Advertisment

ମୋବାଇଲ ଗେମ୍‌ରେ ବ୍ୟସ୍ତ ଥିଲେ ବାପାମା’ : ବିଛଣାରୁ ଖସି ଶିଶୁ ମୃତ

ମୋବାଇଲ ଗେମ୍‌ ପାଇଁ ପାଗଳ ଥିଲେ ବାପାମା’, ଚାଲିଗଲା କୋମଳମତିର ଜୀବନ । ଶିଶୁ କନ୍ୟା ପାଇଁ କାଳ ସାଜିଲା ମାବାପାଙ୍କ ମୋବାଇଲ୍ ଗେମ୍ ନିଶା । ବାପାମା’ ଟିଭି ଦେଖିବା ଏବଂ ମୋବାଇଲରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ ୧୯ ମାସର ଶିଶୁ ମରିପଡ଼ିଥିଲା, କିନ୍ତୁ ତାଙ୍କୁ ଜଣାନଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
Baby girl dies alone in cot after dad neglects her

Baby girl dies alone in cot after dad neglects her

ମୋବାଇଲ ଗେମ୍‌ ପାଇଁ ପାଗଳ ଥିଲେ ବାପାମା’, ଚାଲିଗଲା କୋମଳମତିର ଜୀବନ । ଶିଶୁ କନ୍ୟା ପାଇଁ କାଳ ସାଜିଲା ମାବାପାଙ୍କ ମୋବାଇଲ୍ ଗେମ୍ ନିଶା । ବାପାମା’ ଟିଭି ଦେଖିବା ଏବଂ ମୋବାଇଲରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ ୧୯ ମାସର ଶିଶୁ ମରିପଡ଼ିଥିଲା, କିନ୍ତୁ ତାଙ୍କୁ ଜଣାନଥିଲା । ଖଟିଆରୁ ପଡ଼ି କେତେବେଳୁ ଯେ ଜୀବନ ହାରିସାରିଥିଲା ଶିଶୁ କନ୍ୟା । ତା’ ପର ଦିନ ଅପରାହ୍ନରେ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ କୁନି ଝିଅର ମୃତ୍ୟୁ କଥା ଜାଣିପାରିଥିଲେ । ବର୍ତ୍ତମାନ ଏହି ମାମଲାରେ କୋର୍ଟ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ମାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Advertisment

ଆଜିକୁ ଚାରି ବର୍ଷ ତଳେ ସ୍କଟଲ୍ୟାଣ୍ଡର ଉତ୍ତର ଲାନାର୍କସାୟର ସହରରେ ଏପରି ଅଭାବନୀୟ ଘଟଣା ଘଟିଥିଲା । ଘରେ ମା’ବାପା ଥିଲେ ସୁଦ୍ଧା ବିଛଣାରୁ ପଡ଼ି ଏକ ୧୯ ମାସର ଶିଶୁ କନ୍ୟା ଜୀବନ ହାରିଥିଲା । କାରଣ ଶିଶୁକନ୍ୟାର ବାପାମା’ ମୋବାଇଲ୍ ଗେମ୍ ନିଶାରେ ଏତେ ପାଗଳ ଥିଲେ ଯେ ଝିଅର କାନ୍ଦଣା ବି ଶୁଣିପାରିଲେନି । ବିଡମ୍ବନାର ବିଷୟ ଝିଅ ମରିପଡ଼ିଥିବାର ଖବର ବାପାମା’ଙ୍କ ପାଖରେ ନଥିଲା । ପରଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଝିଅ ବେହୋସ ଅବସ୍ଥାରେ ପଡ଼ିରହିଥିଲା । ହେଲେ ବାପାମା’ଙ୍କୁ ତଥାପି ଜଣାନଥିଲା ଝିଅ ଆଉ ଦୁନିଆରେ ନାହିଁ । ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଝିଅ ମରିପଡ଼ିଥିବା ଦେଖିବାକୁ ପାଇଥିଲେ ଶିଶୁ କନ୍ୟାର ମା’ । ଉଭୟ ସ୍ୱାମୀସ୍ତ୍ରୀ ପିଲାଟିକୁ ଛାଡି ରାତିସାରା ଖେଳ ଖେଳୁଥିଲେ ଏବଂ ସକାଳ ୬.୩୦ ରେ ଶୋଇ ପଡ଼ିଥିଲେ।

Advertisment

ତେବେ ଏହି ମାମଲାରେ ବର୍ତ୍ତମାନ କୋର୍ଟ ୨୭ ବର୍ଷୀୟ ତାଙ୍କ ପିତା ମାଇକେଲ କନରୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବଳେ ୨୪ ବର୍ଷିୟ ମା’ ମାତା କିର୍ଷ୍ଟିଙ୍କ ଅନୁରୋଧ କ୍ରମେ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଥିଲା ।  ଜାଣିଶୁଣି ଶିଶୁକନ୍ୟାର ଯତ୍ନ ନନେବା, ଅବହେଳା କରିବା, କିମ୍ବା ଆଘାତ ଦେବା କଥା ସ୍ୱୀକାର କରିଥିଲେ ମାଇକେଲ କନରୟ । ଏପରିକି ଝିଅର ମୃତ୍ୟୁର ତିନି ଦିନ ର୍ପୂବରୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଦେଇନଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

Mobile Game Addiction
Advertisment
Advertisment