• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

congress1
ଟିକେଟ ବଣ୍ଟା ନସରୁଣୁ, ବାହାରିଲାଣି କଂଗ୍ରେସର ପୁରୁଣା ରୋଗ

ଭୁବନେଶ୍ୱର: ନିର୍ବାଚନ ପାଇଁ ଟିକେଟ ବଣ୍ଟନ ଶେଷ ନ ହେଉଣୁ କଂଗ୍ରେସର ପୁରୁଣା ରୋଗ ବାହାରିଲାଣି। ଦଳୀୟ ଟିକେଟ ମିଳି ନଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେଣି। ସଦନ ନାୟକ ଓ ମାଲା ମାଢ଼ିଙ୍କ ପରେ କଂଗ୍ରେସର ଆଉ ଜଣେ ଟିକଟ ଆଶାୟୀ ଚନ୍ଦ୍ରଶେଖର...

naxal
ମାଓବାଦୀଙ୍କ ଭୋଟ ବର୍ଜନ ଧମକ

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ଧମକ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ରାୟଗଡ଼ାର କଲ୍ୟାଣସିଂହପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତରେ ଥିବା...

sagaria
ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିପାରନ୍ତି ସଗରିଆ

ଭୁବନେଶ୍ୱର: କୋରାପୁଟ ବିଧାନସଭା କିମ୍ବା ଭୁବନେଶ୍ୱରରୁ ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏ ନେଇ ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଗରିଆ କହିଛନ୍ତି, “ଓଡ଼ିଶାରେ ବିଏସ୍‌ପି-ଏସ୍‌ପି ମିଳିତ ଭାବେ ନିର୍ବାଚନ ଲଢ଼ିବେ।” କିଛି ମାସ ପୂର୍ବରୁ ସଗରିଆ ବିଧାୟକ ପଦରୁ...

farmer
ଗାଁକୁ ପୋଲିଂ ଅଫିସରଙ୍କୁ ପୂରାଇ ନଦେବା କୃଷକ ସଂଗଠନର ଧମକ

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିପାରେ ନବ ନିର୍ମାଣ କୃଷକ ସଂଗଠନ। ସଂଗଠନର ଦୀର୍ଘ ଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କରୁନଥିବା ଅଭିଯୋଗ କରି ଦଳ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି। ଏପରିକି ଗାଁ ମଧ୍ୟକୁ ପୋଲିଂ ଅଫିସରଙ୍କୁ...

k
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ନାରାୟଣ

ଭୁବନେଶ୍ୱର: ଭୋଟ୍‌ ପୂର୍ବରୁ ତୀବ୍ର ହେଉଛି ରାଜନେତାଙ୍କ ଦଳ ଡିଆଁ ପର୍ବ। ଗତକାଲି ବିଜେଡି ଛାଡ଼ିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ...

g1
ଟିକେଟ୍‌ ନମିଳିବାରୁ ଦଳ ଛାଡ଼ିଲେ ଏମ୍‌ପି, ଏମ୍‌ଏଲ୍‌ଏ

ଭୁବନେଶ୍ୱର: ଦଳୀୟ ଟିକେଟ ନ ମିଳିବା ପରେ ବିଜେଡିରୁ ଜଣକ ପରେ ଜଣେ ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ୁଛନ୍ତି। ଏଯାଏଁ ୩ ଜଣ ସିଟିଂ ଏମ୍‌ପି ଓ ୩ ଜଣ ସିଟିଂ ଏମ୍‌ଏଲ୍‌ଏ ଦଳ ଛାଡ଼ିଲେଣି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ...

bjd
ଦଳୀୟ ଅସନ୍ତୋଷ କଥା ମାନିଲା ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ। ହେଲେ ପ୍ରାର୍ଥୀ...

purna
ବିଜେଡିରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ସିଟିଂ ଏମ୍‌ଏଏଲ୍‌। ସେ ହେଉଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ଟିକେଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଦଳର କିଛି ମୁଷ୍ଟିମେୟଙ୍କ ଭୁଲ ନିଷ୍ପତ୍ତି ପାଇଁ ଟିକେଟ ପାଇଲିନି ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି।...

nirav-modi-1102672
ଗିରଫ ହେଲେ ନିରବ ମୋଦି

ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ଫେରାର ହୀରା ବ୍ୟବସାୟୀ ନିରବ ମୋଦି। ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବଙ୍କୁ ଲଣ୍ଡନ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କୁ ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯିବ। ଗିରଫ ପରେ ତାଙ୍କୁ...

c1
ଟିକେଟ୍‌କୁ ନେଇ ତେଜିଲା କଂଗ୍ରେସ କଳି

ଭୁବନେଶ୍ୱର: ବହୁ ଆଡ଼ମ୍ବରରେ କଂଗ୍ରେସର ଲଘୁକ୍ରିୟା। ଆଗୁଆ କରିବୁ, ଆଗୁଆ କରିବୁ କହି ଶେଷରେ ଗତକାଲି ୬ ଲୋକସଭା ଓ ୩୬ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ତାଲିକା ଘୋଷଣା ହେଉ ହେଉ...

bijepur
ବିଜେପୁର ନିର୍ବାଚନ ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ଭରା ହେବନି ତ ?

ଭୁବନେଶ୍ୱର: ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର କିନ୍ତୁ ତାଙ୍କର ମୋଡ୍‌ ବଦଳିଛି। ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ତେବେ ନବୀନ କାହିଁକି ବିଜେପୁରରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ?...

b3
ବିଜେଡିରେ ବିଦ୍ରୋହ: ଦଳ ଛାଡ଼ୁଛନ୍ତି ନେତା, ୯ ବିଧାନସଭା ଆସନ ପାଇଁ ଛିଣ୍ଡୁନି ଅଙ୍କ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଖୋଲାଖୋଲି ବିଦ୍ରୋହ ଦେଖିବାକୁ ମିଳୁଛି। ଟିକେଟ୍‌ରୁ ବଞ୍ଚିତ ହେବା ପରେ ଆଜି ସାଂସଦ ଅର୍କକେଶରୀ ଦେଓ, କୁସୁମ ଟେଟେ, କେ.ନାରାୟଣ ରାଓ ଓ ପ୍ରମୋଦ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି।...

health
କାହା ସ୍ୱାର୍ଥରେ ମେଡିକାଲ ?

କୁଚିଣ୍ଡା(ଦେବେନ୍ଦ୍ର ବେହେରା)/ସୋର(ଶଶୀକାନ୍ତ ବେହେରା): ସାଧାରଣ ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ଯାହାଫଳରେ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

holi1
ଆସୁଛି ହୋଲି, କଟକରେ ଜମିଲାଣି ରଙ୍ଗ ବେପାର

କଟକ: ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ଦୋକାନରେ ଲାଗିଲାଣି ଗ୍ରାହକଙ୍କ ଭିଡ଼। ହୋଲି ଉପଲକ୍ଷେ କଟକ ସହରର ବିଭିନ୍ନ ରଙ୍ଗ ଦୋକାନରେ ଆରମ୍ଭ ହୋଇଗଲାଣି ବ୍ୟବସାୟ। ଡିଜାଇନ୍ ପିଚକାରୀ ସହ ହର୍ବାଲ ରଙ୍ଗ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ। ଦୋକାନରେ ଭଳି ଭଳି କି ରଙ୍ଗର ପସରା...

goa
ମ୍ୟାଜିକ୍‌ ନମ୍ବର ପାଇଁ ଗୋଆରେ ଛକାପଞ୍ଝା

ପାଣାଜି: ବିଜେପିର ବରିଷ୍ଠ ନେତା ମନୋହର ପାରିକରଙ୍କ ଦେହାନ୍ତ ପରେ ଯୁବ ନେତା ପ୍ରମୋଦ ସାୱନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କ ସପକ୍ଷରେ ବହୁମତ ଥିବା ଆସନ୍ତାକାଲି ସେ ପ୍ରମାଣ ଦେବେ। ଏପଟେ ଏବେ ବି ରାଜ୍ୟରେ ସରକାର ଗଠନକୁ ନେଇ ଛକାପଞ୍ଝା ଲାଗି...

raygada
ମଦ ଭାଟି ଭାଙ୍ଗିଲେ ମହିଳା

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ସଦର ବ୍ଲକର ଲାଡ୍ଡା ଷ୍ଟେସନ ପାଖରେ ଥିବା ଏକ ଦେଶୀ ମଦ ଭାଟିକୁ ମହିଳା ସଂଗଠନର ୨୦୦ରୁ ଅଧିକ ସଦସ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଭାଟିରେ ଥିବା ସବୁ ମଦକୁ ନଷ୍ଟ କରି ଦେଇଛନ୍ତି। ପାଖରେ ମଦ ଭାଟି ଥିବାରୁ ପ୍ରତ୍ୟେକ ଦିନ...

udala
୩ ମାସ ମଣ୍ଡିରେ ବସିବା ପରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ଉଦଳା (ମାନସ ପାଣି): ୩ ମାସ ହେଲା ମଣ୍ଡିରେ ଧାନବସ୍ତା ପଡ଼ିରହିବା ସହ ଏହାକୁ କିଣିବାକୁ ବିଭାଗୀୟ ଅଧିକାରୀ କୌଣସି ବ୍ୟବସ୍ଥା କରୁନଥିଲେ। ଏପରିକି ଟୁକନ ବି ମିଳି ନଥିଲା। ଶେଷରେ ଧର୍ଯ୍ୟହରା ହୋଇ ରାସ୍ତାକୁ ଓହ୍ଲାଇ ଥିଲେ ଚାଷୀ। ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ...