/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739000836.jpg)
Aaradhya Bachchan moves HC
କୋର୍ଟର ଦ୍ୱାରସ୍ଥ ହେଲେ ଆରାଧ୍ୟା ବଚ୍ଚନ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭ୍ରାନ୍ତିକର ସୂଚନା ନେଇ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ତାଙ୍କର ଆବେଦନକୁ ଭିତ୍ତିକରି କୋର୍ଟ ଗୁଗୁଲ ସମେତ ବଲିଉଡ ଟାଇମ୍ସ ଓ ଅନ୍ୟ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନୋଟିସ୍ ଜାରି କରିଛନ୍ତି । ମାର୍ଚ୍ଚ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ପୂର୍ବରୁ ୨୦୨୩ ଏପ୍ରିଲରେ ଆରାଧ୍ୟା ବଚ୍ଚନ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ । କୋର୍ଟ ତାଙ୍କ ସ୍ବାସ୍ଥ୍ୟ ସହ ଜଡିତ ଭୁଲ୍ ତଥ୍ୟ ଓ ଭିଡିଓ ହଟାଇବାକୁ ଗୁଗୁଲକୁ ନିର୍ଦ୍ଦେଶ ଦେଇଥିଲେ । କେତେକ ୟୁଟ୍ୟୁବ ଚ୍ୟାନେଲ ଓ ପୋର୍ଟାଲରେ ଆରାଧ୍ୟାଙ୍କ ଗୁରୁତର ଅସୁସ୍ଥତା ନେଇ ଖବର ପ୍ରକାଶ ହୋଇଥିଲା । ଏଭଳି ବିଭ୍ରାନ୍ତିକର କଣ୍ଟେଣ୍ଟକୁ ଜଷ୍ଟିସ୍ ସି. ହରିଶଙ୍କର ଭର୍ତ୍ସନା କରିବା ସହ ଜଣେ ନାବାଳିକାଙ୍କ ସ୍ବାସ୍ଥ୍ୟକୁ ନେଇ ଏଭଳି ମିଥ୍ୟା ତଥ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର
ଯେଉଁସବୁ ୟୁଟ୍ୟୁବ ଚ୍ୟାନେଲ ଏହି ତଥ୍ୟ ଅପଲୋଡ କରିଛନ୍ତି ତାହାର ବିବରଣୀ ପ୍ରଦାନ କରିବାକୁ ଏବଂ ତୁରନ୍ତ ଏହି ମିଥ୍ୟା ତଥ୍ୟ ହଟାଇବାକୁ କୋର୍ଟ ଗୁଗୁଲକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ କୋର୍ଟ ବଲିଉଡ ଟାଇମ୍ସ, ବଲି ପକୋରା, ବଲି ସମୋସା, ବଲିଉଡ ସାଇନ ସମେତ ଆଉ କିଛି ୟୁଟ୍ୟୁବ ଚ୍ୟାନେଲକୁ ସମନ ଜାରି କରିଥିଲେ ।
ତେବେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟ ସହ ଜଡିତ ବିଭ୍ରାନ୍ତକର ସୂଚନା ସମ୍ପୂର୍ଣ୍ଣ ଭାବେ ହଟାଯାଇ ନଥିବାରୁ ୧୩ ବର୍ଷୀୟା ଆରାଧ୍ୟା ପୁଣିଥରେ କୋର୍ଟରେ ଆବେଦନ କରିଛନ୍ତି । ଏହାକୁ ନେଇ କୋର୍ଟ ଗୁଗୁଲ ସମେତ ଅନ୍ୟ ପ୍ଲାଟଫର୍ମଗୁଡିକୁ ନୋଟିସ୍ ପଠାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)