ଏ ତିନି ଭଉଣୀଙ୍କ ସଂଘର୍ଷ ଦେଖିଲେ ଆପଣ ବି ତୁନି ହୋଇପଡ଼ିବେ। ଦିନରେ ବିଲରେ କାମ କରୁଛନ୍ତି...ସଂଧ୍ୟା ହେଲେ ଘରେ ବହି ଧରି ବସୁଛନ୍ତି। ବାପା ଚାଲିଯିବା ପରେ ଅସହାୟ ହୋଇପଡ଼ିଛନ୍ତି ତିନି ଭଉଣୀ, ହେଲେ ହାର ମାନିନାହାନ୍ତି...ନିଜ ରୋଜଗାର ଟଙ୍କାରେ ପାଠ ପଢିବା ସହ ବୁଢୀ ମାଆ ମୁହଁରେ ଦେଉଛନ୍ତି ଆହାର
ଶୀତ କାହା ପାଇଁ କେମିତି? ଗରୀବ କୁହେ ଏ ଶୀତ ତୁ ଆଉ ଫେରେନା, ଧନୀ କୁହେ ରେ ଶୀତ ତୁ ଆଉ ଯାଆନା...ଏ ଋତୁ କାହା ପାଇଁ ମିତ୍ର ତ ଆଉ କାହା ପାଇଁ ଶତ୍ରୁ...ଦେଖନ୍ତୁ ଶୀତକୁ ନେଇ ଆମର ବିଶେଷ ରିପୋର୍ଟ
ବଦଳିଲା ଅଫତାବ୍ର ଠିକଣା। ଏଣିକି ତିହାର ଜେଲର୍ ସେଲ୍ ନମ୍ବର-୪ରେ ରହିବ ଅଫତାବ୍..କେହି ଭେଟିବେନି କି କେହି କଥା ହେବେନି...ଏକା ଏକା ରହିବ ଅଫତାବ୍...
ଯେବେ ଭାଗ୍ୟ ଖେଳେ ଖେଳ …ମାଆ ଚାଲିଗଲେ, ବାପା ଘର ଛାଡି ପଳାଇଲେ। ଏକା ଏକା ବଞ୍ଚୁଛନ୍ତି ତିନି ଭାଇଭଉଣୀ। ପେଟକୁ ଗଣ୍ଡେ ଆହାର ଦେବା ପାଇଁ ପର ଦୁଆରେ ଇଟା ବୋହୁଛି ନାବାଳକ ଭାଇ...କାନ୍ଦିଲେ ବି ଏମାନଙ୍କ ଆଖିର ଲୁହ ପୋଛିବାକୁ କେହି ନାହିଁ
ଘର ନୁହେଁ ପାଇଖାନା ପାଇଁ ବାପ-ପୁଅଙ୍କ ଭିତରେ ଲାଗିଛି କଳି। ବୁଢା ବାପାଙ୍କୁ ପାଇଖାନା କରାଇ ଦେଉନି ପୁଅ...ମିସ୍ତ୍ରୀ ଆସିଲେ ନାଲିଆଖି ଦେଖାଉଛି, କେତେବେଳେ ପୁଣି ଗୋଡାଉଛି। ପାଇଖାନା ପାଇଁ ଥାନାରେ ପହଞ୍ଚିଲେ ବାପା
ଏମିତିକା ପୁଅ ଥାଇ ଲାଭ କଣ? ଶୀତ ରାତିରେ ବାପା-ମାଆଙ୍କୁ ଧକ୍କା ଦେଇ ଘରୁ ଦେଲେ ତଡି। ନାତି ଟୋକା ବୁଢାବାପା ଉପରେ ସାଇକେଲ ମଡାଇ ଦେଲା...ପରିଣତ ବୟସରେ ଅଧ ରାତିରେ ଥାନାରେ ପହଞ୍ଚିଲେ ବାପା-ମାଆ...
ଅବିଶ୍ୱାସ ଲାଗିଲେ ବି ସତ !! ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ...୧୫ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ...ପାଠ ପଢା ବୟସରେ ମୂଲିଆ କାମ କରୁଛନ୍ତି ପିଲା, ସରକାରୀ ସହାୟତା ୟାଙ୍କ ପାଇଁ ସାତସପନ
ଆଃ କି ଦୁଃଖ !! ଯୋଉ ଦୁର୍ଘଟଣାରେ ବାପା ସବୁଦିନ ପାଇଁ ଚାଲିଯାଇଥିଲେ ପୁଅ ବି ସେଇ ଦୁର୍ଘଟଣାରେ ଚାଲିଗଲା...ଭେଣ୍ଡା ପୁଅକୁ ହରାଇ ରାସ୍ତାରେ ଗଡିଯାଉଛି ମାଆ...ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ
ଆଃ କି କଷ୍ଟ ଏଇ ଜୀବନ !! ପାଇଖାନା ଘରେ ବିତୁଛି ଜୀବନ...ସ୍ୱାମୀ ଚାଲିଗଲେ, ଘର ବି ଭାଙ୍ଗିଗଲା। ଉପାୟ ଶୂନ୍ୟ ହୋଇ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି ତୁଳସୀ
ଭୋଟ୍ ପୂର୍ବରୁ ଭଗବାନଙ୍କ ଶରଣ !! ପୁଣି ନରସିଂହଙ୍କୁ ଡାକିଲେଣି ପ୍ରଦୀପ...ଆଲୋ ଆଲୋ ଏଇଠି ହେଉଛି କଣ?
ରାମାୟଣ ପରେ ଜଗନ୍ନାଥ। ଭାରତ ଜାଣିବ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା। ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ। ଆଜି ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି ଏହି ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା। ରେଳମନ୍ତ୍ରୀ କହିଛନ୍ତି- ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଚାଲିବ ଜଗନ୍ନାଥ ଏକ୍ସପ୍ରେସ। ଭାରତୀୟ ସଂସ୍କୃତିର ପ୍ରଚାର ଲକ୍ଷ୍ୟରେ ଭାରତ ଗୌରବ ପ୍ରକଳ୍ପର ଏହା ହେବ ଅନ୍ୟତମ ପ୍ରମୁଖ ଅଂଶ। ପୂର୍ବରୁ ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଚାଲୁଛି
ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍ରେ ନାହିଁ।
ମୈଦାନରେ ମାଳ ମାଳ ହେଭିେଓ୍ୱଟ୍। ଚାଲିଛି ଘମାଘୋଟ ପ୍ରଚାର। ପଦ୍ମପୁର ଭୋଟ୍ ଯେତିକି ପାଖଉଛି, କ୍ୟାଂପେନ୍ ସେତିକି ଜମୁଛି..। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଆଜି ପ୍ରଚାର ମଙ୍ଗ ଧରିଥିଲେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଦୁଇ ହେଭିେଓ୍ୱଟ୍ ଦିନ ପ୍ରାୟ ୧୨ଟା ବେଳେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଝାରବନ୍ଧ ବ୍ଲକ ବିଳାସପୁର ଜନସଭା ନିକଟରେ। ଉଭୟ ନେତାଙ୍କୁ ସ୍ଥାନୀୟ ଜନତା ଓ ନେତା ପାଛୋଟି ନେଇଥିଲେ ସଭାମଞ୍ଚକୁ।
ଯାହା ପାଇଁ ବ୍ୟବସ୍ଥା, ତା ପାଇଁ ସୁବିଧା ନାହିଁ। ଯେଉଥି ପାଇଁ ନୁହେଁ, ସେଇ କାମରେ ଲାଗୁଛି ସରଂଜାମ। ରୋଗୀ ବୁହା ହେବାକୁ ଥିବା ଷ୍ଟ୍ରେଚରରେ ଯାଉଛି ଅକ୍ସିଜେନ୍ ସିଲିଣ୍ଡର ଆଉ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହେଉଛନ୍ତି ଗୁରୁତର ରୋଗୀ। ରାଜ୍ୟର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କଟକ ମେଡିକାଲର ଏହି ଘଟଣା
ଦିନେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୧୫ ବର୍ଷ ହେଲାଣି ବଣରେ ରହୁଛନ୍ତି ୬ ଜଣଙ୍କୁ ନେଇ ଫଗୁଣଙ୍କ ପରିବାର
ଫୋନ୍ରେ ମୀନତି ଦିଦିଙ୍କ କଡା ତାଗିଦ୍। ଭଲ ପିସି ନଦେଲେ ପାସ୍ ହେବନି ଛତୁଆ ବିଲ୍। ସମସ୍ତେ ଦେଉଛନ୍ତି, ତୁମେ କାହିଁକି କେଁ କେଁ ହେଉଛ? “ବୁଢାକୁ ଟଙ୍କା ନଦେଲେ ଆଉ କିଛି ହେବନି”...ଦିଦିଙ୍କର ଏମିତି କଥା ଏବେ ଭାଇରାଲ
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଆଲବମ୍ ଗୀତରେ ନାଚି ନାଚି ସ୍ୱାମୀ ମୃତ୍ୟୁ ରହସ୍ୟର କଲେ ପର୍ଦ୍ଦାଫାଶ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ସ୍ୱାମୀ ବିଛଣାରେ, ସ୍ତ୍ରୀ ଦୋକାନ କରି ପରିବାର ଚଳାଉଛି। ଦୁଇଟି କିଡନୀ ନଷ୍ଟ ହେବା ପରେ ନୂଆ କିଡନୀ ପ୍ରତିରୋପଣ ପାଇଁ ଆଶା ତ ଅଛି, ହେଲେ ଅର୍ଥ ସାଜିଛି ବାଧକ। ରୋଗୀଣା ସ୍ୱାମୀର ଦିନ ରାତି ସେବା କରୁଛି, କାନ୍ଦି କାନ୍ଦି ଦୁଃଖ କହୁଛି...କଣ କରିବି ମୁଁ ଜାଣିପାରୁନି..
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ରାଗିଗଲା ପରେ ଚପଲ ନେଇ ପଳାଉଛି ସାପ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଆଇସକ୍ରିମ୍ ବାଲା ଉପରେ ପ୍ରବଳ ମାତ୍ରାରେ ରାଗିଯାଇଛି କୁନି ଝିଅ। କୋନ୍ ଆଇସକ୍ରିମ କାଠିକୁ ଧରି ମୁହଁକୁ ଦେଲା ଫୋପାଡି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ
ଆରେ ବାପ୍ରେ ବାପ୍ !! ବାହାଘରରେ ଜବରଦସ୍ତ ଠୁମକା ଲଗାଇଲେ ଏହି ବ୍ୟକ୍ତି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ସାବାସ୍ !! ପୋଲିସ୍ ହେବ ତ ଏମିତି...ଚଳନ୍ତା ଗାଡି ସାମ୍ନାକୁ ଆସିଲେ, ଚୋରକୁ ଧରିଲେ...ଭାଇରାଲ ହେଲା କନେଷ୍ଟବଳଙ୍କ ସାହସିକତାର ଭିଡିଓ
ଶଗଡ ସାଜିଲା ଶତ୍ରୁ। ଧାନ ଆଣୁ ଆଣୁ ଗୋବିନ୍ଦ ଉପରେ ଏମିତି ପଡିଗଲା ଯେ ୨୦ ବର୍ଷ ହେଲାଣି ଆଉ ବିଛଣାରୁ ଉଠିପାରୁନି ଭେଣ୍ଡିଆ ପୁଅ। ଚିକିତ୍ସା ପାଇଁ ଜମିବାଡ଼ି ବିକିଲେଣି ହେଲେ ପୁଅ ଭଲ ହେଉନି କି ଚାଲୁନି...ସରକାରୀ ସହାୟତା ଲାଗି ଗୁହାରି କରୁଛନ୍ତି ମାଆ-ବାପା
ପୋଲିସକୁ ଚକମା ଦେଉଛି ଅଫତାବ୍। ଶ୍ରଦ୍ଧାଙ୍କୁ କେମିତି ମାରିଲା ସେନେଇ ୫୦ ପ୍ରଶ୍ନ କଲା ପୋଲିସ୍। ଅଫତାବ୍ ବୁଲାଇଲା ଭୂଆଁ..