Advertisment

ଲଭ୍‌କୁ ‘No’ କହିଲେ ୯ମ ଶ୍ରେଣୀ ଛାତ୍ରୀ, ରାସ୍ତାରେ ଫାୟାରିଂ କଲା ଲଭର୍‌...

CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍‌ ଭିତରୁ ବନ୍ଧୁକ ବାହାର କରି ହଠାତ୍‌ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି।

author-image
Rajalaxmi Sahoo
Bihar Class 9 Student Shot In Neck

Bihar Class 9 Student Shot In Neck

ବିଚ୍‌ ରାସ୍ତାରେ ଯୁବତୀଙ୍କ ଉପରକୁ ଗୁଳିମାଡ଼। ଜଣେ ୧୫ ବର୍ଷୀୟ ଯୁବତୀଙ୍କ ଉପରକୁ ବିଚ୍‌ ରାସ୍ତାରେ  ଗୁଳିମାଡ଼ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ବିହାରର ପାଟନାରେ ଏହି ଘଟଣା ଘଟିଛି। ଗୁଳିମାଡ଼ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କୋଚିଂ ସେଣ୍ଟରରୁ ଫେରିବା ସମୟରେ ସମ୍ପୃକ୍ତ ଯୁବତୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। 

Advertisment

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସିପାରାର ଇନ୍ଦ୍ରାପୁରି ଅଞ୍ଚଳରେ ଏହି ଘଟଣା ଘଟିଛି। CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍‌ ଭିତରୁ ବନ୍ଧୁକ ବାହାର କରି ହଠାତ୍‌ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି। ଫାୟାରିଂ କରି ଯୁବକ ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ନଜର ଆସିଛି। 

Advertisment

ପ୍ରେମ ବ୍ୟାପାରକୁ ନେଇ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନି। ଯୁବତୀଙ୍କ ବୟାନ ରେକର୍ଡ ପରେ କାରଣ ଜଣାପଡ଼ିବ ବୋଲି ପୋଲିସ୍‌ କହିଛି। ୯ମ ଶ୍ରେଣୀରେ ପଢ଼ୁଥିବା ଏହି ଯୁବତୀଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। 

ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାକୁ ଗିରଫ କରାଯାଇ ନାହିଁ। 

Firing Student Shot
Advertisment
Advertisment