Advertisment

ଏମିତି ମା’, ଟିକିଏ କଥାରେ କୁନି ପିଲାମାନଙ୍କୁ କଷିଦିଅନ୍ତି ଚାପୁଡା

ଏମିତି ଜଣେ ମା’ ଅଛନ୍ତି ଯିଏ ଟିକିଏ ଟିକିଏ କଥାରେ ନିଜର କୁନି କୁନି ପିଲାମାନଙ୍କୁ ଚାପୁଡ଼ା କଷି ଦିଅନ୍ତି। କାରଣ ଏମିତି କଲେ ସେମାନେ କଥାକୁ ବୁଝିପାରନ୍ତି ବୋଲି ସେ କୁହନ୍ତି। କିନ୍ତୁ ତାଙ୍କ ଏଭଳି ପ୍ୟାରେଣ୍ଟିଂଙ୍କୁ ଅନେକ ଲୋକ ନିନ୍ଦା କରୁଥିଲେ ବି ତାଙ୍କୁ କୌଣସି ଫରକ ପଡେନି।

author-image
Pramod Behera
Mother smack her kids says this is the way they will learn

Mother smack her kids says this is the way they will learn

ପିଲାମାନଙ୍କୁ ଲାଳନ ପାଳନ କରିବାରେ ସମସ୍ତଙ୍କର ନିଜ ନିଜ ତରିକା ଥାଏ। କେତେକ ଲୋକ ପିଲାମାନଙ୍କୁ ସବୁ ପ୍ରକାର ସ୍ୱାଧୀନତା ଦେଇଥିବା ବେଳେ ସେମାନଙ୍କୁ କୌଣସି ପ୍ରକାର ବାଧା ଦେଇ ନଥାନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କୁହନ୍ତି ଯେ ଅନୁଶାସନ ବିନା ପିଲାମାନେ ପରବର୍ତ୍ତୀ ଜୀବନ ପାଇଁ ପ୍ରସ୍ତୁତ ହୋଇପାରିବେ ନାହିଁ। ଏହି ସମୟରେ ଜଣେ ମା’ କହିଛନ୍ତି ଯେ ସେ ନିଜ ପିଲାମାନଙ୍କୁ କଥା କଥାରେ ଚାପୁଡ଼ା ମାରନ୍ତି। କାରଣ ଏମିତି କଲେ ସେମାନେ କଥାକୁ ବୁଝିପାରନ୍ତି ବୋଲି ସେ କୁହନ୍ତି।

Advertisment

ଆମେରିକାର ବାସିନ୍ଦା ବ୍ରିଟନୀ କୋବଲ୍ ସୋସିଆଲ୍ ମିଡିଆରେ ଏକ ଭିଡିଓ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ସେ ତାଙ୍କ ପିଲାମାନଙ୍କ ପ୍ରତିପୋଷଣରେ ଏକ ଭିନ୍ନ ମନୋଭାବ ପୋଷଣ କରୁଛନ୍ତି। ଯଦିଓ ଅନେକ ଲୋକ ତାଙ୍କର ଏହି ଶୈଳୀରେ ସହମତ ନୁହଁନ୍ତି, କିନ୍ତୁ ବ୍ରିଟନୀଙ୍କୁ ଏଥିରେ କିଛି ଫରକ ପଡେନି।

ତାଙ୍କ ପ୍ୟାରେଣ୍ଟିଂ ଶୈଳୀ ବିଷୟରେ କଥାବାର୍ତ୍ତା କରି ସେ ଏକ ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି ଯେ ସେ ଆଜିକାଲି ଏକ ଟେଣ୍ଡ୍ ଦେଖୁଛନ୍ତି ଯେ ମା’ ମାନେ ନିଜ ପିଲାମାନଙ୍କ ସହିତ କ’ଣ କରନ୍ତି। ଏହା ପରେ ସେ ନିଜର ମତକୁ କୁହନ୍ତି। ସେ କୁହନ୍ତି ଯେ ସମସ୍ତ ଟିକ୍‌ଟକ୍ ମମି ତାଙ୍କୁ ଘୃଣା କରିପାରନ୍ତି କିନ୍ତୁ ସେ ତାଙ୍କ ପିଲାମାନଙ୍କ ଉପରେ ହାତ ଉଠାନ୍ତି।

Advertisment

ସେ ତାଙ୍କ ପିଲାମାନଙ୍କୁ ଥାପଡ ମାରିବା ନେଇ କୌଣସି ଦୁଃଖ କରନ୍ତି ନାହିଁ। ବ୍ରିଟନୀ କୁହନ୍ତି ଯେ ସେ ତାଙ୍କ ପିଲାମାନଙ୍କୁ ୨/୩ ଥର ବୁଝାନ୍ତି ଯେ ସେମାନଙ୍କୁ କଣ କରିବା ଉଚିତ ଓ କ’ଣ କରିବା ଉଚିତ ନୁହେଁ। ଯେତେବେଳେ ସେମାନେ ତାଙ୍କ କଥାକୁ ନ ମାନନ୍ତି ସେ ତାଙ୍କ ପିଲାମାନଙ୍କୁ ଚାପୁଡ଼ା କଷି ଦିଅନ୍ତି।

ଏହା ବ୍ୟତୀତ, ଏକ ବିବାଦୀୟ ପ୍ୟାରେଣ୍ଟିଂ ଶୈଳୀକୁ ବର୍ଣ୍ଣନା କରି ବ୍ରିଟନୀ କହିଛନ୍ତି ଯେ ତାଙ୍କର ମୋଟ ପାଞ୍ଚଟି ସନ୍ତାନ ଅଛନ୍ତି। ସେମାନାଙ୍କର ବୟସ ୨, ୪, ୬, ୮ ଓ ୧୦ ବର୍ଷ। ସେ ସମସ୍ତ ପିଲାଙ୍କୁ ସେମାନଙ୍କ ବୟସ ଅନୁଯାୟୀ ଘରର କାମ କରିବାକୁ ଦିଅନ୍ତି। ସମସ୍ତଙ୍କୁ ଏ ସବୁ କାମ ଶେଷ କରିବାକୁ ହୋଇଥାଏ। ଛୋଟ ପିଲାଙ୍କ ପାଇଁ ଛୋଟ ଛୋଟ କାମ ଦିଆଯାଉଥିବାବେଳେ ବଡ ପିଲାମାନଙ୍କୁ ଶୌଚାଳୟ ସଫା କରିବା ଠାରୁ ଆରମ୍ଭ କରି ଅଳିଆ ଫିଙ୍ଗିବା ଏବଂ ବାସନ ଧୋଇବା ପର୍ଯ୍ୟନ୍ତ କାମ ମଧ୍ୟ ଦିଅନ୍ତି ବ୍ରିଟନୀ।

କେବଳ ଏତିକି ନୁହେଁ, ସେ ପୁଅ ଓ ଝିଅଙ୍କ ଅନୁସାରେ ପିଲାମାନଙ୍କୁ ବଢାନ୍ତି। ଯେତେବେଳେ ଲୋକମାନେ ବ୍ରିଟନୀଙ୍କ କଥା ଶୁଣିଲେ, ସେମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କଲେ। କିଛି ଲୋକ ତାଙ୍କୁ ପିଲାମାନଙ୍କୁ ନ ମାରିବାକୁ ଚେତାବନୀ ଦେଇଛନ୍ତି।

Ajab Gajab
Advertisment
Advertisment