• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rat-atm
ATMରେ ମୂଷା ଖାଇଗଲେ ୧୨ ଲକ୍ଷ ଟଙ୍କା

ଗୌହାଟି: ମୂଷାମାନେ ଘରେ କାଗଜପତ୍ର ଅବା କପଡା କାଟି ଥିବାର ଅାପଣ ଦେଖିଥିବେ I କିନ୍ତୁ ATM ମେସିନ ଭିତରେ ପଶି ଟଙ୍କା କାଟି ଟୁକୁଡା ଟୁକୁଡା କରିବା ଘଟଣା ଶୁଣି ନଥିବେ I ଘଟଣାଟି ଅାପଣଙ୍କୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି ସତ I ମୂଷା କାଟିଥିବା ୫୦୦...

bjp
ବିଜେପି-ପିଡିପି ବ୍ରେକ୍‌ଅପ୍‌

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡିପି ମେଣ୍ଟ । ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସହ ହୋଇଥିବା ମେଣ୍ଟରୁ ବିଜେପି ଓହରି ଯାଇଛି ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି । ବିଜେପି ମେହବୁବା ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ...

papu pom pom
ସୁସ୍ଥ ହେଉଛନ୍ତି ପପୁ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଅଭିନେତା ପପୁ ପମ୍ ପମ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦୀର୍ଘ ଦିନ ପରେ ଆଜି ପପୁ ICUରୁ ବାହାରିଛନ୍ତି। ତାଙ୍କୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ତେବେ ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ...

indigo
ଜୟପୁର-ମୁମ୍ବାଇ ବିମାନରେ ବୋମା ! ମିଳିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ: ଜୟପୁର-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଫୋନ୍ କଲ୍। ଇଣ୍ଡିଗୋର ଏହି ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ମିଳିଛି। ଆଜି ସକାଳ ୫ଟା ୩୦ ମିନିଟ୍‌ରେ ଇଣ୍ଡିଗୋ କଲ୍ ସେଣ୍ଟର୍‌କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହି ଘଟଣା ପରେ ତତ୍‌କ୍ଷଣାତ୍‌ ପୋଲିସ୍ ଏବଂ...

school students
ପୁଣି ବଢ଼ିଲା ସ୍କୁଲ ଛୁଟି; ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର: ପୁଣି ବଢ଼ିଲା ଖରାଛୁଟି ଅବଧି। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଅାଉ ୪ ଦିନ ପାଇଁ ବୃଦ୍ଧି କରିଛନ୍ତି। ଜୁନ ୨୧ ବଦଳରେ ଜୁନ୍ ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ ୧୭...

rourkela bank loot
ବନ୍ଧୁକ ମୁନରେ ୪୫ଲକ୍ଷ ଲୁଟ୍‌; ସାଙ୍ଗରେ ନେଇଗଲେ ସିସିଟିଭି ରେକର୍ଡ ମେସିନ୍‌

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ବନ୍ଧୁକ ମୁନରେ ପ୍ରାୟ ୪୫ଲକ୍ଷ ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି। ମଧୁସୂଦନନଗର ବଜାରରେ ଥିବା ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କରେ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ଆଜି ସକାଳ ୧୦ଟା ବେଳେ ବ୍ୟାଙ୍କ ଖୋଲିବା ମାତ୍ରେ ୭ରୁ ୮ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ...

bare body found
ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ପଞ୍ଚାୟତ ଅଫିସ ନିକଟ ଜାତୀୟ ରାଜପଥ କଡ଼ରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବବୋଲି ଜଣାପଡ଼ିଛି।...

sona mohapatra
ସୋନାଙ୍କୁ ବିରୋଧ: ପୋଷ୍ଟର ପୋଡ଼ି, କ୍ଷମା ପ୍ରାର୍ଥନା ଦାବି

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ , ‘ଆହେ ନୀଳ ଶଇଳ’କୁ ଭୁଲ୍ ଢଙ୍ଗରେ ଗାଇବାକୁ ନେଇ ସୋନା ମହାପାତ୍ରଙ୍କ ବିରୋଧରେ ବଢୁଛି ଅସନ୍ତୋଷ। ଆଜି ପୁରୀ ସ୍ୱର୍ଗଦ୍ୱାର ଆଗରେ ସଚେନତ ନାଗରିକ ମଞ୍ଚ ପକ୍ଷରୁ ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା...

teacher
ଦିଦିଙ୍କୁ ଟଙ୍କା ନ ଦେବା ପଡ଼ିଲା ମହଙ୍ଗା; ସାର୍ଟିଫିକେଟରେ ଲେଖିଦେଲେ...

କଳାହାଣ୍ଡି: ଦିଦିଙ୍କୁ ଟଙ୍କା ନ ଦେବା ପଡ଼ିଲା ମହଙ୍ଗା। ଆଉ ସାର୍ଟିଫିକେଟରେ ଲେଖିଦେଲେ ଚରିତ୍ର ନକରାତ୍ମକ। କଳାହାଣ୍ଡି ଜିଲ୍ଲାରେ ଏହି ଘଟଣା ଘଟିଛି ।ପ୍ରଧାନଶିକ୍ଷୟିତ୍ରୀଙ୍କୁ ଟଙ୍କା ନ ଦେବାରୁ ୨ ଜଣ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ନକରାତ୍ମକ ବୋଲି ପ୍ରଧାନଶିକ୍ଷୟିତ୍ରୀ ଲେଖିଥିବା ନେଇ ଅଭିଯୋଗ ହୋଇଛି।...

fifa
ଫିଫା ବିଶ୍ୱକପ୍‌: ଟ୍ୟୁନିସିଆ ବିପକ୍ଷରେ ଇଂଲଣ୍ଡ ବିଜୟୀ

ମସ୍କୋ: ଫିଫା ବିଶ୍ୱକପ୍‌ରେ ଆଜି ୩ଟି ମ୍ୟାଚ୍‌ ଖେଳାଯିବ। ସନ୍ଧ୍ୟା ୫ଟା ୩୦ରେ କଲମ୍ବିଆ ଓ ଜାପାନ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍‌ରେ ପୋଲାଣ୍ଡ, ସେନେଗାଲକୁ ରାତି ୮ଟା ୩୦ରେ ଭେଟିବ । ମସ୍କୋର ସ୍ପ୍ରାଟାକ୍‌ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।  ରାତି ୧୧ଟା ୩୦ରେ ସେଣ୍ଟ...

heat wave
ଆକାଶରୁ ହେଉଛି ଅଗ୍ନିବର୍ଷା!

ଭୁବନେଶ୍ୱର: ଖରା ନୁହେଁ ତ, ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ପାଣିପାଗ ବିଭାଗ ପକ୍ଷରୁ ଆହୁରି ୨ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛଇ। ଦିନ ୧୦ଟା ହେଲା ମାତ୍ରେ ଏମିତି ଝାଞ୍ଜି ପବନ...

medical counselling
ମେଡ଼ିକାଲ ଆଡ଼ମିଶନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ମେଡିକାଲ ଆଡମିଶନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।  ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ Ojee.nic.inରେ ଅନ୍‌ଲାଇନ୍‌ ଯୋଗେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ୍ କରିବେ। ଜୁନ୍ ୧ ଓ ୨ରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ ଓ ଲକିଂ କରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ ଲାଗି ଜୁନ୍‌...

sambalpur
ଦୁଲୁକୁଛି ସମ୍ବଲପୁର; ଶେଷ ପର୍ଯ୍ୟାୟରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର: ଶେଷ ପର୍ଯ୍ୟାୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ସୋମବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଦେବ ଦମ୍ପତିଙ୍କ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଏବେ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଚାଲିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୬ହଜାରରୁ ଅଧିକ କଳାକାର ମଧ୍ୟ ସାମିଲ ହୋଇଛନ୍ତି।...

Shilpa-Shetty-pregnant-750x430
ଶିଳ୍ପାକୋ କ୍ୟା ହୁଅା ?

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣି ଗର୍ଭବତୀ ହୋଇଥିବା ନେଇ ଚର୍ଚ୍ଚା I ମୁମ୍ବାଇର ଏକ କ୍ଲିନିକରୁ ଏହି ସେଲିବ୍ରିଟି ଶିଳ୍ପପତି ଫେରୁଥିବା ବେଳର ଫଟୋକୁ ନେଇ ସୋସିଅାଲ ମିଡିଅାରେ ଚର୍ଚ୍ଚା ଜୋର ଧରିଛି I ଶିଳ୍ପାକୋ କ୍ୟା ହୁଅା ଟ୍ୟାଗ୍ ଲାଇନ ଥାଇ ଏହି ଫଟୋ...

IMG-20180618-WA0274
କପାଳଲୋଚନ ମନ୍ଦିରରେ ଶିବ ବିବାହ ଉତ୍ସବ

ଭୁବନେଶ୍ୱର: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଭୁବନେଶ୍ୱର ଡମଣା ଗାଁ କପାଳଲୋଚନ ମହାଦେବ ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଶନିବାର ପାରମ୍ପରିକ ରୀତିରେ ମଙ୍ଗଳକୃତ୍ୟ ଓ ଅଭିଷେକ ସଂପନ୍ନ କରାଯାଇଥିଲା I ରବିବାର ସକାଳୁ କପାଳ ଲୋଚନ ମହାଦେବଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା...