କଣ୍ଟାବାଞ୍ଜି (ସୁରଦାସ ବାଗ) : ନିର୍ବାଚନ ପ୍ରଚାର ବଲାଙ୍ଗିର ଜିଲ୍ଲା ମୁରିବାହାଲ ରାସ୍ତାରେ ବିଜେଡି ପ୍ରଚାର ଗାଡି ଧକ୍କାରେ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଜେଡି ସାଂସଦ ପ୍ରାର୍ଥୀ...
ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କୁ ଦଳୀୟ କର୍ମୀ ଜୋରଦାର ବିରୋଧ କରିଛନ୍ତି। ଆଜି ନବୀନ ନିବାସ ଆଗରେ ଅସନ୍ତୁଷ୍ଟ ବିଜେଡି କର୍ମୀ ବିକ୍ଷୋଭ କରିବା ସହ କିଶୋରଙ୍କ ବିରୋଧରେ ନାରାବାଜୀ କରିଥିଲେ। ଏପରିକି କିଶୋରଙ୍କୁ ପୁଣି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ନକରିବାକୁ ସେମାନେ ଦାବି କରିଛନ୍ତି। ଏହାସହ ସିପ୍ରା...
କଟକ/ପୁରୀ: ଚିକିତ୍ସା ବିଜ୍ଞାନ ଯେତେ ଆଗେଇଲେ ବି ରୋଗର ନିଦାନ ଲାଗି ମେଡିକାଲ୍ ଉପରେ ଭରଷା କରିପାରୁନି ରୋଗୀ। ଏ ମେଡିକାଲରୁ ସେ ମେଡିକାଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ହତାଶ ହୋଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛି ଗରିବ ସରଳିଆ ମଣିଷ। ଆମ ରାଜ୍ୟରେ ଏଭଳି...
ଯାଜପୁର (ଅଭୟ ପତି): ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି ଫେସବୁକ୍ରେ ଅଶାଳୀନ ପୋଷ୍ଟ କରିବା। ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇ ଘରଡ଼ଘଣାରେ ପଡ଼ିଛନ୍ତି ଯୁବକ ଜଣଙ୍କ। ସେ ହେଲେ ଯାଜପୁରର ଧୀରେନ୍ଦ୍ର ନାଥ। ଧୀରେନ୍ଦ୍ର ଶୋସାଲ ମିଡିଆରେ ଦୂତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।...
ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ବିମାନସେବା। ଘରୋଇ ସଂସ୍ଥା ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିଛି। ୧୮୯ ସିଟ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିଥିବା ବେଳେ କୋଲକତା ଓ ହାଇଦ୍ରାବାଦକୁ କ୍ୟୁ-୪୦୦...
ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି ଅନ୍ୟ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ବେଳେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏଥର ଦଳ ଜଗତସିଂହପୁରରୁ ପ୍ରାର୍ଥୀ...
ଭୁବନେଶ୍ୱର: ଗୋଟିଏ ପଟେ ୧୯ ବର୍ଷର ଶାସନ, ଅନ୍ୟପଟେ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଜୋରଦାର ପ୍ରୟାସ। ସରକାର ବିରୋଧୀ ହାୱାକୁ ଦେଖି ନବୀନ ନିଜେ ପ୍ରଚାରର ମଙ୍ଗ ଧରିବା ସହ ସିଧା ଲୋକଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏପଟେ ମିଶନ ୧୨୦ ହାସଲ ଲାଗି ପ୍ରଧାନମନ୍ତ୍ରୀ...
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦିଗପହଣ୍ଡିରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, “ମନ୍ତ୍ରୀ ଓ ତାଙ୍କ ପୁଅ ଚିଟ୍ଫଣ୍ଡ ଠକେଇରେ ସମ୍ପୃକ୍ତ ଅଛନ୍ତି। ଆଗକୁ ଉଭୟେ ଜେଲ୍ ଯିବେ।” ସେ ଆହୁରି କହିଛନ୍ତି, “ଏଠାରେ ଗାଁକୁ...
ଭୁବନେଶ୍ୱର: ପଦ୍ମ ଧରିଛନ୍ତି ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ବିଜେପିରେ ଯୋଗ ଦେଇଛନ୍ତି। ଜୟନ୍ତଙ୍କ ସହ ପୁରୀ ସହରର ଅନେକ ବିଜେଡି...
ଭୁବନେଶ୍ୱର: ଶେଷରେ ଅବସର ନେଲେ ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀ। ୨୦୧୩ରେ ତାଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ୪ ଥର ଏକ୍ସଟେନସନ୍ ଦେଇଥିଲେ ରାଜ୍ୟ ସରକାର। ଫଳରେ ୨୦୧୩ ଏପ୍ରିଲରୁ ଆଜି ଯାଏଁ ସେ ଦାୟିତ୍ୱରେ ଥିଲେ। ତାଙ୍କ କାର୍ଯ୍ୟକାଳ ଆଉ ଥରେ ବଢାଇବା ଲାଗି ମଧ୍ୟ...
ବାସୁଦେବପୁର (କିରିଟି ଦାସ): ତିନିମାସ ଭିତରେ ଚାଷୀଙ୍କୁ କମ୍ ଖର୍ଚ୍ଚରେ ଭଲ ଲାଭ ଦେଉଛି ଅର୍ଥକାରୀ ଫସଲ ସୂର୍ଯ୍ୟମୂଖୀ। ଅନ୍ୟ ଫସଲ ତୁଳନାରେ ଅଧିକ ଲାଭ ଦେଉଥିବାରୁ ଏହାକୁ ଆଦର ନେଇଛନ୍ତି ବାସୁଦେବପୁରର ଚାଷୀ। ବ୍ଲକରେ ଦେଢ ଶହ ଏକର ଜମିରେ ସୂର୍ଯ୍ୟମୂଖୀ ଚାଷ କରିଛନ୍ତି ଚାଷୀ। ଫସଲ...
କନ୍ଧମାଳ (ତ୍ରିନାଥ ସାହୁ): ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହେବା ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ପଞ୍ଚାୟତରେ ଦେଖାଦେଇଛି ଏଭଳି ସମସ୍ୟା। ୫...