ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଧାଡି। ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ମହାମାରୀ କରୋନାର ଦାଉ କମିବା ପରେ ପ୍ରଥମ ବୋର୍ଡ ଏଗଜାମ୍। ଏଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ କମ୍ ନଥିଲା ଉତ୍କଣ୍ଠା।
ମାଗଣା ସେବା ପାଇବାକୁ ଗରିବ ରୋଗୀଟିଏ ବି ଧାଇଁ ଆସୁଛି ରାଜ୍ୟର ବଡ଼ ବଡ଼ ଡାକ୍ତରଖାନାକୁ। ହେଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ, ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଶହ ଶହ ରୋଗୀ ଓ ସେମାନଙ୍କ ସପର୍କୀୟ ଯେମିତି ପଡ଼ି ରହିଛନ୍ତି, ଯନ୍ତ୍ରଣା ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଥିବା କିଛି ମୌଳିକ ପ୍ରଶ୍ନକୁ ନେଇ ଅଡୁଆରେ ରାଜ୍ୟ ସରକାର। ଜେସିବି ମେସିନ୍ ଦ୍ୱାରା ନିଷିଦ୍ଧାଞ୍ଚଳରେ ୩୦ ଫୁଟ୍ ଗାତ ଖୋଳିବାକୁ କେଉଁ ଇଂଜିନିୟର ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ଅପରାଜିତା ପଚାରିଥିବା ପ୍ରଶ୍ନ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି। ଦିଲ୍ଲୀ ପହଞ୍ଚିଛି ରାଜ୍ୟ କଳି। ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ଲବି ଆରମ୍ଭ କରିଛନ୍ତି ବିଭିନ୍ନ ଗୋଷ୍ଠୀ। ପ୍ରଭାରୀ ଚେଲା କୁମାର ଦୁଇ ଦିନ ଧରି ଦଳୀୟ କର୍ମୀ ଓ ବିଧାୟକଙ୍କ ମତାମତ ନେଇ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେଠାରେ ରୁଣ୍ଡ ହୋଇଛନ୍ତି ଦଳର ଛାମୁଆ ନେତା।
ଜୀବନ୍ତ ଲାଗୁଥିବା ଏ ହସ, ହସରେ ରହିଗଲା। ଏହି କୁନି ଝିଅର କଅଁଳ ଡାକ ଆଉ ଶୁଭିବନି। ଯୁବ ଦମ୍ପତିଙ୍କ ଏ ଖୁସିର ମୁହୂର୍ତ୍ତ ଆଉ ଆସିବନି। କାରଣ ଆଜିଠୁ ସବୁକିଛି ଫଟୋରେ ରହିଗଲା। କଠୋର ନିଷ୍ପତ୍ତି କ୍ରମେ ମୃତ୍ୟୁକୁ କୋଳେଇ ନେଇ ଚିରନିଦ୍ରାରେ ଶୋଇଯାଇଛନ୍ତି ସମସ୍ତେ।
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...
ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇଥିଲେ। ଏବେ ଗାଁକୁ ଫେରି ହଳଦିଆ ତରଭୁଜ ଚାଷ କଲେ। ବଜାରର ଚାହିଦା ଏତେ ଅଧିକ ଯେ, ପାଳ ପାଖରୁ ତରଭୁଜ ନେଇ ଯାଉଛନ୍ତି ବେପାରୀ। ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା।
କଚାବାଦାମ ଗୀତ ସୋସିଆଲ ମିଡ଼ିଆର ସେନସେସନ ପାଲଟିଲା ପରେ ଭୁବନ ବାଦ୍ୟକାର ପାଇଲେ କି ଚାକିରି? ରେଲୱେର ଷ୍ଟେସନ ମ୍ୟାନେଜର ପୋଷ୍ଟରେ ଚାକିରି ପାଇଥିବା ସାମ୍ନାକୁ ଆସିଲା ଭିଡ଼ିଓ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଜାଣନ୍ତୁ ସତ କଣ?
ଅକ୍ଷୟଙ୍କୁ ନେଇ ବଲିଉଡ୍ରେ ସବୁବେଳେ ଚାଲେ ଚର୍ଚ୍ଚା। ରିମେକ୍ ହେଉ କି ଫିଲ୍ମ ସବୁଥିରେ ସେ ବେଶ୍ ଆଗୁଆ। ଏବେ ତାଙ୍କ ପାଖରେ ରହିଛି ଫିଲ୍ମର ଲମ୍ବା ଲିଷ୍ଟ...ହେଲେ ବଲିଉଡ୍ରେ ନୁହେଁ ବରଂ....
ମନର କଥା କହୁଛି କଲମ। ପାଟିରେ ପାଇପ୍ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଛି ଛି ଏ ପାନ ଗନ୍ଧ ଶୁଣିକି ମୋ ପେଟ କଇଁ ଧରୁଛି। ଏଇନା ମୁଁ ବାନ୍ତି କିରିବି। ମୋର ଦୁଃଖକୁ ଧ ପଡ଼ୁଥିଲା ତୁମ ପାଖରେ ନେସି ହେବା ପାଇଁ...ମାଆ କହିଲା ବେଳକୁ ଦେହରେ ନିଆଁ ଲାଗିଯାଉଛି...
ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ....ଶୋକାକୂଳ ପରିବେଶରେ ପୂରା ପରିବାର
ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...
ଆଲୋ ପିକୁଳି ବୋଉ ନବୀନା ରାଇଜରେ ଚାଉଳ ସରିଲା କେମିତି? ଇଲୋ ବୋଉ ଏଇଠି ଚାଉଳ ନେବ କ’ଣ? ଚେପା ହୋଇଯିବରେ ନାରଣ। ନାଏବ ସରପଞ୍ଚ ଆଉ ଲୋକଙ୍କ ମଧ୍ୟରେ ଏମିତି ଚାଉଳ ଫୁଟିଲା ଯେ ଭାତ ପୂରା ଜାଉ ହୋଇଗଲା....
ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍। ଲୋକେ ବି ବେଶ୍ ଭିଡ଼ ଜମାଉଛନ୍ତି....ଦେଖନ୍ତୁ କେମିତି ପରସା ଯାଉଛି ଖାଇବା
ପେଟ୍ରୋଲ୍ ପଲିଟିକ୍ସ ଖେଳୁଛନ୍ତି କି ଏଇ ୭ ରାଜ୍ୟ ? ତୈଳ ଦର ବୃଦ୍ଧି ଯୋଗୁଁ ସାରା ଦେଶ ସନ୍ତୁଳି ହେଉଥିବା ବେଳେ, କେନ୍ଦ୍ରର ପରାମର୍ଶ ସତ୍ତ୍ୱେ ଏହି ୭ଟି ରାଜ୍ୟ ଭାଟ୍ କମାଇନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସଙ୍କଟମୋଚକ ପ୍ରଭୁ ହନୁମାନଙ୍କ ନାଁରେ ଚାଲିଛି ମୁଦ୍ରା ରାକେଟ୍। ହନୁମାନ ପଇସା ପାଇଁ ବାଜିରେ ଲାଗୁଛି ଜୀବନ। କେଉଁଠି ମୁଣ୍ଡ ଗଡୁଛି ତ କେଉଁଠି କୋଟି କୋଟିର ଖେଳ। ଓଡ଼ିଶାରୁ ଅନ୍ତରାଷ୍ଟ୍ରୀୟ ବଜାର ଯାଏଁ ଲମ୍ବିଛି ହନୁମାନ ପଇସା ରାକେଟ୍।
ସୁର ବନାମ ନିରଞ୍ଜନ। କାଲି ସୋ-କଜ୍ ମାଗିଥିଲେ ନିରଞ୍ଜନ। ଆଉ ଆଜି ସାଂଘାତିକ ଉତ୍ତର ଦେଲେ ସୁର। ଇଏ ସେହି ସମୟର ଦୃଶ୍ୟ ହାତରେ ଲଫାଫା ଧରି ସିଧା ରାଜ୍ୟ କଂଗ୍ରେସ ଭବନ ଯାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବାଟରେ ପିସିସି ପ୍ରବକ୍ତାଙ୍କୁ ଭେଟି ସଭାପତିଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଚିଠି।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ସ୍କୁଲରେ ଅଛନ୍ତି ୭୦ ପିଲା ହେଲେ ଶିକ୍ଷକ ମାତ୍ର ଜଣେ..ଏଇଠି ପିଲା ପଢିବେ କେମିତି? କଲେକ୍ଟର କହୁଛନ୍ତି ଆଡମିଶନ୍ ଚାଲିଛି ଖୁବଶୀଘ୍ର ଶିକ୍ଷକ ଆସିବେ ହେଲେ ଅଭିଭାବକ କହୁଛନ୍ତି ଏ ସ୍କୁଲକୁ ପିଲାଙ୍କୁ ଛାଡ଼ିବୁ କଣ ମୁର୍ଖ ହେବା ପାଇଁ
ଏ ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ..
ଦୁଇ ମାଆଙ୍କ ଭିତରେ ଲଢେଇ, ଦୁଇ ପରିବାର ମଧ୍ୟରେ ଅଶାନ୍ତି। ସତ ଚେଷ୍ଟା ପରେ ବି ମାଆଙ୍କ ପାଇଁ ମିଶିପାରୁନାହାନ୍ତି ନାୟକ-ନାୟିକା। ବାପା ଯେତେ ଚେଷ୍ଟା କଲେ ବି ରୋକି ପାରୁନାହାନ୍ତି ପ୍ରେମର ଶୀତଳ ଯୁଦ୍ଧ..
ଇଏ କାଳେ ଆମ ସ୍ୱାସ୍ଥ୍ୟ ସେବା !! ରୋଗୀ ପଛେ ଯନ୍ତ୍ରଣାରେ ଛଟପଟ ହେଉଥାଉ, ହେଲେ ଏମାନେ ଆଗେ ମୋବାଇଲ ବନ୍ଧକ ନରଖିଲେ ମିଳିବନି ଷ୍ଟ୍ରେଚର? ଏଇଟା ମେଡ଼ିକାଲ ନା ମୋବାଇଲ ବନ୍ଧକ ବ୍ୟାଙ୍କ?
ଦେଖିବାକୁ କିନି ପିଲା ହୋଇଥିଲେ ବି ଲୋକକଳାକୁ ବଂଚାଇ ରଖିବାକୁ କରିଛନ୍ତି ପ୍ରୟାସ। ଗଂଜାମର ଅନନ୍ୟ ଲୋକକଳା ରଣପା ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ ନାଚି କରିଛନ୍ତି ରେକର୍ଡ। ଜାଣନ୍ତୁ, ବିଭୂଦତ୍ତ ସାହୁ ଓ ବିଭାସ ସାହୁଙ୍କ ସଫଳତାର କାହାଣୀ.