ପ୍ରଫେସନାଲ ଟ୍ରେନିଂ, ପ୍ରଫେସନାଲ ଆଟିଚ୍ୟୁଡ୍। ତାରି ଭିତରୁ ବାହାରିଛନ୍ତି ପରଫେକ୍ଟ ପ୍ରଡକ୍ଟ। ଜୟପୁର ବିକ୍ରମଦେବ କଲେଜ ପଡ଼ିଆରେ ତାଲିମ୍ ମୁଦ୍ରାରେ ଥିବା ସବୁ ଯୁବକ ଯୁବତୀ ଚାଖିଛନ୍ତି ସଫଳତାର ସ୍ୱାଦ। ନିକଟରେ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ କନଷ୍ଟେବଳ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ସମସ୍ତେ। ତେବେ ଏମାନଙ୍କ ସଫଳତା ପଛରେ ଯାହାର ପ୍ରମୁଖ ହାତ ରହିଛି, ସେ ହେଉଛନ୍ତି ଟ୍ରେନର ଭୂମିକାରେ ଥିବା ରାଜେଶ କୁମାର ସାହୁ।
ଗାଁଖାଲି ଖାଲି.. ଦୂଆରେ ଦୂଆରେ ତାଲା..। ଯାହାଙ୍କ ଘର ଖୋଲା, ବୁଢ଼ାବୁଢ଼ୀ, ଛୁଆ ପିଲାଙ୍କୁ ଛାଡ଼ି ଦେଲେ, ସେ ଘରୁ ଦାଦନରେ ମୁଖିଆ ନହେଲେ ଭେଣ୍ଡିଆ । ଠିକଣା-ସୁରତ, ଚେନ୍ନାଇ ନହେଲେ ବାଙ୍ଗାଲୋର । ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଡି. ନୂଆପାଲି ଗାଁରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ଆଜିର ନୁହେଁ ବର୍ଷ ବର୍ଷର ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବେ ନେବ ବାସ୍ତବ ରୂପ ? କେମିତି ଗଡ଼ିବ ମେଟ୍ରୋ, ଆଉ କେଉଁ ରୁଟ୍ ଦେଇ ଯିବ ଏଲିଭେଟେଡ୍ କରିଡର । ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଏମିତି ଚର୍ଚ୍ଚା । ଏବେ ପ୍ରସ୍ତୁତ ହେଉଛି ଡିପିଆର୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ସେଠାରୁ ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ଆଉ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍ ଯୋଡିବାକୁ ଯୋଜନା କରିଛନ୍ତି ସରକାର
ସ୍ୱାଧୀନତା ଦେଇଥିଲେ, ଧୋତି ପିନ୍ଧୁଥିଲେ । ହେଲେ ପୌର ପ୍ରଶାସନ ତାଙ୍କୁ ପିନ୍ଧାଇଲା ପ୍ୟାଣ୍ଟ...ଏବେ ଦେଖନ୍ତୁ ହେଉଛି କଣ?
ଇଏ କାଳେ ଶିକ୍ଷକ । ପେଟେ ପିଇ ଦେଇ ନାଚିଲେ ଆ ସୁନା ଘରୁ ବାହାରି ଆ..ତାତିଲେ ଗ୍ରାମବାସୀ । ପୂର୍ବରୁ ବି ଏମିତି କାଣ୍ଡ ଶିକ୍ଷକ କରିଥିବା ନେଇ କଲେ ଅଭିଯୋଗ
ଜୀବନ ସାରା ପିଲାଙ୍କୁ ମାଗଣାରେ ପଢାଇଲେ ପାଠ । ଏବେ ମରିଯିବା ପରେ ଦାନ କରିଦେଲେ ଆଖି...
କେମିତି ରୋଜଗାର କରିବେ ବୋଲି ଭାବୁଥିଲେ, ଚିନ୍ତିତ ଥିଲେ । ଏବେ ଗେଣ୍ଡୁ ଚାଷ କରି ମାଲେମାଲ ହେଲେ । ମାସକୁ ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍
ମ୍ୟୁଜିକ୍ ସିଷ୍ଟମରେ ବିସ୍ଫୋରକ ଖଞ୍ଜିଥିଲା ପୂର୍ବତନ ପ୍ରେମିକ । ଅଭିଯୁକ୍ତକୁ ଅଟକ ରଖି ପୋଲିସର ଖୋଳତାଡ଼ ।
ବୋରିଗୁମାରେ ୮ ବର୍ଷ ଧରି ମରାମତି ହେଉନି ରାସ୍ତା, ଲୋକେ ହିନସ୍ତା ।
ମାନିଲେ ମନ୍ତ୍ରୀ, କହିଲେ ରୋକିବାକୁ ନେଉଛୁ ପଦକ୍ଷେପ ।
ଯାହାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି।
ଯାହାକୁ ନେଇ ପରିବାର ଲୋକେ ଅସହାୟ ହୋଇପଡ଼ିଥିବାବେଳେ ଜଟଣୀ ମେଡିକାଲ ଅଧୀକ୍ଷକ କହିଛନ୍ତି ଘଟଣା ଅନୁସନ୍ଧାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।
ସେମାନଙ୍କୁ ସଙ୍ଗଠିତ କରି ରଖିବା ଲାଗି ନେତା ଓ ବିଧାୟକମାନଙ୍କୁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କୁକୁର-ବିଲେଇଙ୍କ ନିଆରା ପ୍ରେମ କାହାଣୀ । କେହି କାହାରିକୁ ଦଣ୍ଡେ ଛାଡୁନାହାନ୍ତି । କୁକୁର ସହ ଦିନରାତି ଖେଳୁଛି ବିଲେଇ । ୟାଙ୍କ ବନ୍ଧୁତା ଦେଖିଲେ ଆପଣ ବି କହିବେ, ପାରିବେନି କେହି ଅଲଗା କରି ।
ସାଙ୍ଗ ହୋଇ ଚାଲିଗଲେ ବାପା-ଭାଇ । ଅସୁସ୍ଥ ହୋଇ ପଡ଼ିଲା ବିଧବା ମାଆ...ତିନି ଭଉଣୀଙ୍କୁ ପାଠ ପଢାଇବା ଲାଗି ବାହାର ରାଜ୍ୟରେ ଦାଦନ ଖଟୁଛି ବଡ଼ ଝିଅ ରୂପା । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା
ଚାଲିଥିଲା ବାଟବରଣୀ । ହଠାତ୍ କନିଆଁଙ୍କୁ ସାମ୍ନାରେ ଦେଖିଲେ ବର...ବାସ୍ ବଲିଉଡ୍ ଗୀତରେ ନାଚି ଧୂଳି ଉଡ଼େଇ ଦେଲା ବର
ହେଲମେଟ୍ ପିନ୍ଧିଲେ ମୁଣ୍ଡ ସିଝୁଛି ? ସେଇଟା ହେଲମେଟ୍ ନା ପ୍ରେସରକୁକୁର ? ମଲେ ରିସ୍କ କିଏ ନେବ ?
ଚାହୁଁଚାହୁଁ ମୋବାଇଲ ଫୋନ୍କୁ ପୂରିଲା ୫୦ ବର୍ଷ । ଏପ୍ରିଲ ୩ରେ ତିଆରି ହୋଇଥିଲା ପ୍ରଥମ ମୋବାଇଲ୍...ଚାର୍ଜ ହେବାକୁ ଲାଗୁଥିଲା ୧୦ ଘଂଟା
ଭାପୁର, ସୋର, ବ୍ରହ୍ମପୁର, ସମ୍ବଲପୁର, ବାଲିଗୁଡ଼ା । ବିଭିନ୍ନ ଜିଲ୍ଲାରେ ଆୟକର ବିଭାଗର ମାରାଥନ ରେଡ୍ । ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଚଢାଉ କରିଛନ୍ତି ଇନକମ୍ ଟ୍ୟାକ୍ସ ଅଧିକାରୀ ।
ଟଙ୍କା ପାଇଁ ହିଁ ଘଟିଛି ଝାରସୁଗୁଡ଼ାରେ ୧୫ ବର୍ଷୀୟ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ । ନିଜ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ଅଭିଯୁକ୍ତ ଟଣାର ୧୦/୧୫ ଦିନ ଆଗରୁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର ।
ବିଦେଶୀ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବାବେଳେ ବିଜୟ, ସରକାରଙ୍କୁ ପଚାରିଛନ୍ତି ୧୦ ଟି ପ୍ରଶ୍ନ ।
କଲି..ନକଲି..ସବୁଠି ନକଲି । ଯୁଆଡ଼େ ହାତ ମାରିଲେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଥିବା ଓ ପଦୋନ୍ନତିର ପୁଳା ପୁଳା ଅଭିଯୋଗ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଘାଣ୍ଟୁଥିବାବେଳେ ନୀଳଗିରିରୁ ବି ଆସିଛି ସାଂଘାତିକ ତଥ୍ୟ ।
ତାଳଚେରରେ ମା’ ଅଗ୍ନିରୂପାଙ୍କ ଆବିର୍ଭାବ। ଉଭାସ୍ଥଳରେ ଅଗ୍ନି ରୂପରେ ଦର୍ଶନ ଦେଉଛନ୍ତି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା । ଆରମ୍ଭ ହୋଇଛି ନବ ଦିନାତ୍ମକ ଚଇତି ଯାତ୍ରା ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଖୁଆଡ଼ ଭିତରେ ଭିନ୍ନ ଭିନ୍ନ ଜାତିର ହିଂସ୍ର ଜନ୍ତୁ । ହେଲେ ସେମାନଙ୍କ ଭିତରେ ଝଗଡ଼ା ନାହିଁ କେହି କାହାରିକୁ ଆକ୍ରମଣ କରିବାର ନଜିର ବି ନାହିଁ । ବରଂ ଭିନ୍ନ ଭିନ୍ନ ଜାତିର ଜୀବ ହୋଇ ବି ଗୋଟିଏ ମା’ପେଟର ଛୁଆଙ୍କ ଭଳି ପରସ୍ପର ମଧ୍ୟରେ ଖେଳକୁଦରେ ମାତିଛନ୍ତି ସିଂହ, ଭାଲୁ ଓ ଗଧିଆ ସାବକ ।
ଗ୍ଲାମର୍ସ କୁଇନ... ତରଙ୍ଗ ସିନେ ଉତ୍ସବରେ ଏକାଠି ନଜର ଆସିଲେ ଓଲିଉଡର ଗ୍ଲାମର୍ସ କୁଇନ