, ଯଦି ଅଗଷ୍ଟ ୧ରୁ ପୁରୁଣା ପଲିସି ପୁଣି ଲାଗୁ ହେବ ତା’ହେଲେ କିଛିଦିନ ପର୍ଯ୍ୟନ୍ତ ମଦ ଦାମ୍‌ ଉପରେ ଏହାର ପ୍ରଭାବ ପଡ଼ିପାରେ। 

Advertisment

ସରକାରୀ ସୂତ୍ରର ସୂଚନା ଅନୁସାରେ, ସେମାନଙ୍କୁ ମଧ୍ୟ ଖବର ମିଳିଥିଲା ଯେ ଯଦି ହଠାତ୍‌ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇ ନାହିଁ। 

ସୂଚନାଥାଉ କି, ଶନିବାର ସକାଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଦିଲ୍ଲୀରେ ପୁଣିଥରେ ୨୦୨୧, ନଭେମ୍ବର ପୂର୍ବ ପଲିସିକୁ ଲାଗୁ କରାଯିବ। ଅର୍ଥାତ୍‌ ଦିଲ୍ଲୀରେ ସରକାରୀ ମଦ ବିକ୍ରି କଣ୍ଟ୍ରାକ୍ଟ ପୁଣି ଚାଲୁ ରହିବ ଓ ପ୍ରାଇଭେଟ୍‌ କଣ୍ଟ୍ରାକ୍ଟ ବନ୍ଦ ହୋଇଯିବ। ହେଲେ ଏସବୁ ପାଇଁ କ୍ୟାବିନେଟ୍‌ର ନିଷ୍ପତ୍ତି ଅତ୍ୟନ୍ତ ଜରୁରୀ ଓ ଏଥିପାଇଁ କିଛି ଦିନ ଲାଗିବ। 

Advertisment

ସୂଚନା ଅନୁସାରେ, ଯଦି କ୍ୟାବିନେଟ୍‌ ଏହା ଉପରେ ନିଷ୍ପତ୍ତି ନେବ ତା’ହେଲେ ଉପରାଜ୍ୟପାଳଙ୍କ ମାଧ୍ୟମରେ ବିଜ୍ଞପ୍ତି ଜାରି କରିବା ପାଇଁ ୪୮ ଘଣ୍ଟା ସମୟ ଲାଗିବ। ଅର୍ଥାତ୍‌ ନିଷ୍ପତ୍ତି ନେବା ଲାଗି ଅଗଷ୍ଟ ୧ ଡେଡ୍‌ଲାଇନ୍‌ ପାର୍‌ ହୋଇଯିବ। ବିଜ୍ଞପ୍ତି ଜାରି ପରେ ଏହାକୁ ଲାଗୁ କରିବା ଓ ପୁଣିଥରେ ସରକାରୀ ଦୋକାନ ଖୋଲିବା ପାଇଁ ମଧ୍ୟ ସମୟ ଲାଗିବ। ସେତେଦିନ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟ ଥିବା ଦ୍ୱନ୍ଦ୍ୱ ଆହୁରି ବଢ଼ିବ। 

ତେଣୁ ଏସବୁକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ଯେ, ବର୍ତ୍ତମାନ ଲାଗୁ ଥିବା ମଦ ପଲିସିକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଜାରି ରହିବ। ଫଳରେ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ସମୟ ମିଳିବ। ଏଥିସହ ଗ୍ରାହକମାନେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। 

Liquor Discount On Liquor Liquor Policy In Delhi Liquor Policy
Advertisment
Advertisment