• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

fifa cup
ବିଶ୍ୱକପ ଫୁଟବଲ୍‌ରେ ଆଜି ୩ଟି ମ୍ୟାଚ

ମସ୍କୋ: ଆଜି ଫିଫା ବିଶ୍ୱକପ ଫୁଟବଲ୍‌ରେ ୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ସହ ସ୍ୱିଡେନକୁ ଭେଟିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟା ୩୦ ମିନିଟରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚରେ ବେଲଜିୟମ ସହ ପାନାମାର ମୁକାବିଲା ହେବ। ଭାରତୀୟ...

maxico
ଫିଫା ବିଶ୍ୱକପ: ମେକ୍ସିକୋର ଐତିହାସିକ ବିଜୟ

ମସ୍କୋ: ଫୁଟବଲ ବିଶ୍ୱକପରେ ଐତିହାସିକ ବିଜୟ ହାସଲ କରିଛି ମେକ୍ସିକୋ। ପ୍ରଥମ ମ୍ୟାଚରେ ମେସ୍କିକୋ ଡିଫେଣ୍ଡିଂ ଚାମ୍ପିଅନ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଆରମ୍ଭରୁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା ମେକ୍ସିକୋ। ପ୍ରଥମରୁ ହିଁ ଜର୍ମାନୀ ଉପରେ ଚାପ ପକାଇ ମେକ୍ସିକୋ...

home
ଦୁଷ୍କର୍ମ ପୀଡ଼ିତାଙ୍କୁ ବାହା ହେଲେ ଅଭିଯୁକ୍ତ ଯବାନ

ବାଲିଗୁଡ଼ା: ଶେଷରେ ଦୁଷ୍କର୍ମ ପୀଡ଼ିତାଙ୍କ ହାତ ଧରିଲେ ଅଭିଯୁକ୍ତ ଯବାନ। ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଜଣେ ଯବାନଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏ ନେଇ ସେ ଜି ଉଦୟଗିରି ଥାନାରେ ଏକ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ...

air odisha
ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ

ଭୁବନେଶ୍ୱର: ବିମାନଯାତ୍ରା କ୍ଷେତ୍ରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ବିମାନ ଉଡ଼ାଣକାରୀ ସଂସ୍ଥା ଏୟାର ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ ହୋଇଛି। ଏବେ ଯାତ୍ରୀ ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରୁ ରାୟପୁର ପହଞ୍ଚିପାରିବେ। ଏ ସଂକ୍ରାନ୍ତରେ ଡିଜିସିଏ ପକ୍ଷରୁ ସିଡ୍ୟୁଲକୁ ଅନୁମତି...

elephant
ହାତୀ ଆକ୍ରମଣରେ ମହିଳା ମୃତ

କଟକ: ଚୌଦ୍ୱାର ମହିଷଲଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ କଳ୍ପନା ସ୍ୱାଇଁ ନାମକ ଜଣେ ମହିଳା ଶୌଚ ପାଇଁ ବାହାରକୁ ଯାଇଥିବା ବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ଏସ୍‌ସିବିକୁ ନିଯାଇଥିଲା। ରାସ୍ତାରେ...

bhdrak
ବାଇକ୍‌ରେ ଯାଉଥିବା ବେଳେ ଉପରୁ ପଡ଼ିଲା ବିଦ୍ୟୁତ୍‌ ତାର, ଜଣେ ମୃତ

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ପାଣିକୋଇଲି ଛକ ନିକଟରେ ରାସ୍ତା ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ...

lingraj
ଶେଷ ହେଲା ପ୍ରଭୁ ଲିଙ୍ଗରାଜଙ୍କର ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ପ୍ରଭୁ ଲିଙ୍ଗରାଜଙ୍କର ଶୀତଳଷଷ୍ଠୀ ଯାତ୍ରା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ବିଳମ୍ବିତ ରାତିରେ ଏକ ବିଶାଳ ଶୋଭାଯାତ୍ରାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବରଯାତ୍ରୀ କେଦାରଗୌରୀ ପରିସରରେ ଥିବା ଗୁଆଝର ମଣ୍ଡପକୁ ଯାଇଥିଲେ। ପରେ ରୀତିନୀତି ଅନୁସାରେ ମହାପ୍ରଭୁ ଲିଙ୍ଗରାଜ ଏବଂ ଗୌରୀଙ୍କ...

heatwave
ମୌସୁମୀ ଉଭାନ: ଆଜିଠାରୁ ହିଟ୍ ୱେଭ୍ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରବିବାର ସାରା ରାଜ୍ୟରେ ହିଟ୍ ୱେଭ୍ ସତର୍କ ସୂଚନା ଜାରି ହୋଇଛି। ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେବଳ ଦକ୍ଷିଣ ଓଡ଼ିଶାକୁ ଛାଡ଼ି...

sitala
ରୀତିନୀତିରେ ସମ୍ପନ୍ନ ହେଲା ଶିବ, ପାର୍ବତୀଙ୍କ ବିବାହ ଉତ୍ସବ: ଆଜି ଯୁଗଳ ଦର୍ଶନ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ହୋଇଛି ସମ୍ବଲପୁର ସହର। ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ। ବିବାହ ଶୋଭାଯାତ୍ରାରେ ବାଣ, ରୋଷଣୀ ଓ ବାଜା ବାଜଣାରେ ଫାଟି ପଡ଼ିଥିଲା ପରିବେଶ। ସାରା ସମ୍ବଲପୁର ସହରକୁ ଦୁଲୁକେଇ ଶୋଭାଯାତ୍ରାରେ ଆସିଥିଲେ ମହାଦେବ। ସଂଧ୍ୟାରୁ ଆରମ୍ଭ ହୋଇଥିବା...

ram
ଗାଁ ଦାଣ୍ଡରେ ବ୍ୟକ୍ତିଙ୍କୁ ଉଠ୍‌ବସ୍‌ କରାଇଲେ ପୂର୍ବତନ ସରପଞ୍ଚ: ଭିଡିଓ ଭାଇରାଲ୍

ନବରଙ୍ଗପୁର: ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୂର୍ବତନ ସରପଞ୍ଚଙ୍କ ଉଠ୍‌ବସ୍‌ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।  ଏହି ଭିଡିଓଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ହାତିବେଡ଼ା ଗାଁର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ ହାତିବେଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ମାଝିଙ୍କ ଶାଶୁଙ୍କର ନିକଟରେ ମୃତ୍ୟୁ...

boat-capsize
ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଡଙ୍ଗା ମାଲିକ ଗିରଫ

ବାଲୁଗାଁ: ଚିଲିକା କାଳିଜାଈ ଗଣ୍ଡରେ ଘଟିଥିବା ମର୍ମନ୍ତୁଦ ଡଙ୍ଗାବୁଡ଼ି ଘଟଣାରେ ରବିବାର ଡଙ୍ଗା ମାଲିକ ବସନ୍ତ ବେହେରାକୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଡଙ୍ଗା ଚାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ବିଭିନ୍ନ ସ୍ଥାନରୁ କାଳିଜାଈ ଦର୍ଶନ ପାଇଁ ଆସିଥିବା ୧୫ ଜଣ ଯାତ୍ରୀ ଶନିବାର ବାଲୁଗାଁର...

chhatisanijog
ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ

ପୁରୀ : ପୁରୀରେ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ସେବାୟତଙ୍କୁ ଦାନ ଦକ୍ଷିଣା ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁପାଳନ ନେଇ ବୈଠକରେ ଆଲୋଚନା ହୋଇଛି। ଦାନଅର୍ଥକୁ ନେଇ ଛତିଶା ନିଯୋଗ ସୁପ୍ରିମ୍‌କୋର୍ଟରେ ନିଜର ପକ୍ଷ ରଖିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ...

yoga
ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ବିଦେଶରେ ଯୋଗ ମାନିଆ

ଓ୍ୱାଶିଂଟନ : ଚାଲିଛି ଯୋଗ ଶିବିର । କୌଣସି ଭାରତୀୟ ସହର ନୁହେଁ, ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ଦେଖିବାକୁ ମିଳିଛି ଏମିତି  ଦୃଶ୍ୟ। ପାଖାପାଖି ୨୫ ଶହରୁ ଅଧିକ ଲୋକ ଯୋଗ କରୁଛନ୍ତି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଓ୍ୱାସିଙ୍ଗଟନରେ ପାଳନ...

kafeel
ଏବେ ବି ପୋଲିସର ହାତ ଖାଲି

ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ବିଆରଡି ମେଡିକାଲ ଶିଶୁ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡାକ୍ତର କାଫିଲ ଖାନଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଏବେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ତେଣୁ ଘଟଣାର ସିବିଆଇ  କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ...

dinesh
ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାଣ୍ଡିମଲଙ୍କ ନାଁରେ ବଲ୍‌ ଟାମ୍ପରିଂ ଅଭିଯୋଗ

ନୂଆଦିଲ୍ଲୀ: ବଲ୍‌ ଟାମ୍ପରିଂ କେସ୍‌ରେ ଦୋଷୀ ସାବ୍ୟସ୍ତ ହେଲେ ଶ୍ରୀଲଙ୍କା କ୍ରିକେଟ୍‌ର ଅଧିନାୟକ ଦିନେଶ ଚାଣ୍ଡିମଲ। ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବଲ୍‌ ଖରାପ କରିବା ଅଭିଯୋଗ ତାଙ୍କ ନାଁରେ ରହିଥିଲା। ତେବେ ଏ ନେଇ ରବିବାର ଆଇସିସି ଚାଣ୍ଡିମଲଙ୍କ ଉପରେ କ୍ରିକେଟ ଆଚରଣବିଧୀ ୨.୨.୯ର ଉଲ୍ଲଙ୍ଘନ...

priyanka
ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ!

ମୁମ୍ବାଇ: ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ! ଆଉ ବାହା ହେବେ ବିଦେଶରେ। ଏଥିପାଇଁ ବିଦେଶରୁ ପ୍ରପୋଜାଲ୍‌ ମଧ୍ୟ ଆସିଛି। ଏସବୁ ଜାଣିଲା ପରେ ନିଶ୍ଚୟ ମନ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। କିଏ ସେ ଦେଶୀ ଗର୍ଲ? ଆଉ ବିଦେଶରେ କାହାକୁ ବାହା ହେବେ? ଏମିତି...

indravati tunnel
ଇନ୍ଦ୍ରାବତୀ ଟନେଲରେ ଫାଟ

ଧର୍ମଗଡ଼:  କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଟନେଲରେ ଫାଟ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଡ୍ୟାମରୁ ୪ଟି ଟନେଲ ଯୋଗେ ପାୱାର ହାଉସ୍‌କୁ ପାଣି ଆସିଥାଏ। ହେଲେ ଦୁଇ ଦିନ ହେବ ଏଠାରେ ଥିବା ୨ ନମ୍ୱର ଟନେଲରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଏହି ଫାଟ...