Advertisment

ହିନ୍ଦୁ ପରମ୍ପରାରେ ପ୍ରେମ ଦିବସ; ପାଳନ କଲେ ମିଳେ ଅଖଣ୍ଡ ସୌଭାଗ୍ୟ

ହିନ୍ଦୁ ବିଶ୍ୱାସ ଅନୁଯାୟୀ ପ୍ରେମ ସମ୍ପର୍କକୁ ମଜବୁତ କରିବା ପାଇଁ ପୁରାଣରେ ଅନେକ ବ୍ରତ ରହିଛି। ଏହି ବ୍ରତର ଗୁଣ ଏତେ ପ୍ରଭାବଶାଳୀ ଯେ ଦାମ୍ପତ୍ୟ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ପ୍ରେମର ଜୀବନ ମଧ୍ୟ ସବୁଦିନ ପାଇଁ ତିଷ୍ଠି ରହେ।

author-image
Pramod Behera
ଅଦ୍ୟତନ ହୋଇଛି
Hindu Vrats that make relationship strong

Hindu Vrats that make relationship strong

ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହୋଇଯାଇଛି। ପ୍ରେମରେ ପଡିଥିବା ଯୁବପିଢିଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ସମସ୍ତଙ୍କ ଅପେକ୍ଷା ଫେବୃଆରୀ ୧୪। କାରଣ ଏହିଦିନ ହେଉଛି ପ୍ରେମର ଦିନ ବା ଭାଲେଣ୍ଟାଇନ୍‌ ଡେ। ଆଜିକାଲି ଯୁବପିଢି ଏହି ଦିନକୁ ପ୍ରେମର ଦିବସ ବୋଲି ମାନୁଥିବା ବେଳେ ହିନ୍ଦୁ ବିଶ୍ୱାସ ଅନୁଯାୟୀ ପ୍ରେମ ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପରମ୍ପରା ରହିଛି।

Advertisment

ପୁରାଣରେ ପ୍ରେମକୁ ନେଇ ଅନେକ ବ୍ରତ ବିଷୟରେ କୁହାଯାଇଛି। ଏହିସବୁ ବ୍ରତ କେବଳ ପ୍ରେମ ସମ୍ପର୍କକୁ ମଜବୁତ କରେ ନାହିଁ ବରଂ ଦାମ୍ପତ୍ୟ ଜୀବନରେ ମଧ୍ୟ ସୁଖ ଆଣେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ପ୍ରେମକୁ ନେଇ ଭାରତୀୟ ପରମ୍ପରାରେ ଥିବା କେତେକ୍ ବ୍ରତ ବିଷୟରେ ନଜର ପକେଇ ନେବା।

କରୱା ଚୌଥ୍ ବ୍ରତ:

କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଥୀ ତିଥିର ଉପବାସକୁ କରୱା ଚୌଥ୍ ବ୍ରତ କୁହାଯାଏ। ଏହି ଦିନ ମହିଳାମାନେ ନିଜ ସ୍ୱାମୀ କିମ୍ବା ଭାବି ସ୍ୱାମୀଙ୍କ ପାଇଁ ଏକ ନିର୍ଜଳା ଉପବାସ ପାଳନ କରନ୍ତି। ମହିଳାମାନେ ସେମାନଙ୍କର ଅଖଣ୍ଡ ସୌଭାଗ୍ୟ ପାଇଁ ଏହି ଉପବାସ ରଖନ୍ତି।

Advertisment

ହରତାଲିକା ତିଜ୍ ବ୍ରତ:

ଭାଦ୍ରବ ମାସର ଶୁକ୍ଳ ପକ୍ଷର ତୃତୀୟ ତିଥିକୁ ହରତାଲିକା ତିଜ୍ ବ୍ରତ କୁହାଯାଏ। ଏହି ଦିନ ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ଉପବାସ ସବୁଠାରୁ କଷ୍ଟଦାୟକ ଉପବାସ ମଧ୍ୟରୁ ଗୋଟିଏ। ଏହି ଦିନ ମହିଳାମାନେ ନିର୍ଜଳା ଉପବାସ ପାଳନ କରନ୍ତି। ହିନ୍ଦୁ ପରମ୍ପରାରେ ଶିବ ଓ ପାର୍ବତୀଙ୍କୁ ଆଦର୍ଶ ପତି-ପତ୍ନୀ ଭାବରେ ବିବେଚନା କରାଯାଏ। ମହିଳାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ସୁଖୀ କରିବା ଏବଂ ଅନନ୍ତ ଭାଗ୍ୟ ପାଇବା ପାଇଁ ଏହି ଉପବାସକୁ ପାଳନ କରନ୍ତି।

ମଙ୍ଗଳା ଗୌରୀ ବ୍ରତ:

ଶ୍ରାବଣ ମାସର ପ୍ରତ୍ୟେକ ମଙ୍ଗଳବାରରେ ମଙ୍ଗଳା ଗୌରୀ ବ୍ରତ ପାଳନ କରାଯାଏ। ଏହି ଉପବାସକୁ ମା ଗୌରୀ ଓ ଭଗବାନ ଶିବଙ୍କୁ ନେଇ ମଧ୍ୟ ପୂଜା କରାଯାଏ। ଏହି ଉପବାସକୁ ମଧ୍ୟ ଅଖଣ୍ଡ ସୌଭାଗ୍ୟ ନେଇ ରଖାଯାଏ। ବିଶ୍ୱାସ କରାଯାଏ ଯେ ଏହି ଉପବାସର ଗୁଣାତ୍ମକ ପ୍ରଭାବ ହେତୁ ବୈବାହିକ ଜୀବନର ସବୁ ଦୋଷତ୍ରୁଟି ଦୂର ହୋଇଯାଏ ଏବଂ ଜୀବନସାଥୀଙ୍କ ପ୍ରେମ ଅଧିକ ଶକ୍ତିଶାଳୀ ହୁଏ।

ବଟ ସାବିତ୍ରୀ ବ୍ରତ:

ଜ୍ୟେଷ୍ଠ ମାସର ଅମାବାସ୍ୟାରେ ବଟ ସାବିତ୍ରୀ ବ୍ରତ ରଖାଯାଏ। ହିନ୍ଦୁ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଏହି ବ୍ରତରେ, ବରଗଛକୁ ପୂଜା କରାଯାଏ ଏବଂ ଏହାର ଚାରିପାଖରେ ଘୂରି ବୁଲିବା ଦ୍ୱାରା ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ସୁଖୀ ଜୀବନର କାମନା କରାଯାଏ।

Valentine's Day 2022
Advertisment
Advertisment