Advertisment

ଏହି ମାସରେ ଲଞ୍ଚ୍‌ ହୋଇପାରେ iPhone 14

ଖୁବ୍‌ଶୀଘ୍ର Apple ଏହାର iPhone 14 ଲଞ୍ଚ୍‌ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ଏକ ଲଞ୍ଚ୍‌ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
iPhone 14 set to launch on September 7

iPhone 14 set to launch on September 7

ଆପଣ iPhone 14 କିଣିବା ପାଇଁ ଚାହୁଁଛନ୍ତି କି ? ତା’ହେଲେ ଆପଣଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବ୍‌ଶୀଘ୍ର Apple ଏହାର iPhone 14 ଲଞ୍ଚ୍‌ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ଏକ ଲଞ୍ଚ୍‌ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି। ମିଳିଥିବା ସୂଚନା ଅନୁସାରେ, Apple Inc. ସେପ୍ଟେମ୍ବର ୭ରେ iPhone 14 ଲଞ୍ଚ୍‌ କରିବା ପାଇଁ  ଏକ ଲଞ୍ଚ୍‌ ଇଭେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି।

Advertisment

ଇଭେଣ୍ଟରେ ନୂଆ Mac, ଲୋ-ଏଣ୍ଡ୍‌ ଓ ହାଇ-ଏଣ୍ଡ୍‌ iPads ଏବଂ ୩ଟି Apple ୱାଚ୍‌ ମଡେଲ୍‌ ମଧ୍ୟ ଲଞ୍ଚ୍‌ ହେବ। ଏହି ଇଭେଣ୍ଟକୁ ଅନ୍‌ଲାଇନ୍‌ରେ ଷ୍ଟ୍ରିମ୍‌ କରାଯିବା ଲାଗି କମ୍ପାନୀ ଯୋଜନା କରିଛି। ଫୋନ୍‌ ଲଞ୍ଚ୍‌ ହେବାର ଦେଢ଼ ସପ୍ତାହ ପରେ ଷ୍ଟୋରରେ ଏହାକୁ ଉପଲ୍ଲବ୍ଧ କରାଯିବ। iPhone 14 ର ଲୁକ୍‌ iPhone 13 ଭଳି ହେବ। ୫-୪ ଇଞ୍ଚ୍ ଭର୍ସନ ବଦଳରେ ୬-୭ ଇଞ୍ଚ୍‌ର ସ୍କ୍ରିନ୍‌ ସହ ଏକ ମଡେଲ୍‌ ଯୋଡ଼ାଯିବ। ସେହିପରି Apple ରେଗୁଲାର୍‌ iPhone 14 ମଡେଲ୍‌ରେ iPhone ଭଳି A15 ଚିପ୍‌ ରହିବ।

iPhone 14 Proରେ କ୍ୟାମେରା ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରାଯିବ। ପ୍ରୋ ମଡେଲ୍‌ରେ ୧୨ ମେଗାପିକ୍ସେଲ୍‌ ଅଲ୍‌ଟ୍ରାୱାଇଡ୍‌ ଓ ଟେଲିଫଟୋ ସେନସର୍‌ ସମେତ ୪୮ ମେଗାପିକ୍ସେଲର ୱାଇଡ୍‌ ଏଙ୍ଗଲ୍‌ କ୍ୟାମେରା ଆପଣ ପାଇପାରିବେ। ଏହାସହ ଭିଡିଓ ରେକର୍ଡିଂ ଓ ବ୍ୟାଟେରୀରେ ମଧ୍ୟ କିଛିଟା ପରିବର୍ତ୍ତନ ଆଣିବା ଲାଗି କମ୍ପାନୀ ପକ୍ଷରୁ ଯୋଜନା କରାଯାଉଛି।  iPhone 14 Pro ଲାଇନ୍‌ ପାଇଁ ଏକ ବଡ଼ ପରିବର୍ତ୍ତନ ଆସିପାରେ। 

Advertisment
Apple IPhone IPhone 14 Pro IPhone 14 Pro Launch IPhone 14
Advertisment
Advertisment