ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ମାଓ ଅପରେସନ୍ ସଫଳ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ନିହତ ହୋଇଥିଲା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।
ଦିଲ୍ଲୀ ନିର୍ବାଚନରେ ଆପର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।
ଦିଲ୍ଲୀରେ ଝଡ଼ି ଯାଇଛି ଝାଡୁ। ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବାକୁ ଯାଉଛି ବିଜେପି। ଆପ୍ ସରକାର ପ୍ରତି ଲୋକଙ୍କ ଭିତରେ ଥିବା ଆକ୍ରୋଶ ଆମକୁ ଜିତାଇଲା ବୋଲି କହିଛନ୍ତି ଦିଲ୍ଲୀ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଆନ୍ନା ହଜାରେଙ୍କ ବୟାନ । କହିଲେ, ସେମାନେ ମୋ କଥା ଶୁଣିଲେନି ଓ କେବଳ ମଦକୁ ଫୋକସ୍ କଲେ ।
ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା । ଗୁଗୁଲକୁ ନୋଟିସ୍ ଜାରି କଲେ କୋର୍ଟ । ଜାଣନ୍ତୁ କ'ଣ କାରଣ
ଦିଲ୍ଲୀ ଭୋଟ ଗଣତିକୁ ଦେଖି ରାଗିଗଲେ ଓମାର ଅବଦୁଲ୍ଲା । କଂଗ୍ରେସ ଓ ଆପକୁ କହିଲେ ଆହୁରି ନିଜ ଭିତରେ ଲଢ଼ ।
ଛୁଟି ଦେବାକୁ ମନା କରିବାରୁ ଅଫିସରେ ୪ ଜଣଙ୍କୁ ଛୁରୀ ଭୁସିଦେଲେ ସରକାରୀ କର୍ମଚାରୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।
ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ଯୌନ ଶୋଷଣ । ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ ।
୪ ବର୍ଷର ଝିଅ ଆଗରେ ତା' ମାଆକୁ ମାରି ଟାଙ୍ଗିଦେଲା ବାପା । ଜେଜେମାଆକୁ ଭିଡିଓ କଲ୍ କରି ମାଆର ମରଶରୀର ଦେଖାଇଲା ଶିଶୁକନ୍ୟା ।
ଡାକ୍ତରଖାନାରେ ବିରଳ ଚିକିତ୍ସା । ଜଣେ ୭ ବର୍ଷୀୟ ପିଲାର କ୍ଷତରେ ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ଲଗାଇଦେଲେ ନର୍ସ ।