• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rain-1
ଧୂଳିଝଡ଼ ସହ ବର୍ଷା ସମ୍ଭାବନା, ପାଞ୍ଚ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼ ସହିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଅପରାହ୍ଣ ୧ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି...

xgirish-karnad
ଆରପାରିରେ ନାଟ୍ୟକାର ଓ ଅଭିନେତା ଗିରିଶ କର୍ଣ୍ଣାଡ଼

ବେଙ୍ଗାଲୁରୁ: ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡଙ୍କର ଆଜି ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଜି ସକାଳ ସାଢ଼େ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ୧୯୩୮ ମେ’ ୧୯ ତାରିଖରେ ମୁମ୍ବାଇ...

14
ଗଣମାଧ୍ୟମରେ ଚର୍ଚ୍ଚା, ଆଜି ଅବସର ନେବେ ଯୁବରାଜ

ମୁମ୍ବାଇ: ଅବସର ନେବେ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂହ, ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ସେ ଏକ ପ୍ରେସ୍ମିଟ୍ ଡାକିଛନ୍ତି, ଯାହା ଏହି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଯୁବି ସୀମିତ ଓଭର କ୍ରିକେଟରେ...

13
ପିଲାଦିନର ଗୁରୁଙ୍କୁ ଭେଟି ଆଶୀର୍ବାଦ ନେଲେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: ମନ୍ତ୍ରୀ ହେବା ପରେ ପ୍ରତାପ ଷଡ଼ଙ୍ଗୀ ଗତକାଲି ତାଙ୍କ ପିଲା ଦିନର ଗୁରୁ ତଥା ରାଜନୀତିରେ ପଥ ପ୍ରଦର୍ଶକ ତ୍ରିଲୋଚନ ସାହୁଙ୍କୁ ଭେଟିଥିଲେ। ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଗୁରୁ ତ୍ରିଲୋଚନ ସାହୁ ତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା ପଢ଼ି ଶୁଣାଇଥିଲେ।...

infant
ଟଏଲେଟ୍‌ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ହସ୍ପିଟାଲର ଏକ ଟଏଲେଟ୍‌ରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ପ୍ରସୂତି ଓ ସ୍ତ୍ରୀ ରୋଗ ଓ୍ୱାର୍ଡର ଟଏଲେଟରୁ ଏହି  ମୃତଦେହ ମିଳିଛି। ସକାଳେ ଜଣେ ରୋଗୀଙ୍କ ସଂପର୍କୀୟ ଶୌଚ ପାଇଁ ଯାଇଥିବାବେଳେ ଟଏଲେଟ୍ ପ୍ୟାନ ଭିତରେ ନବଜାତକଟି ଗୋଟିଏ ଜରିରେ ବନ୍ଧା ହୋଇ...

122
ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର: ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନ୍‌ରେ ଏକ କୋଇଲା ବୋଝେଇ ଟ୍ରେନ୍‌ର ବଗିରେ ନିଆଁ ଲାଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ଟ୍ରେନ୍‌ଟି ତାଳଚେରରୁ ହଳଦିଆ ଯାଉଥିଲା। ବଗି ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ତେବେ ବିଦ୍ୟୁତ୍ ତାର କଟାଯାଇ...

heatwave
ଅସହ୍ୟ କଲାଣି ତାତି, ମୌସୁମୀକୁ ଆହୁରି ୫ ଦିନ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଲାଗି ରହିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖା ନାହିଁ। ୮ ତାରିଖ କେରଳ ଛୁଇଁବା ପରେ ୧୫ ତାରିଖ ସୁଦ୍ଧା ଦେଶର ଅନ୍ୟ ସ୍ଥାନରେ ପହଞ୍ଚିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ରାଜ୍ୟର ୯ଟି...

11
ଛୁରାମାଡ଼ରେ ଆହତ ତପନଙ୍କ ମୃତ୍ୟୁ

କଟକ: କଟକ ଯୋବ୍ରା ଥାନା ପଛପଟେ ଗତକାଲି ରାତିରେ ଛୁରାମାଡ଼ରେ ଆହତ ହୋଇଥିବା ମାଟିଆ ମଙ୍ଗଳା ସାହିର ତପନ ନାୟକଙ୍କର ଆଜି ମୃତ୍ୟୁ ହୋଇଛି।  ତାଙ୍କୁ ଗୁରୁତର ଅବସ୍ଥାରେ  କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଦୁଇ ଜଣ ଯୁବକ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ।...

knife
ଘରେ ପଶି ଯୁବକଙ୍କୁ ଛୁରାମାଡ଼

କଟକ: କଟକ ସହର ସ୍ଥିତ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ତପନ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତପନଙ୍କ ପରିବାର ଲୋକେ କହିଛନ୍ତି ଯେ,  ସ୍ଥାନୀୟ ଦୁଇ ଜଣ ଯୁବକ ଗତକାଲି ରାତିରେ...

1
ହାତୀ ଛୁଆର ମୃତଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ପଞ୍ଚାୟତ ନୀଳମାଧବ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଦୁଇ ହାତୀ ମଧ୍ୟରେ ଲଢେଇ ବେଳେ ଛୁଆ ହାତୀଟି ଭିତରେ ପଶିଯିବାରୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଛୁଆ ହାତୀର ବୟସ ପ୍ରାୟ ଦେଢ ବର୍ଷ ହେବ...

Puri-Jagannath
ରଥଯାତ୍ରା ପାଇଁ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରବିବାର ଛତିଶାନିଯୋଗ ବୈଠକ ବସି ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ ନେଇ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ...