Advertisment

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ : ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଆସିବ କି ବାତ୍ୟା ? ବିଭିନ୍ନ ଘରୋଇ ସଂସ୍ଥାର ଏଭଳି ଆକଳନକୁ ନେଇ ବର୍ତ୍ତମାନ ନା ନା ଚର୍ଚ୍ଚା ଲାଗିରହିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି । ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ରପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଥିବାର ସୂଚନା ମିଳିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
Cyclonic circulation

Cyclonic circulation

ଭୁବନେଶ୍ୱର : ଆସିବ କି ବାତ୍ୟା ? ବିଭିନ୍ନ ଘରୋଇ ସଂସ୍ଥାର ଏଭଳି ଆକଳନକୁ ନେଇ ବର୍ତ୍ତମାନ ନା ନା ଚର୍ଚ୍ଚା ଲାଗିରହିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି । ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ରପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଥିବାର ସୂଚନା ମିଳିଛି।

Advertisment

ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତିକରି ଆସନ୍ତା ୪/୫ ଦିନ ଯାଏଁ ଦକ୍ଷିଣ ଓଡିଶା ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଦିଗରେ ମୁହାଁଇପାରେ । ତେବେ ବାତ୍ୟାର ସମ୍ଭାବନାକୁ ନେଇ ସେଭଳି କୌଣସି ତଥ୍ୟ ଦେଇନାହିଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନାଯୋଗ୍ୟ ଗତ ୨୬ ତାରିଖରେ ଆସିଥିଲା ବାତ୍ୟା ଗୁଲାବ୍ । ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା । ତେବେ ଲ୍ୟାଣ୍ଡଫଲ୍ ସମୟରେ ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଥିଲା । ହେଲେ ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିନଥିଲା । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ତେବେ ବାତ୍ୟା ଗୁଲାବର ପ୍ରଭାବେ ବିଶେଷ କରି ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ପଡ଼ିଥିଲା। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ବର୍ଷା ହୋଇଥିଲା। ଏହା ପ୍ରଭାବରେ ବିଜୟନଗରମରୁ କୋରାପୁଟ ରାସ୍ତାର ସୁଙ୍କି ଘାଟିରେ ଭୂସ୍ଖଳନ ହୋଇଥିଲା।

Advertisment
Cyclonic Circulation
Advertisment
Advertisment