• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bear attack
ଭାଲୁ ଆକ୍ରମଣରେ ୩ଜଣ ମୃତ

କେନ୍ଦୁଝର: କେନ୍ଦୁଝରରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଖାଡ଼ଇାଡ଼ିହା ଗାଁ ଭାଲୁପାହାଡ଼ି ସାହିର ନବକିଶୋର ନାଏକଙ୍କୁ ଭାଲୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଆକ୍ରମଣରେ ଗୁରୁତର ହୋଇଥିବା ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ନବକିଶୋର ନାଏକ ବଗିଚାକୁ ଯାଇଥିବା...

vijay goel
ଫଟୋ ଭାଇରାଲ କରି ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତରେ ଥାଇ ଫଟୋ ଉଠାଇବା ସହ ଉତ୍କଳ ଦିବସରେ ଏହାକୁ ଟ୍ୱିଟ୍ କରି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍‌। ଗତକାଲି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍ ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟ୍ୱିଟ୍...

fish
ପାରାଦୀପ ବଟନଦୀରେ ମାଛ ମଡ଼କ

ପାରୀଦୀପ: ପାରାଦୀପରେ ମାଛ ମଡ଼କ। ସ୍ଥାନୀୟ ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଗୋଟେଇ ଥିବା ଅଭିଯୋଗ ହୋଇଛି। ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା...

minor boy
ଅଗ୍ନିକାଣ୍ଡରେ ନାବାଳକ ଜୀବନ୍ତ ଦଗ୍ଧ

କଟକ: କଟକ ଜିଲ୍ଲା ମାହାଙ୍ଗା ଧର୍ମଦାସପୁରରେ ଅଘଟଣ। ରାତିରେ ଶୋଇଥିବା ବେଳେ ନାବାଳକ ଜୀବନ୍ତ ଦଗ୍ଧ। ମୃତକ ହେଉଛନ୍ତି ପ୍ରଣବ ମିଶ୍ରଙ୍କ ୧୩ ବର୍ଷର ପୁଅ ପ୍ରକାଶ ମିଶ୍ର। ଗତକାଲି ବିଳମ୍ବିତ ରାତିରେ ପ୍ରଣବଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଏକ ବଖରାରେ ପୁଅ ପ୍ରକାଶ ଶୋଇଥିଲା।...

gas tanker
ଦୁର୍ଘଟଣାରେ ଜଣେ ଆହତ, ଗ୍ୟାସ୍‌ ଲିକ୍‌ ହୋଇନଥିବା ସୂଚନା

କଟକ: କଟକ ମଧୁପାଟଣା ଛକରେ ଓଲଟିଲା ଗ୍ୟାସ ଟାଙ୍କର। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଓଲଟି ପଡ଼ିଥିବା ଟ୍ୟାଙ୍କରରେ ଗ୍ୟାସ୍ ବୋଝେଇ ହୋଇ ରହିଛି। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇନାହିଁ। ଟ୍ୟାଙ୍କରଟି ରୋଡ୍ ଡିଭାଇଡର...

toll collection
ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ସମ୍ବଲପୁର ବନ୍ଦ

ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲିଠାରେ ନିର୍ମିତ ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍‌ ଆଦାୟ ବନ୍ଦ ଦାବିରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ଦେଇଛି ଏହି ବନ୍ଦ ଡାକରା। ତେବେ ବନ୍ଦରୁ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଔଷଧ...

jajpur
କାଳବୈଶାଖୀରେ ଭୁଶୁଡ଼ିଲା ମଞ୍ଚ

ଯାଜପୁର: ଭୁଶୁଡ଼ିଲା କୋଟିଏ ଟଙ୍କାରେ ବିଶାଳ ସୁସଜ୍ଜିତ ମଞ୍ଚ। ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ ପୂର୍ବରୁ ଦର୍ଶକ ହେଲେ ନିରାଶ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଲାଗି ବାଳାଶ୍ରମ ମୁକ୍ତାକାଶ...

banki
ରହସ୍ୟ ଘେରରେ ବାଙ୍କୀ ଶିଶୁପୁତ୍ରର ମୃତ୍ୟୁ!

ଭୁବନେଶ୍ୱର: ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାରେ ସସ୍‌ପେନ୍ସ। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତାର ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ବେଳେ ସ୍ପଷ୍ଟ ହେଉନଥିବା କଥା ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି। ସେ କହିଛନ୍ତି ଯେ, ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି...

bharat bandh
ବିଭିନ୍ନ ଦଳିତ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ...

monsoon
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ। ଝଡ଼ ତୋଫାନ ସହିତ ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ବର୍ଷା ହେବା ଦ୍ୱାରା ତାତିରୁ ଟିକେ ତ୍ରାହି ମିଳିଛି। ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି। ତେବେ ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ କାଟ୍‌ ହୋଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ...

morning school
ଆଜିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଆଜିଠୁ ସକାଳୁଅ ସ୍କୁଲ ଆରମ୍ଭ ହୋଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ସକାଳୁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ମାସ ଅଧାରୁ ହିଁ ପ୍ରବଳ ଗରମ ହୋଇଥିଲା।  କିଛି ଦିନ ଧରି ଲଗାତର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ...

deadbody
ପୁଣି ସେଇ ଅଶୋଭନୀୟ ଦୃଶ୍ୟ: ମୃତ ଦେହକୁ ଖଟିଆରେ ବୋହି ୫ କିମି ଚାଲିଲେ ଗାଁ ଲୋକେ

ବାରିପଦା: ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଓଡ଼ିଶାରେ ଆମ୍ବୁଲାନ୍ସ ସେବାରେ କୌଣସି ସୁଧାର ଆସୁନାହିଁ। ଏବେ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବାରେ ଆଉ ଏକ ନମୁନା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକଙ୍କୁ ପାଣିରୁ ଉଦ୍ଧାର ପରେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ନ ଆସିବାରୁ...

innagurate madhusudan bridge
କଟକରୁ ଢେଙ୍କାନାଳ ଦୂରତା କମିବ: ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ମଧୁସୂଦନ ସେତୁ

କଟକ: ଉତ୍କଳ ଦିବସ ଅବସରରେ ଆଜି ମହାନଦୀ ଉପରେ ମଧୁସୂଦନ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେତୁ ହେବା ଫଳରେ ଜନସାଧାରଣ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରିବ। ଫଳରେ...

GSAT-6A satellite
ଇସ୍ରୋ ମିଶନକୁ ଝଟ୍‌କା ! ସାଟେଲାଇଟ GSAT-6A ସହ ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହୋଇଥିବା ସାଟେଲାଇଟ GSAT-6A ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଏନେଇ ଆଜି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୂଡାନ୍ତ କକ୍ଷପଥରେ ଅବସ୍ଥାପିତ ହେବା ପୂର୍ବରୁ ଜିସାଟ୍ 6A ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ଇସ୍ରୋ କହିଛି। ତେବେ ସାଟେଲାଇଟ ସହ ସମ୍ପର୍କ...