• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bjp
ଗୁଇନ୍ଦା ରିପୋର୍ଟକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁଲିସ୍‌ର ଗୁଇନ୍ଦା ରିପୋର୍ଟ ଆଧାରରେ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ବିଜେପି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ଦେଖାଉଥିବା ପ୍ରମାଣପତ୍ର...

purna
ମୋ ପ୍ରତି ଅନ୍ୟାୟ ହୋଇଛି: ପୂର୍ଣ୍ଣଚନ୍ଦ୍ର ନାୟକ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିଛି। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନାହିଁ। ଏହାକୁ ନେଇ ପୂର୍ଣ୍ଣଚନ୍ଦ୍ର ଅସନ୍ତୋ ପ୍ରକାଶ କରିଛନ୍ତି। ଏହା ମୋ ପ୍ରତି ଅନ୍ୟାୟ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି,...

debaraj
ଟିକେଟ୍‌ ନମିଳିବାକୁ ନେଇ ଦେବରାଜଙ୍କ କ୍ଷୋଭ

ଆସିକା (ମନୋଜ ମୁନି): ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଆସିକା ବିଧାୟକ ଦେବରାଜ ମହାନ୍ତିଙ୍କ ନାଁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜେ ଦେବରାଜ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ଯୋଗ୍ୟତା ଥାଇ, କ’ଣ ପାଇଁ ଟିକେଟ୍‌ କଟିଲା ଜାଣିପାରୁନାହିଁ ବୋଲି ସେ କହିଛନ୍ତି।...

bjd
ନବୀନଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଗତକାଲି ଓଡ଼ିଶା ପୁଲିସ୍‌ର ଗୁଇନ୍ଦା ଚିଠି ଦେଖାଇ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହେଉଥିବା ବିଜେପି ଅଭିଯୋଗ କରିଥିଲା। ଆଜି ଏହାର ସ୍ପଷ୍ଟିକରଣ ରଖିଛି ବିଜେଡି। ବିଜେପି ମିଥ୍ୟା ଡକ୍ୟୁମେଣ୍ଟ ଦେଖାଇ ଥିବା କହି ଏହା ହୀନ ରାଜନୈତିକ ଚକ୍ରାନ୍ତ ବୋଲି ବିଜେଡି...

pasupalaka
ଚାକିରି ଛାଡ଼ିଲେ ପଶୁପାଳକ

ଭୁବନେଶ୍ୱର: କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଚାକିରି ଛାଡିଛନ୍ତି। ଏହାସହ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ମଧ୍ୟ ଛାଡି ଦେଇଛନ୍ତି। ଆଜି ଡାକ ଯୋଗେ ରାଜ୍ୟପାଳଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଥିବା ଜଣାପଡ଼ିଛି। ଚଳିତମାସ ପଶୁପାଳକ ଚାକିରିରୁ ଅବସର ନେଇଥାନ୍ତେ।...

naveen
୨୬ ବିଧାୟକଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେଲେ ନବୀନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ୫୪ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ୨୬ ନୂଆ ମୁହଁ ଥିବା ଜଣାପଡ଼ିଛି। ସେହିପରି ୯ଟି ଲୋକସଭା ଆସନ ମଧ୍ୟରେ ମାତ୍ର ବଲାଙ୍ଗିରରେ କଳିକେଶ ସିଂହଦେଓଙ୍କୁ ଛାଡ଼ି ବାକି ସମସ୍ତ ଆସନରେ ନୂଆ ମୁହଁକୁ ବିଜେଡି ସ୍ଥାନ...

kandhamala
କନ୍ଧମାଳରେ ଅଚ୍ୟୁତଙ୍କୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ବିଜେଡି ନେତା ଓ କର୍ମୀ

କନ୍ଧମାଳ (ତ୍ରୀନାଥ ସାହୁ): କନ୍ଧମାଳ ଲୋକସଭା ଆସନରେ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିତ୍ୱକୁ ନେଇ ସ୍ଥାନୀୟ ବିଜେଡିର ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଫୁଲବାଣୀସ୍ଥିତ ବିଜୁ ପଟ୍ଟନାୟକ ଛକରେ ଦଳର ଅନେକ ନେତା ଓ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ବାହାରୁ ନୁହେଁ କନ୍ଧମାଳ...

evm
ପ୍ରଥମ ଦିନରେ ୪ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ୪ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଥମ ଦିନରେ ଲୋକସଭା ଆସନ ପାଇଁ କୌଣସି...

bolangiri
ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଏଥର ନିଆରା ହେବ ନିର୍ବାଚନ। ଦିବ୍ୟାଙ୍ଗଙ୍କ ଲାଗି ହେବ ସ୍ୱତନ୍ତ୍ର ସୁବିଧା। କାରଣ ୨୦୧୯ର ସାଧାରଣ ନିର୍ବାଚନର ଥିମ୍ ରହିଛି ‘ସୁଗମ ନିର୍ବାଚନ’। ସେଥିପାଇଁ ପ୍ରଥମଥର ଲାଗି ଚଳିତବର୍ଷ ନିର୍ବାଚନରେ ସବୁ ଦିବ୍ୟାଙ୍ଗମାନଙ୍କୁ ସାମିଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା ବଲାଙ୍ଗିରରେ...

bjp
ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି ନବୀନ: ବିଜେପି

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ସେ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହେବେ ବୋଲି ତାଲିକାରେ ଦର୍ଶାଯାଇଛି। ତେବେ ନବୀନ...

c
କ୍ୟାପିଟାଲ ହସ୍ପିଟାଲରେ ଅବ୍ୟବସ୍ଥା: ଦରମା ନପାଇ କାମ ବନ୍ଦ କଲେ ଠିକା କର୍ମଚାରୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପଞ୍ଜିକରଣ କାମରେ ନିୟୋଜିତ ଠିକା କର୍ମଚାରୀ କାମ ବନ୍ଦ କରିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ୧୧ ମାସ ହେବ ଠିକା କର୍ମଚାରୀଙ୍କ ଦରମା ମିଳି ନଥିବାରୁ ଆଜି ସେମାନେ କାମ ବନ୍ଦ କରିଦେଇଥିଲେ। ଏହାକୁ...

Orissa-High-Court
ଆସନ୍ତା ୩୦ରେ ହେବ ବାର ଆସୋସିଏସନ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ ନିର୍ବାଚନ ଆସନ୍ତା ୩୦ ତାରିଖରେ କରାଯିବ। ଏନେଇ ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୱାନ୍ ବାର୍ ୱାନ୍ ଭୋଟ୍ ନିଷ୍ପତ୍ତି ଆଧାରରେ ନିର୍ବାଚନ କରାଯିବାକୁ କୋର୍ଟ କହିଛନ୍ତି। ଏହାସହ ଗତ ଫେବୃଆରୀ ୨୪ରେ ବାର୍ କାଉନସିଲ୍ ଜାରି କରିଥିବା...

sahid
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ସହିଦ, ୩ ଆହତ

ଜମ୍ମୁ: ଯେତେ ଯାହା କଲେ ବି ପାକିସ୍ତାନ ସୁଧୁରିବ ନାହିଁ। ପୁଲୱାମା ଆକ୍ରମଣର ଭାରତ ପ୍ରତିଶୋଧ ନେବା ସହ ବିଶ୍ୱବାସୀଙ୍କୁ ପାକିସ୍ତାନର ଅସଲ ଚେହେରା ଦେଖାଇବା ପରେ ଆଶା କରାଯାଉଥିଲା କିଛିଟା ପରିବର୍ତ୍ତନ ଘଟିବ। ହେଲେ ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ ନୀତିରେ...

mayawati
କଂଗ୍ରେସ ନିଜ କଥା ଚିନ୍ତା କରୁ: ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି କରିଥିବା ମେଣ୍ଟରୁ ବାଦ୍‌ ପଡ଼ିଥିବା କଂଗ୍ରେସ ଏବେ ନୂଆ ଗୋଟି ଚାଳନା ଆରମ୍ଭ କରିଛି। ଉତ୍ତର ପ୍ରଦେଶ ମହାମେଣ୍ଟରୁ ବାଦ୍‌ ପଡ଼ିଥିଲେ ହେଁ କଂଗ୍ରେସ ସପା ଓ ବିଏସ୍‌ପି ପାଇଁ ୭ଟି ଆସନ ଛାଡ଼ିବାକୁ ଘୋଷଣା...

praphula
ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଲା ବିଜେଡି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,...

bolangiri
ପିଇବା ପାଣି ପାଇଁ ପିଏଚ୍‌ଡି ଅଫିସ୍‌ ଘେରିଲେ ମହିଳା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗ୍ରୀଷ୍ମ ଆରମ୍ଭରୁ ପାନୀୟ ଜଳ ସମସ୍ୟା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି। ଏମିତି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋରୁବଜାରପଡାରୁ। ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ସ୍ଥାନୀୟ ମହିଳା ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ପଡ଼ାର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ...

congress
ଆଜି କଂଗ୍ରେସ ପ୍ରକାଶ କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି କଂଗ୍ରେସ୍‌ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଏନେଇ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍କ୍ରିନିଂ କମିଟି ତର୍ଜମା କରିଥିବା ତାଲିକା ଉପରେ ଆଜି କେନ୍ଦ୍ରୀୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇପାରେ। ଏନେଇ ନୂଆଦିଲ୍ଲୀରେ...

note
୨.୫ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀଧରନଗରରୁ ପ୍ରାୟ ୨.୫ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି। ଏଥିସହ ଜାଲ୍ ନୋଟ୍ ପାଇଁ ବ୍ୟବହୃତ କେମିକାଲ, କାଗଜ ଓ ଅନ୍ୟ ସାମଗ୍ରୀକୁ ଜବତ କରାଯାଇଛି। ଜଣଙ୍କ ଘରେ ଏହି ନକଲି ନୋଟ କାରଖାନା ଚାଲିଥିବା ଖବର...