ତରଳିବାରେ ଲାଗିଛି ଥ୍ୱାଇଟ୍ସ ଗ୍ଲେସିୟର। ଏହି ଗ୍ଲେସିୟର ସମୁଦ୍ରରେ ଅନେକ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଯଦି ଏହି ଗ୍ଲେସିୟର ତରଳିଯାଏ, ସମୁଦ୍ର ପତ୍ତନ ଦୁଇରୁ ପାଞ୍ଚ ଫୁଟ ବୃଦ୍ଧି ପାଇଯିବ। ଆସିବ ମହାପ୍ରଳୟ।
ମିଳିଛି ଡାଇନୋସର୍ ଅଣ୍ଡା। ବିଶ୍ୱାସ କରାଯାଏ ଯେ ଡାଇନୋସର୍ ଏହି ଅଣ୍ଡା ୭ କୋଟି ୨୦ ଲକ୍ଷ ବର୍ଷର ପୁରୁଣା। ବୈଜ୍ଞାନିକମାନେ ଏହି ଭ୍ରୁଣର ନାମ 'ବେବି ୟିଙ୍ଗଲିଆଙ୍ଗ' ରଖିଛନ୍ତି। ଚାଇନାର ଜିଆଙ୍ଗସି ପ୍ରଦେଶର ଗାନ୍ଜୋ ସହରରେ ବୈଜ୍ଞାନିକମାନେ ଏହି ଅଣ୍ଡା ପାଇଛନ୍ତି।
ତେଲେଙ୍ଗାନାରେ ଦେଖାଦେଇଛି ପ୍ରଥମ ସମଲିଙ୍ଗୀ ପୁରୁଷ ବିବାହ। ଦୀର୍ଘ ୮ ବର୍ଷର ପ୍ରେମକୁ ଆଗକୁ ନେବା ନେଇ ସୁପ୍ରିୟୋ ଓ ଅଭୟ ଏହି ନିଷ୍ପତ୍ତି ନେଇଛନ୍ତି।
ନେଟ୍ଫ୍ଲିକ୍ସରେ ଏବେ ଭାରତୀୟ ତାରକା। ଆପଣ ଯେତେବେଳେ ବିଦେଶୀ ହିଟ୍ ଚରିତ୍ରମାନଙ୍କ ସହିତ ଭାରତୀୟ ତାରକାଙ୍କୁ ଦେଖିବେ ସେତେବେଳେ ଆପଣଙ୍କ ମଜା ନିଶ୍ଚିତ ଦ୍ୱିଗୁଣିତ ହୋଇଯିବ।
ବଲିଉଡ୍ରେ ଅଭିନୟ ଅପେକ୍ଷା ନିଜର ଗ୍ଲାମର ଆଉ ଷ୍ଟାଇଲ୍ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ମଲାଇକା ଅରୋରା ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆକର୍ଷଣୀୟ ଚେହେରାରେ ପ୍ରଶଂସକଙ୍କୁ ପାଗଳ କରିବାରେ ମାହିର। ଏଥର ବି ସେ ଏମିତି ଏକ ଫଟୋ ଶେୟାର କରି ଲୋକଙ୍କ ହୋସ୍...
ଶୀତରେ ଏବେ ଥରୁଛି ସାରା ଭାରତ। ଲୋକେ ଟିକେ ନିଆଁ କି ସୂର୍ଯ୍ୟ କିରଣ ଦେଖିଲେ ଖୁସି ହେଇଯାଉଛନ୍ତି। କିନ୍ତୁ ଦୁନିଆରେ ଏମିତି କିଛି ଜାଗା ଅଛି ଯେଉଁଠିକୁ ଶୀତ କେବେ ଆସେନି।
ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷକୁ ବୃଦ୍ଧି କରିବା ନୂଆ ନିୟମ ପରେ ଦେଶରେ ଏକ ବିତର୍କ ଚାଲିଛି। କିନ୍ତୁ ଦୁନିଆରେ ଏପରି ମାମଲାର କୌଣସି ଅଭାବ ନାହିଁ ଯେଉଁଠି ପିଲାମାନେ ୧୩-୧୪ ବର୍ଷ ବୟସର ପିଲାମାନେ ବି ବାପା ହୋଇଛନ୍ତି।
ଦୁଇ ପିଲାଙ୍କୁ କାର୍ ବାହାରେ ଛାଡି ପ୍ରେମିକ ସହ ରୋମାନ୍ସ କରୁଥିଲା ମା’। ଏହି ଘଟଣା ଧରା ପଡିବା ପରେ ଉଭୟଙ୍କୁ ଗିରଫ କରିଛି ପୋଲିସ।
୨୦୨୧ରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଛି। ଏହାରି ଭିତରେ ଏମିତି କିଛି ଭିଡିଓ ଅଛି ଯାହା ମନରେ ନୁହେଁ ହୃଦୟରେ ଛାପହୋଇ ରହିଯାଇଛି।
ଚଳିତ ବର୍ଷ କାହା ଜୀବନରେ ସୁଖ ଭରିଛି ତ ପୁଣି କାହାକୁ ଦୁଃଖ ଦରିଆରେ ଭସେଇ ଦେଇଛି। ଏଥିରୁ ମଧ୍ୟ ବାଦ ପଡି ନାହାନ୍ତି ସେଲିବ୍ରିଟି। କିଏ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତ ପୁଣି କିଏ ବିଚ୍ଛେଦ ହୋଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା।
ଆଉ କେଇଟା ଦିନ ପରେ ସରିଯିବ ୨୦୨୧। କରୋନାର ପ୍ରଭାବ ସତ୍ତ୍ୱେ ଚଳିତ ବର୍ଷ ଭାରତୀୟ ସିନେ ଦୁନିଆ ଦର୍ଶକଙ୍କୁ ଦେଇଛି ଅନେକ୍ ହିଟ୍ ଫିଲ୍ମ। ତେବେ ଚଳିତ ବର୍ଷକୁ ବିଦାୟ ଦେବା ପୂର୍ବରୁ ଏହି ୩ ଫିଲ୍ମକୁ ଦେଖିନେବା ଜରୁରୀ।
ପ୍ରେମ ପବିତ୍ର। ଏହା ଦେଖେ ନାହିଁ ଜାତି-ଅଜାତି କି ବୟସର ତାରତମ୍ୟ। ପ୍ରେମର ଏମିତି ଏକ ଉଦାରଣ ଏବେ ସାମ୍ନାକୁ ଆସିଛି, ଯେଉଁଠି ଜଣେ ତରୁରୀ ତାଙ୍କ ବାପା ବୟସର ପୁରୁଷଙ୍କୁ ପତି ଭାବେ ଗ୍ରହଣ କରିଛନ୍ତି।
ଯେଉଁ ବୟସ ଖେଳକୁଦ ଆଉ ମଜାମସ୍ତି କରିବାର ସେହି ବୟସରେ କୋଟି କୋଟି ରୋଜଗାର କରିବାର ଚିନ୍ତା। ମାତ୍ର ୭ ବର୍ଷ ବୟସରେ ସେ ଆରମ୍ଭ କରିଛନ୍ତି ନିଜର ବ୍ୟବସାୟ ଆଉ ବନିଯାଇଛନ୍ତି କୋଟି କୋଟି ଟଙ୍କାର ମାଲିକ।
ନିଜର ଇଛାଶକ୍ତି ହିଁ ସମ୍ମାନର ଶିଖରକୁ ନେଇଯାଇଥାଏ ଆଉ ଦୁନିଆରେ ଏକ ବିଶେଷ ପରିଚୟ ଦେଇଥାଏ। ଏଥିରେ ନା ଦରକାର ହୁଏ କୌଣସି ପଦ ନା ବୟସ। ବର୍ତ୍ତମାନ ଏଭଳି କରି ଦେଖେଇଛନ୍ତି ଜୋତ୍ସନା ରେଡ୍ଡୀ। ବୟସ ଖୁବ କମ ହେଲେ ବି ସେ ଜାତୀୟ ସମ୍ମାନରେ ସମ୍ମାନୀତ...
ମା ହେବା ଏକ ସୌଭାଗ୍ୟର କଥା। ବର୍ତ୍ତମାନ ଏମିତି ଜଣେ ମା ସାମ୍ନାକୁ ଆସିଛନ୍ତି ଯିଏ ୮ଥର ମା’ ହେବାର ସୌଭାଗ୍ୟ ପାଇସାରିଛନ୍ତି ଆଉ ସେ ପୁଣି ଥରେ ୯ମ ମାତୃତ୍ୱର ସ୍ୱାଦ ଚାଖିବାକୁ ଯାଉଛନ୍ତି।
ନାରାୟଣ ଏ ଟେକ୍ନୋ ବିଦ୍ୟାଳୟର ଦ୍ୱିତୀୟ ସ୍ପେଲ୍ବି କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶିକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ଦେଖେଇଲା ତା’ର ମହତପଣିଆ। ସେହି ପିଲାମାନଙ୍କ ମୁହଁରେ ହସ ଭରିଲା ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ବିଚ୍ଛିନ୍ନ ହୋଇ ଅଛନ୍ତି। ବିଷାଦରେ ରହୁଥିବା ଏହି ପିଲାଙ୍କୁ ଖୁସି କରିଛି ସାଣ୍ଟା।
ସିନେପ୍ରେମୀଙ୍କୁ ମନୋରଂଜନ କରିବ ନୂଆବର୍ଷ। ବଡ ପରଦାରେ ରିଲିଜ୍ ହେବ ଆଗଧାଡିର ତାରକାଙ୍କୁ ନେଇ ଅନେକ ବଡ ଫିଲ୍ମ। ତେବେ ଜାଣି ରଖନ୍ତୁ କେଉଁ ତାରିଖରେ ରିଲିଜ୍ ହେବ କେଉଁ ଫିଲ୍ମ।
ଫିଲ୍ମ ଥିଲା ‘ସଡକ୍’। ଦୃଶ୍ୟ ଥିଲା ଚୁମ୍ବନ। ପୂଜା ଭଟ୍ଟ ଡରୁଥିଲେ ସଂଜୟ ଦତ୍ତଙ୍କୁ ଚୁମ୍ବନ ଦେବାକୁ। ବାପା ମହେଶ ଭଟ୍ଟ ଦେଲେ ଏମିତି ଉପଦେଶ ବଦଳିଗଲା ପୂଜାଙ୍କ ମନ। ତେବେ ସେ ଉପଦେଶ କ’ଣ ଥିଲା ଜାଣିବାକୁ ପଢନ୍ତୁ…
ନିଜ ପୁଅର ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଚାହୁଥିଲେ ବାପା। ଏନେଇ ପୁଅ ପାଇଁ ଚନ୍ଦ୍ରରେ କିଣିଲେ ଜାଗା। ଚନ୍ଦ୍ରପୃଷ୍ଠରେ ଏକ ଏକର ଜାଗା କିଣି ନିଜ ପୁଅର ଜନ୍ମଦିନରେ ଉପହାର ଦେଇ ପରିବାରକୁ ଆଶ୍ଚର୍ଯ୍ୟ କରିଛନ୍ତି।