ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା
ବାଇକ୍ରେ ଏକାଠି ବୁଲିଲେ ଶୈଳେନ୍ଦ୍ର ଓ ଜାସ୍ମିନ। ଉଭୟ ଉଭୟଙ୍କୁ ଚାହୁଁଛନ୍ତି ହେଲେ କେହି କାହାକୁ କିଛି କହୁନାହାନ୍ତ। ତୁ ମୋ ପ୍ରେମ ଋତୁରେ ସତେ ଯେମିତି କଣ୍ଢେଇ... ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍।
ଆଉ ଜଣେ ବୁଦ୍ଧିଆ ସିଂ। ବୟସ ମାତ୍ର ୮...ହେଲେ ଧୁ ଧୁ ଖରାରେ ପାଦରେ ଜୋତା ମୁଣ୍ଡରେ ଟୋପି ପିନ୍ଧି ଦିନକୁ ଦୌଡ଼ୁଛନ୍ତି ୧୦ କିମି ରାସ୍ତା। ବଡ଼ ହେଲେ ପୋଲିସ ଅଫିସର ହେବାକୁ ରଖିଛନ୍ତି ଇଚ୍ଛା
ହେ ନାଇଁ ମ...ମୁଁ କଣ କରିବି ଯେ? ସଞ୍ଜ ନଇଁଲେ ପାଖ ପଡ଼ିଆକୁ ତ ସାହି ଟୋକା ଡାକିନେଉଛନ୍ତି। ସୁଲୁସୁଲିଆ ପବନ ସାଙ୍ଗକୁ ଖାଲି....। ଦିନ ୪ଟାରୁ ଭାଉଜ ଡାକୁଛନ୍ତି ମୁଁ କ’ଣ କରିବି?
ପାକିସ୍ତାନରେ କିଛି ନାହିଁ...ବିଜୁଳି ଉତ୍ପାଦନ ବି ଠପ୍ ହେଲାଣି। ଅପାରଗ ସରକାର ପାଇଁ ଖୁବଶୀଘ୍ର ସଂପୂର୍ଣ୍ଣ ଅନ୍ଧାର ହୋଇଯିବ ପାକିସ୍ତାନ। ଏବେ ବିଜୁଳି ଖୁଣ୍ଟରେ ଚଢି ବିଜୁଳି କନେକ୍ସନ କାଟିବା ଲାଗି ବ୍ୟସ୍ତ ବିଜୁଳି କର୍ମଚାରୀ...ଚିନ୍ତାରେ ପାକିସ୍ତାନ ବାସୀ
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଭଣ୍ଡା ଖାଇବାକୁ ମନ ହେଲା ବୋଲି ଘିଡ଼ିଘିଡ଼ି ହୋଇ ଗଛକୁ ଚଢିଲେ, ଭଣ୍ଡା ତ ଖାଇଲେନି ହେଲେ ଏ ଯେଉଁ କଚଡ଼ା ଖାଇଲେ...ନାରଣରେ ସେ ମୁଣ୍ଡ ଅଛିଟି?
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ରହୁଥିବା କ୍ୱାର୍ଟର୍ସରେ ରୋଷେୟାଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ଓ ପରେ ରାତି ଅଧିଆ ବ୍ୟବଚ୍ଛେଦ ପଛର ରହସ୍ୟକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।
ଭୁବନେଶ୍ୱରର ବହୁଚର୍ଚ୍ଚିତ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ବଢିଲା ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ଅଡୁଆ । ଆତ୍ମହତ୍ୟାର ଅଢ଼େଇ ମାସ ପରେ ପୋଲିସ ରୁଜୁ କରିଛି ମାମଲା, ତାହା ପୁଣି ହାଇକୋର୍ଟଙ୍କ ଛାଟ ବାଜିବା ପରେ ।
ଗତକାଲି ସାମାନ୍ୟ କମିବା ପରେ, ଆଜି ପୁଣି ୨ ହଜାର ଟପିଛି ଦେଶର ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତ ବଢ଼ିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବିଗୁଡ଼ୁଥିବା ଦେଖି, ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦେଶର R ଭାଲ୍ୟୁ ୧ ଟପିବା ପରେ, ଚିନ୍ତା ଦ୍ୱିଗୁଣିତ ହୋଇଛି ।
ଶୁଖିଯାଉଛି ମହାନଦୀ, ସଙ୍କଟରେ ଜୀବନ ଓ ଜୀବୀକା । ଦିନେ ଚିରସ୍ରୋତା ଥିଲା ହେଲେ, ଆଜି ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଗୁରୁତର ହେଲାଣି ପିଇବା ପାଣି ସହ ବିଜୁଳି ସଙ୍କଟ । ଶୁଖିଲା ନଦୀ ପାଇଁ ଅବବାହିକା ଅଞ୍ଚଳ ସବୁ ତାତିରେ ହେଉଛି ଆଉଟୁପାଉଟୁ ।
କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଜେଡିର ସାଙ୍ଗଠନିକ ସ୍ତରରେ ହେବ ବଡ଼ ପରିବର୍ତ୍ତନ । ମନ୍ତ୍ରିମଣ୍ଡଳ ଅପେକ୍ଷା ସଙ୍ଗଠନ ଉପରେ ଦଳର ଅଧିକ ଗୁରୁତ୍ୱ । ୨୪ ନିର୍ବାଚନ ପାଇଁ ଦଳକୁ ଅଧିକ ଦକ୍ଷ, ସଙ୍ଗଠିତ ଓ ଶକ୍ତିଶାଳୀ କରିବାକୁ ବଦଳିବ ବିଜେଡିର ସାଙ୍ଗାଠନିକ ଢାଞ୍ଚା ।
ବିବାହ ପୂର୍ବରୁ କୋର୍ଟ ମ୍ୟାରେଜ୍ କରିଥିଲେ ଭିକି-କ୍ୟାଟ୍ରିନା? ବାହାଘରକୁ ସ୍ମରଣୀୟ କରିବା ପାଇଁ ରାଜସ୍ଥାନର ଏହି ସ୍ଥାନକୁ ବାଛିଥିଲେ ଏହି ସେଲିବ୍ରେଟି, ଜାଣନ୍ତୁ ପୂରା ବଜେଟ୍ ଥିଲା କେତେ?
ସେଲିବ୍ରେଟିଙ୍କ ବାହାଘର କଥା ଆସିଲେ ଅଭିଶେକ-ଐଶ୍ଚର୍ଯ୍ୟାଙ୍କୁ ନେଇ ଆରମ୍ଭ ହୋଇଯାଏ ଚର୍ଚ୍ଚା। ପ୍ରେମର ଲମ୍ବା ଇନିଙ୍ଗ୍ସ ଖେଳି ଅନୁଷ୍କାଙ୍କ ପ୍ରେମରେ କ୍ଲିନ୍ ବୋଲ୍ଡ ହୁଅନ୍ତି ବିରାଟ୍। ଲୁଚା ଛପା ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ବିରାଟ-ଅନୁଷ୍କା
ନବୀନ ବାବୁଙ୍କ ଏତେ ପ୍ରବଳ କ୍ରେଜ୍। ହେଲେ ପୂରା ଦମ୍ରେ ବିଜେଡ଼ିକୁ ଚକମା ଦେଇଦେଲେ ଭାଲୁ ଭାଇ। ଏମିତି ମାୟାଜାଲ ବିଛାଇଲେ ଯେ, ସିଧା ସିଧା ଶଙ୍ଖ ଚିତ୍ପଟାଙ୍ଗ ହୋଇ ପଡ଼ିଲା...ଆଉ ତା’ ପରେ ଦେଖୁନାହାନ୍ତି କେମିତି ନାଚୁଛନ୍ତି ଭାଲୁ ଭାଇ
ପ୍ରବଳ ଖରାରେ ଝାଇଁ ଝାଇଁ ହେଇ ଯାଉଛି ଦେହମୁଣ୍ଡ। ଏବେ ଖାଲି ପଖାଳ, ସର୍ବତ...ତରଭୁଜ ଖାଇବାକୁ ମନ ଡାକୁଛି। ହେଲେ ଏଇ ପାନପତ୍ର ସର୍ବତ ଆପଣ କେବେ ପିଇଛନ୍ତି କି? ଯଦି ନା ତେବେ ଏବେ ହିଁ ଘରେ ପ୍ରସ୍ତୁତ କରନ୍ତୁ ପାନପତ୍ର ସର୍ବତ। ସୁଆଦିଆ ଯେମିତି ଦେହ ପାଇଁ ହିତକର ସେମିତି
ଥମିବାରେ ନା ନେଉନି ମହାଯୁଦ୍ଧ: ପୁଟିନ୍ ପରମାଣୁ ବୋମା ପକାଇବା ନେଇ ଜୋର ଧରିଲା ଚର୍ଚ୍ଚା, ଜାଣନ୍ତ କଣ ରହିଛି ପୂରା ଘଟଣା
ନିଜ ବାହାଘରକୁ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଚାହାଁନ୍ତି। ହେଲେ ଅନେକ ସମୟରେ ସିକ୍ରେଟ୍ ବାହା ହୁଅନ୍ତି ସେଲିବ୍ରେଟି...ତ ପୁଣି କେତେବେଳେ ବେଶ୍ ଆଡମ୍ବରର ସହ ହୁଏ ଏମାନଙ୍କ ବାହାଘର...ତେବେ ଦେଖନ୍ତୁ ଦିନିଆର କିଛି ଚର୍ଚ୍ଚିତ ବାହାଘର
ବାବୁ...ମୁଁ ଟିକିଏ ଭଲ ରାନ୍ଧେ। ମୋ ରୋଷେଇ ବାସ୍ନା ପାଇ ସାହି ପଡ଼ିଶା ଲୋକ ସବୁ ପଳାଇ ଆସନ୍ତି...ମୁଁ କଣ ମନା କରିବି? ହେଇଟି...ମାଆ-ବାବୁଙ୍କ ସେବା କରିବା ପରେ ବି ମୁଁ ଏମିତି ରୋଷେଇ କରୁଛି ଖାଲି ତ ଆପଣ ହାତ ଚାଟିଚାଟି ଖାଇବେ
ଇକୋନମିକ୍ସରେ ସ୍ନାତକ କରିଛନ୍ତି। ୨ ବର୍ଷ ଧରି ଚାକିରି ଖୋଜି ଖୋଜି ନୟାନ୍ତ ହେବା ପରେ ଏବେ ପାଟନା ଷ୍ଟେସନ ପାଖରେ କରିଛନ୍ତି ଚା’ ଦୋକାନ। ଟେଷ୍ଟ ଏମିତି ଅଏଛି ଯେ, ପିଇବାକୁ ଲୋକଙ୍କର ଲାଗୁଛି ଖଚାଖଚ ଭିଡ଼। ଚାକିରି କରିବା ପାଇଁ ଏବେ ବି କରୁଛନ୍ତି ଚେଷ୍ଟା...
ବିଶାଳ ସିନେମା, ବିଶାଳ ବିଜନେସ୍। ସାରା ଦେଶରୁ ମିଳୁଛି ଅକୁଣ୍ଠ ଭଲପାଇବା.... ଇଏ ସିନେମା ନୁହେଁ ତ ଗୋଟିଏ ପ୍ରକାର ଇମୋସନ୍...ବାହୁବଳୀକୁ ବି ପଛରେ ପକାଇ ବ୍ଲକ୍ ଅଫିସ୍ରେ ରାଜ୍ କରୁଛି KGF-2
ହଇରେ ନାରଣ ନବୀନ ବାବୁ ୫ ଟଙ୍କାରେ ଆମକୁ ଭାତ, ଡାଲମା ଦେଉଛନ୍ତି। ତୁମେ ଆମକୁ ଏ ଦନାରେ ରାମ ଖେଚୁଡ଼ି ଦେଲେ ପେଟ ପୂରିବ ତ? ନାଇଁରେ ଇଏ ତ ତଣ୍ଟିରେ ଲାଗିବ। ହେଲେ ଡିମାଣ୍ଡ କିନ୍ତୁ ବହୁତ ଅଧିକ ରହିଛି ଏ ଖେଚୁଡ଼ିର...ଏଇଟା କଣ ଦିଲ୍ଲୀ ଫର୍ମୁଲା କି?
ଇଏ ଏମିତି ଏକ ଇ-ବାଇସାଇକେଲ୍ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍। ଚୁଟ୍କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍। ଜାଣନ୍ତୁ ଏହାର ଦାମ୍ କେତେ?
ବଞ୍ଚିଛି ମାନବିକତା, ହଜିନି ମଣିଷ ପଣିଆ। ରାସ୍ତାରୁ ପନିପର୍ସ, ସୁନା, ଟଙ୍କା ଓ ମୋବାଇଲ ଫୋନ୍ ପାଇଲେ। ଲୋଭ ୟାଙ୍କୁ କରିପାରିଲାନି ବଶବର୍ତ୍ତୀ...ପୋଲିସର ସହାୟତା ନେଇ ହଜିଥିବା ଲୋକଙ୍କୁ ଖୋଜିଲେ, ସବୁ ସମ୍ପତ୍ତି ଫେରାଇ ଦେଲେ, ରାଜୁ ଭାଇଙ୍କ ମହାନ କାମକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା
ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍ର ପେଜ୍ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି...ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ କରିବି....ଆପଣ ବି ଦେଖିନିଅନ୍ତୁ ଏହି ଭିଡ଼ିଓ
ପଲିଟିକାଲ ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଫୋକସ୍ରେ ଓଡ଼ିଶା । ଓଡ଼ିଶାରେ କଂଗ୍ରେସର କମବ୍ୟାକ୍ ପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି । ସୋନିଆଙ୍କୁ ଭେଟି, ଦେଇଛନ୍ତି ରୋଡ ମ୍ୟାପ୍ । ପ୍ରଶାନ୍ତ କହିଛନ୍ତି ଦଳ ଓଡ଼ିଶାରେ ନୂଆ ଟିମ୍ କରି ୨୪ ନିର୍ବାଚନ ଏକାକୀ ଲଢୁ ।