• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

heat-1
ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଆକାଶରୁ ବର୍ଷୁଛି ନିଆଁ। ଡହ ଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସାରା ରାଜ୍ୟ। ଗତକାଲି ଭଳି ଆଜି ବି ଭୁବନେଶ୍ୱରରେ ରେକର୍ଡ ଛୁଇଁଛି ତାତି। ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଥିଲା। ଅବସ୍ଥା ଏଭଳି ହୋଇଛି...

guru pujan
ଗୁରୁଙ୍କୁ ପୂଜିଲେ ପୁରାତନ ଛାତ୍ର

ଅାଳି: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ହାଟସାହି ହାଇସ୍କୁଲରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ 1967 ମସିହାର ପୁରାତନ ଛାତ୍ର ଗୁରୁଙ୍କୁ ପୂଜା କରିଥିଲେ I ଏହା ସହ ଶିକ୍ଷା ଗୁରୁ ସର୍ବଦା ଅବିସ୍ମରଣୀୟ ଶୀର୍ଷକ ଏକ ଅାଲୋଚନାଚକ୍ର ଅନୁଷ୍ଠିତ...

arbinda
ଦିଲ୍ଲୀ ହାଇକୋର୍ଟରୁ କେଜରୀୱାଲ୍‌ଙ୍କୁ ଶକ୍ତ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜରୀୱାଲ୍‌ଙ୍କୁ ଶକ୍ତ ଝଟକା। ଉପରାଜ୍ୟପାଳଙ୍କ ଅଫିସ୍ ସମ୍ମୁଖରେ ବସିଥିବା ଧାରଣାକୁ ନେଇ ଆପତ୍ତି ଉଠାଇଛନ୍ତି ଅଦାଲତ। କାହିଁକି ଏବଂ କେଉଁ ପରିସ୍ଥିତିରେ କେଜରୀୱାଲ୍ ଧାରଣାରେ ବସିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। କେବଳ ଏତିକି ନୁହଁ କେଜରୀୱାଲ୍ ପକ୍ଷ ଓକିଲଙ୍କୁ...

fire
ପାରିବାରିକ କଳହର କରୁଣ ପରିଣତି

ବ୍ରହ୍ମପୁର : ପାରିବାରିକ କଳହରୁ କରୁଣ ପରିଣତି। ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର। ଆସିକା ଧରାକୋଟ ଥାନା କହିରାପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରୋଇ କଳିକୁ ନେଇ ପତ୍ନୀ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ୱାମୀ ତାଙ୍କୁ ଅଟକାଇଥିଲେ। ତେବେ ନିଆଁ...

ctc
କଟକରେ ଗଣ୍ଡଗୋଳ ଘଟଣାରେ ୪୩ ଜଣ ଗିରଫ

କଟକ : ସୀମା ବିବାଦକୁ ନେଇ କଟକରେ ଗଣ୍ଡଗୋଳ ଘଟଣାରେ ୪୩ ଜଣ ଗିରଫ । ଲାଇଟ୍ ସଜାକୁ ନେଇ ଗତ ୧୫ ତାରିଖ ରାତିରେ କଟକ ଝୋଲାସାହି ଓ ପୀଠାପୁର ନୂଆସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କଟକ ଡିସିପି ଅଖିଳେଶ୍ୱର ସିଂ ସ୍ଥାନୀୟ ପୋଲିସ ସହ ମିଶି...

jhansi ki rani
ମଣିକର୍ଣ୍ଣିକା - ଦି କ୍ୱିନ୍ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ୍

ମୁମ୍ବାଇ:  ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଅାଧାରିତ ସିନେମା ମଣିକର୍ଣ୍ଣିକା ଦି କ୍ୱିନ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିରେ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅାସୁଛନ୍ତି ବଲିଉଡ କ୍ୱିନ କଙ୍ଗନା ରାଣାୱତ୍‌ I ଏହି ସିନେମାର ସୁଟିଂ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି I...

old man
ଦୁଷ୍କର୍ମ ଉଦ୍ୟମ କରି ୬୦ ବର୍ଷୀୟ ବୃଦ୍ଧ ଗିରଫ

ରାୟଗଡା  : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୬୦ ବର୍ଷୀୟ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ଗତ ରାତିରେ ନାବାଳିକା ଜଣକ ଘରେ ଶୋଇଥିବା ବେଳେ ବେଣିଆ ଜଳ ନାମକ ଜଣେ ବୃଦ୍ଧ ତାଙ୍କୁ...

representational image
ହାତଗୋଡ଼ ବାନ୍ଧି ନାବାଳିକାଙ୍କୁ ଗଣଦୁଷ୍କର୍ମ

ବୈାଦ୍ଧ : ହାତ ଗୋଡ଼ ବାନ୍ଧି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବୈାଦ୍ଧରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଦୁଇ ଜଣ ଅଭିଯୁକ୍ତ ନାବାଳିକା ଜଣକୁ ବଳପୂର୍ବକ ଉଠାଇ ନେଇ ପ୍ରଥମେ ହାତଗୋଡ଼ ବାନ୍ଧି ପରେ ଦୁଷ୍କର୍ମ କରିଥିବା...

koraput-1
କୋରାପୁଟ କଂଗ୍ରେସରେ ଫାଟ ; ତେଜିଲା ଗୋଷ୍ଠୀ ବିବାଦ

କୋରାପୁଟ  : କୋରାପୁଟ କଂଗ୍ରେସରେ ପୁଣି ତେଜିଲା ଗୋଷ୍ଠୀ ବିବାଦ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା କଂଗ୍ରେସରେ ଥିବା ଫାଟ ଆଜି ପୁଣି ଥରେ ଦେଖାଦେଇଛି।  ସମ୍ୱର୍ଦ୍ଧନା ସଭା ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଥିଲା। ରାଲିରେ...

bjd
ବିବାଦ ଭିତରକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ରାଜ୍ୟ ବିଜେପି

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ  ପ୍ରେସମିଟ୍‌ରେ କହିଛନ୍ତି ଯେ, ଶ୍ରୀମନ୍ଦିର ଆଇନ ଅନୁସାରେ ଏକ ଫାଉଣ୍ଡେସନ ଫଣ୍ଡ୍ କମିଟି ରହିଛି। ମୁଖ୍ୟମନ୍ତ୍ରୀ ଏହି ଫାଉଣ୍ଡେସନ ଫଣ୍ଡ୍ କମିଟିର ଅଧ୍ୟକ୍ଷ ଥିବା ବେଳେ ଗତ...

abductor husband
ସ୍ତ୍ରୀଙ୍କୁ ଅପହରଣ କରୁଥିଲେ ସ୍ୱାମୀ

କଳାହାଣ୍ଡି: ସ୍ୱାମୀ ନିଜ ସ୍ତ୍ରୀକୁ ଅପହରଣ କରୁଥିବା ବେଳେ ଚିତ୍କାର ଶୁଣି ରାସ୍ତାରେ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି ପତ୍ନୀ। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ। ଅଭିଯୋଗ ଅନୁସାରେ ଗତ ୩ବର୍ଷ ହେଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଥିଲା। ଉଭୟ ଅଲଗା...

AIIMS
AIIMS ନର୍ସିଂ ଅଫିସର ପଦବିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର / ଦିଲ୍ଲୀ ; ଏମସ ( All India Institute Of Medical Science) ରେ 551 ନର୍ସିଙ୍ଗ ଅଫିସର ପଦବିରେ ନିଯୁକ୍ତି ପାଇଁ ଵିଜ୍ଞପ୍ତି ପ୍ରକାଶ ପାଇଛି ପଦବିର ନାମ– ନର୍ସିଙ୍ଗ ଅଫିସର ଗ୍ରୁପ B ପଦବି ସଖ୍ୟା – ୫୫୧ UR-୨୭୯ SC-୮୨ ST-୪୧...

-heatwave
୪୨.୩ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ

ଭୁବନେଶ୍ୱର: ମୌସୁମୀର ଦେଖା ନଥିବାବେଳେ ଆକାଶରୁ ଯେମିତି ନିଆଁ ବର୍ଷୁଛି। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀ ତାପମାତ୍ରା ୪୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁନ୍ ୮ ତାରିଖରୁ ଓଡିଶାକୁ ମୌସୁମୀ ଛୁଇଁ ଦୁର୍ବଳ ହୋଇଯାଇଛି। ଗତ ୪  ଦିନ...

vlcsnap-
ସମ୍ପତ୍ତି ପାଇଁ ବାପାକୁ ମାରିଦେଲା ପିଶାଚ ପୁଅ

ଗଞ୍ଜାମ: ସଂପତ୍ତି ପାଇଁ ବାପାକୁ ମାରିଦେଲା ପିଶାଚ ପୁଅ । ଯେଉଁ ବାପା ନିଜେ ଭୋକିଲା ରହି ପୁଅ ପେଟରେ ମୁଠାଏ ଦାନା ଦେବାକୁ ଦିନ ରାତି ଏକାକାର କରିଥିଲା ସେହି ପୁଅ ଆଜି ବାପାର ହତ୍ୟାକାରୀ ସାଜିଛି।  ଏଭଳି ଏକ ଦୁଖଃଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ...

child h
ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ

ଅନୁଗୁଳ: ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ। ଅନୁଗୁଳ ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକଙ୍କ ଘରେ ଜଣେ ୮ ବର୍ଷୀୟା ନାବାଳିକା ଶିଶୁ ଶ୍ରମିକ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ଏହି ନାବାଳିକାକୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ରଜରେ ଘରକୁ...

cm
ବିଶ୍ୱକପ ହକି: ହକି କମ୍ପ୍ଲେକ୍ସର ଭିତ୍ତିଭୂମି ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୨୮ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ୍‌ ମ୍ୟଚ୍‌। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ହକି କମ୍ପ୍ଲେକ୍ସର ଭିତ୍ତିଭୂମୀ ପରୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡ଼ିୟମରେ ପହଞ୍ଚି କ୍ରୀଡ଼ା ବିଭାଗର ସଚିବ ଏବଂ ଇଡକୋ ସିଏମଡିଙ୍କୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ...

terror-attack
ଅପରେସନ ଅଲଆଉଟ, ଟଳିଲେ ୪ ଅାତଙ୍କବାଦୀ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣିଥରେ ଅାରମ୍ଭ ହୋଇଯାଇଛି ଅପରେସନ ଅଲଅାଉଟ। ରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରବିରତି ନିର୍ଦ୍ଦେଶ ଉଠାଇଦେବା ପରେ, ସେନା ପକ୍ଷରୁ ଏହା ପ୍ରଥମ ଅପରେସନ । ଅପରେସନ ଅାରମ୍ଭରୁ ହିଁ ସେନାକୁ ଏକ ବଡ ଧରଣର ସଫଳତା ମିଳିଛି। ସୋମବାର ବାନ୍ଦିପୁରା ସେକ୍ଟରରେ ଭାରତୀୟ ଯବାନଙ୍କ ଗୁଳିରେ ୪...