କରୋନା ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏତିକି ବେଳେ ଅଳସ ଭାଙ୍ଗିଲେ କେଜ୍ରିୱାଲ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। ୟୁଜର୍ସ କହିଲେ...
ସୁନାର ସ୍ୱପ୍ନକୁ ଚୁରମାର କରିଦେଲା କିଡ଼ନୀ ରୋଗ। ୫ ବର୍ଷ ହେଲାଣି ଖଟିଆରେ ଶୋଇ ରହିଛନ୍ତି ସିଦ୍ଧାନ୍ତ। ଦିନେ ଖାଇଲେ ଦୁଇ ଦିନ ଉପାସରେ ରହିବା ପରି ସ୍ଥିତି। ଏଇଠି ଚିକିତ୍ସା କଥା ପଚାରେ କିଏ? ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ମିଳିଛି ସତ ହେଲେ କୌଣସି ମେଡ଼ିକାଲରେ ଏହା କରୁନି କାମ। ସାହାଯ୍ୟ ଅପେକ୍ଷାରେ ସିଦ୍ଧାନ୍ତ
ଏମିତି ପୋଲିସ ବାବୁଙ୍କୁ କଣ କହିବେ? ପୁଅର ମାମଲା ସମ୍ପର୍କରେ ଥାନାକୁ ଆସିଥିଲେ ମହିଳା। ଅଭିଯୋଗ ଶୁଣିବେ କଣ? ଓଲଟି ସାର୍ଟ ଖୋଲି ଗରମ ତେଲ ମାଲିସ କରିବାକୁ କହିଲେ ଏଇ ଥାନା ବାବୁ। ପାଖରେ ଥିଲା ମିକ୍ସଚର ଓ ବିସ୍କୁଟ୍। ଗ୍ୟାସରେ ବସିଥିଲା ଚା’। ଏବେ ସୋସିଆଳ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଏୟାରପୋର୍ଟରେ ବୋମା ଥିବା ନେଇ ଜୋରରେ ବାଜିଲା ଆଲାରାମ୍। ଜୀବନ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଯେତେବେଳେ ସତ ଜଣାପଡ଼ିଲା....
ତୋ ଘରଟା କୋଉଠି? ମନେ ମନେ କଣ ନିଜକୁ ବିରାଟ ଇଞ୍ଜିନିୟର ଭାବୁଛୁ? ବେକକୁ ସଲସଲ କର...ଜୁନିଅର ମାନେ ସିନିଅର ଯାହା କହିବ ତୁ ମାନିବାକୁ ବାଧ୍ୟ। ଦେଖନ୍ତୁ ଜୁନିଅର ପିଲାଙ୍କୁ କେମିତି ରାଗିଂ କରୁଛନ୍ତି ସିନିଅର
ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ପ୍ରତି ମାସ ସରକାର ଦେବେ ୧ ହଜାର ଟଙ୍କା। ଏଇଥି ପାଇଁ କରିବାକୁ ପଡ଼ିବ ଏଇ ଛୋଟିଆ କାମ
କୃଷ୍ଣ ସାଗରରେ ରୁଷୀୟ ଯୁଦ୍ଧପୋତ ଜଗୁଛନ୍ତି ଡଲଫିନ୍ । ପାଣି ତଳେ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ଡଲଫିନଙ୍କ ମୁତୟନ କରାଯାଇଛି ।
ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ମୁହାଁ ଅଲିଭ୍ ଅଲିଭ୍ ରିଡ୍ଲେ । ହଜାର ହଜାର କଇଁଚ ଶାବକ ସମୁଦ୍ରକୁ ଫେରି ଯାଉଛନ୍ତି ।
କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ ।
ଯେଉଁ ପ୍ରେମିକାକୁ ନିଜ ଜୀବନଠୁ ବି ଅଧିକ ଭଲପାଉଥିଲେ। ଧୋକା ଦେଇ ସେ ଆଉ କାହା ସହ ରଖିଲା ସମ୍ପର୍କ। ସବୁ ଜାଣିବା ପରେ ଆତ୍ମହତ୍ୟା କରିଦେଲେ ପ୍ରେମିକ। କହିଗଲେ, ତୁ ଆଉ କାହା ସହ ରହିବୁ ମୁଁ ଦେଖିପାରିବିନି। ହେଲେ ଆମର ଦେଖା ହେବ ଆର ଜନ୍ମରେ। ଦେଖନ୍ତୁ କଣ ଥିଲା ପୂରା ଘଟଣା
ଇଲୋ ବୋଉ ସୁର ଭାଇ କଣ ଏଡ଼େ ଜୋରରେ ଖଣ୍ଡା ବୁଲାଉଛନ୍ତି। ଜୟନାରାୟଣ ବାବୁ ୟାଙ୍କ ସାମ୍ନାରେ ଫିକା ପଡ଼ିଯିବେ। ଖେଳ ପୂରା ଶହେ ଶହେରେ...ନୋଟିସ୍ର ଜବାବ କଣ ଖଣ୍ଡାରେ ଦେଲେ କି ସୁର ଭାଇ? ଭାଇ ଇଏ କଣ ଚଣ୍ଡା ଶୋକର ଆତ୍ମ କି?
ବିଷଧର ସାପ ସହ ଖେଳ । ସମସ୍ତଙ୍କ ସାମ୍ନାରେ ଭିଡ଼ ଭିତରେ ସାପକୁ ଧରି ଖୁଲମଖୁଲ୍ଲା ନୃତ୍ୟ ପରିବେଷଣ । ମୟୂରଭଂଜ ଜିଲ୍ଲା କରଂଜିଆରେ ବରଯାତ୍ରୀ ପ୍ରୋସେସନରେ ସତସତିକା ନାଗ ସହ ନାଗିନ ଡାନ୍ସ । ସେପଟେ ଗଂଜାମ ଜିଲ୍ଲା ଆସିକାରେ ପୌରାଣିକ ନାଟକ ଭକ୍ତ ପ୍ରହ୍ଲାଦରେ ଅହିରାଜ ଓ ଅଜଗରକୁ ଧରି ନୃତ୍ୟ କରିବାର ଭିଡିଓ ଭାଇରାଲ୍ ହେଉଛି ।
କୋଇଲା ସଙ୍କଟର ପ୍ରଭାବ ପଡ଼ିଛି ରେଳ ଚଳାଚଳ ଉପରେ । ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ମେ ମାସ ସୁଦ୍ଧା ୬୭୦ଟି ପାସେଞ୍ଜର ଟ୍ରେନ୍ ଟ୍ରିପ୍ ବାତିଲ କରିବ । ଏହା ବଦଳରେ ଅଧିକ ସଂଖ୍ୟକ କୋଇଲା ରେକ୍ ପରିବହନ କରୁଥିବା ମାଲଗାଡ଼ି ପଟରିରେ ଗଡ଼ିବ ।
କଟକରେ କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତାର ଅନ୍ତ ନାହିଁ । ରହିବା ପାଇଁ ଆଶ୍ରା ଟିକେ ନପାଇ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ ।
୫ରୁ ଅସହ୍ୟ ତାତିରୁ ମିଳିପାରେ ଆଶ୍ୱସ୍ତିି । ମେ ୧ରୁ ହିଟେଓ୍ବଭ ସ୍ଥିତିରେ ପରିବର୍ତ୍ତନ ହୋଇପାରେ । ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ଲାଗିପାରେ ବ୍ରେକ୍ ।
ରାଜଧାନୀରେ ବୟଫ୍ରେଣ୍ଡଙ୍କ ଧୋକାବାଜି I ଇଂଜିନିୟରିଂ କଲେଜର ଲେଡ଼ି ଆକାଉଣ୍ଟାଣ୍ଟଙ୍କୁ ଚୁନା I ୯୭ ଲକ୍ଷର ଚୁନା ଲଗାଇଲା ଝାଡ଼ଖଣ୍ଡର ଯୁବକ
ଦୁଇ ବର୍ଷ ପରେ ପାରମ୍ପରିକ ଭାବେ ହଲରେ ବସି ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ପ୍ରଥମ ଦିନ ଇଂଲିସ ଥିବା ବେଳେ ଶାନ୍ତିଶୃଙ୍ଖଳାରେ ସରିଛି । ପରୀକ୍ଷା ବୋର୍ଡର ନିଷ୍ପତ୍ତି ଅନୁଯାୟୀ ସମ୍ମେଟିଭ୍-ଟୁରେ ୮୦ମାର୍କର ପରୀକ୍ଷା ହୋଇଛି ।
୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍ କଲେ ସୁର ଭାଇ। ହ୍ୟାଲୋ କହିଲେନି ବରଂ ହୁଳହୁଳି ଦେଲେ। କହିଲେ, ରେଡ୍ଡି ରେଡ୍ଡି ଆମେ ଲିଷ୍ଟ ପଠାଇ ଦେବୁ। ଇଲୋ ଇଏ କୋଉ ମନ୍ତ୍ରୀଙ୍କୁ ଫୋନ୍ କରିଥିଲେ କି ସୁର ଭାଇ?
କଙ୍କଡ଼ାହାଡ଼ର କରୁଣ କାହାଣୀ। ମାଆ ଆରପାରିରେ ବାପା ବିଛଣାରେ। ଯିଏ ଦିନେ ରୋଜଗାର କରି ପରିବାର ଚଳାଉଥିଲା ସିଏ ଆଜି ରୋଗ ଶଯ୍ୟାରେ। ଆଣ୍ଠୁଗଣ୍ଠିର ଯନ୍ତ୍ରଣା ଛଟପଟ ହେଉଛନ୍ତି ରସିକ। ଭୋକ ଉପାସରେ ବାପାଙ୍କ ଚିକିତ୍ସା କେମିତି ହେବ ସେ ଚିନ୍ତାରେ ଦୁଇ ଝିଅ। ସରକାର ସାହାଯ୍ୟ ନମିଳିଲେ ଭାସିଯିବ ରସିକଙ୍କ ଛୋଟିଆ ସଂସାର
ଟ୍ୱିଟରକୁ ଯେତିକି ଟଙ୍କାରେ ଏଲେନ ମସ୍କ କିଣିଲେ ସେତିକି ଟଙ୍କାରେ ଇଣ୍ଡିଆରେ ୧୫୦ ଏମ୍ସ, ୩୫୦ ଷ୍ଟାଡ଼ିୟମ୍ ସହ ୨ ବର୍ଷ ପର୍ଯ୍ୟନ୍ତ ମିଳିପାରିଥାଆନ୍ତା ମାଗଣା ରାସନ। ଜାଣନ୍ତୁ କେତେ ଟଙ୍କାରେ ଟ୍ୱିଟରକୁ କିଣିଲେ ମସ୍କ
ଗାଁ ପାଇଁ ଗୌରବ ଆଣିଲେ ଇନ୍ଦ୍ରଜିତ୍। ଦିନେ ମଫସଲ ଗାଁର ସରକାରୀ ସ୍କୁଲରେ ପାଠ ପଢୁଥିଲେ। ପରେ ରେଭେନ୍ସା, ଓୟୁଏଟିରେ ପାଠ ପଢି ହାବାର୍ଡ ବିଶ୍ୱବିଦ୍ୟାଳୟରେ କ୍ୟାନସର ଔଷଧ ଉପରେ ରିସର୍ଚ୍ଚ କରୁଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ୧୦ ଦେଶ ଦେଲେଣି ପୁରସ୍କାର। ଏମିତି ପୁଅକୁ ନେଇ ସାରା ଅଂଚଳ କରୁଛି ଗର୍ବ।
କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...
କଳିଯୁଗର କୁଳାଙ୍ଗାର ପୁଅ। ବୁଢା ବାପାକୁ ଶୁଭୁନି କି ଚାଲିପାରୁନି। ବୋଝ ଭାବି ପାଇଖାନାରେ ବାପାକୁ ଫୋପାଡ଼ି ଦେଲେ ପୁଅ-ବୋହୂ। ଦୁଃଖ ସହିପାରିଲେନି ପଡ଼ୋଶୀ। ପାଇଖାନା ପାଖରେ ବାଉଁଶ ବାନ୍ଧି ତିଆରି କରିଦେଲେ ଅସ୍ଥାୟୀ ଘର...ହେଲେ ପାଖ ମାଡ଼ୁନାହାନ୍ତି ପିଲା
ଦଳ ସଫା ନାଁରେ ଦୁର୍ନୀତି। ଚିହ୍ନା ଠିକାଦାରଙ୍କ ସହ ସଲାସୁତରା କରି ଲକ୍ଷଲକ୍ଷ ଟଙ୍କା ଖାଇଦେଉଛନ୍ତି ସରକାରୀ ବାବୁ। କେନାଲ ଦଳ ସଫା ନାଁରେ ଭୟଙ୍କର ଅନିୟମିତତା...ଦେଖନ୍ତୁ କେମିତି ଓ କେଉଁଠି ଏବଂ କେତେ ପରିମାଣରେ ହୋଇଛି ଦୁର୍ନୀତି?
ଧନ୍ୟ ଏ ଠିକାଦାର। ଯିଏ ତିଆରି କରିଛି ଏ ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...