Advertisment

ବୋଲ୍ଡ ବିଷୟବସ୍ତୁକୁ ନେଇ ବିବାଦରେ ୫ ୱେବ୍‌ ସିରିଜ୍

ଅନେକ ସମୟରେ ମନୋରଂଜନ ଦୁନିଆ ବିବାଦ ଭିତରକୁ ଚାଲିଯାଏ। ଏମିତି ୫ଟି ୱେଜ୍ ସିରିଛି ଅଛି ଯାହାର ବୋଲ୍ଡ୍ କାହାଣୀକୁ ନେଇ ବିରୋଧ କରାଯାଇଛି। ଆସନ୍ତୁ ନଜର ପକେଇବା।

author-image
Pramod Behera
ଅଦ୍ୟତନ ହୋଇଛି
The web series protested for bold content

The web series protested for bold content

ମୁମ୍ବାଇ: ଓଟିଟି ପ୍ଲାଟ୍‌ଫର୍ମ ଯୋଗୁଁ ୱେବ୍ ସିରିଜ୍ ଓ ଫିଲ୍ମର କାହାଣୀରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଅଧିକାଂଶ ୱେବ୍ ସିରିଜ୍ କାହାଣୀଗୁଡିକ ବୋଲ୍ଡ ବିଷୟବସ୍ତୁ ଉପରେ ଆଧାରିତ ହେଉଛି। କେତେକ କାହାଣୀରେ ନିର୍ଭୟା ପରି ପ୍ରସଙ୍ଗକୁ ବି ସାମିଲ କରାଯାଉଛି। କେତେକ କାହାଣୀ ପୁରୁଷ ପ୍ରାଧାନ୍ୟ ସମାଜରେ ଆଗକୁ ଯିବା ନେଇ ମହିଳାଙ୍କ ଦ୍ୱାରା ହୋଇଥିବା ସଂଘର୍ଷକୁ ମଧ୍ୟ ଦେଖାଯାଉଛି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ୱେବ୍ ସିରିଜ୍ ବିଷୟରେ କହିବୁ ଯାହା ଇରୋଟିକ୍-ବୋଲ୍ଡ ବିଷୟବସ୍ତୁ ଏବଂ କାହାଣୀକୁ ନେଇ ବିବାଦ ଘରରେ ଛନ୍ଦି ହୋଇଯାଇଛି।

Advertisment

ସାକ୍ରେଡ୍ ଗେମ୍ସ:

ୱେବ୍ ସିରିଜ୍ 'ସାକ୍ରେଡ୍ ଗେମ୍ସ', ଯାହାକୁ ଇଣ୍ଡିଆନ୍ ଅରିଜିନାଲ କୁହାଯାଏ, ଏହାର ବୋଲ୍ଡ ଏବଂ ଇରୋଟିକ୍ ବିଷୟବସ୍ତୁ ତଥା କାହାଣୀ ହେତୁ ଅନେକ ବିବାଦ ଲାଗି ରହିଥିଲା।| ଅନୁରାଗ କଶ୍ୟପ ଓ ବିକ୍ରମାଦିତ୍ୟ ମୋଟୱାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଧାରାବାହିକଟି ଅଶାଳୀନ ଦୃଶ୍ୟ, ଦୁର୍ବ୍ୟବହାର ଓ ହିଂସାକୁ ନେଇ ହଇଚଇ ସୃଷ୍ଟି କରିଥିଲା।

ଦିଲ୍ଲୀ କ୍ରାଇମ୍‌:

୨୦୧୨ରେ ହୋଇଥିବା ନିର୍ଭୟା ଗ୍ୟାଙ୍ଗରେପ୍ କାହାଣୀ ଶୁଣିଲେ ଲୋମ ତାଙ୍କୁରି ଉଠେ। ଏହିପରି ଏକ ସମ୍ବେଦନଶୀଳ କାହାଣୀ ଉପରେ ଏକ ସିରିଜ୍ କରିବା ଅତ୍ୟନ୍ତ ସାହସିକ ପଦକ୍ଷେପ ଥିଲା। ତେବେ ‘ଦିଲ୍ଲୀ କ୍ରାଇମ୍‌’ ଏହା ଉପରେ ଆଧାରିତ ଥିବା ବେଳେ, ଏହି ସିରିଜ୍ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା। ଏହି ସିରିଜ୍ ରିଲିଜ୍ ବନ୍ଦ କରିବାକୁ ଅନେକ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ୱାଇଲ୍ଡ ୱାଇଲ୍ଡ କଣ୍ଟ୍ରୀ:

ଆଧ୍ୟାତ୍ମିକ ଗୁରୁ ରଜନୀଶ (ଓଶୋ) ଉପରେ ଆଧାର କରି ‘ୱାଇଲ୍ଡ ୱାଇଲ୍ଡ କଣ୍ଟ୍ରୀ’ ତିଆରି ହୋଇଥିଲା। ଏହି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଘେରି ରହିଥିଲା। ଏପରିକି ଓଶୋ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫାଉଣ୍ଡେସନ୍‌ ଏପରିକି ଏହି ସିରିଜ୍ ବିରୋଧରେ ଏକ ମୋର୍ଚ୍ଚା ଖୋଲିଥିଲା। ଦାବି କରାଯାଇଥିଲା ଯେ ଓଶୋ ଆମେରିକାରେ ଥିବା ସମୟରେ ତାଙ୍କ ଆଶ୍ରମରେ ଘଟିଥିବା ଘଟଣାଗୁଡ଼ିକ ସିରିଜ୍‌ରେ ଭୁଲ ଭାବରେ ପ୍ରଦର୍ଶିତ ହୋଇଛି।

୩୬୫ ଡେଜ୍:

‘୩୬୫ ଡେଜ୍’ ହେଉଛି ବ୍ଲେଙ୍କା ଲିପିଂସ୍କାଙ୍କ ଉପନ୍ୟାସକୁ କେନ୍ଦ୍ର କରି ଏକ ପୋଲିସ୍ ଡ୍ରାମା। ଏହି ସିରିଜ୍‌ର ବୋଲ୍ଡ ଦୃଶ୍ୟ ଯୋଗୁଁ, ଏହା ଉପରେ ମଧ୍ୟ ଅନେକ ବିବାଦ ଦେଖାଦେଇଥିଲା। ଏକ ଗୋଷ୍ଠୀ ମଧ୍ୟ ଏହି ସିରିଜ୍‌କୁ ତୀବ୍ର ସମାଲୋଚନା କରିଥିଲା।

ବମ୍ବେ ବେଗମ୍ସ:

ଏହି ୱେବ୍ ସିରିଜ୍ ପୁରୁଷ ଆଧାରିତ କର୍ପୋରେଟ୍ ଦୁନିଆରେ ପ୍ରବେଶ କରିବାକୁ ସଂଘର୍ଷ କରୁଥିବା ପାଞ୍ଚଜଣ ମହିଳାଙ୍କ ଜୀବନ ଉପରେ ଆଧାରିତ। ପୂଜା ଭଟ୍ଟ, ଶାହାନା ଗୋସ୍ୱାମୀ, ଅମୃତା ସୁଭାଷ, ପ୍ଲାବିତା ବୋର୍‌ଠାକୁର ଓ ଆଧାର ଆନନ୍ଦଙ୍କ ଅଭିନୀତ ଏହି ସିରିଜ୍‌ରେ ବହୁତ ବୋଲ୍ଡ ଦୃଶ୍ୟ ମଧ୍ୟ ଦେଖାଯାଇଥିଲା। ଏନେଇ ଏହି ସିରିଜକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।

Entertainment
Advertisment
Advertisment