ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।
ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସୁଶାନ୍ତ ସିଂଙ୍କ ନାଁ ଥିବା ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ। ଆଉ ଏବେ ସେହି ଥିଓରୀ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିବା କହି ଘେରିଛନ୍ତି। କାହିଁକି ସୁଶାନ୍ତଙ୍କୁ ବିଜେଡିର ନିର୍ବାଚନ ପରିଚାଳନାରେ ସାମିଲ କରଗଲା ନାହିଁ ? ନବ ଦାସ ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ସୁଶାନ୍ତ ସିଂଙ୍କ ସହ ଶୀତଳଯୁଦ୍ଧ ଲାଗି ରହିଥିଲା।
ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।
ଜାଗା ମିଶନରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ? ସହରରେ ଭୂମିହୀନଙ୍କ ପାଇଁ ଜାଗା ଓ ବସତି ଦେବା ଲକ୍ଷ୍ୟରେ ସରକାରଙ୍କ ତଥାକଥିତ ବିଶ୍ୱର ସର୍ବବୃହତ ଯୋଜନାରେ ଘର ପାଉଛନ୍ତି ତ ବସ୍ତି ବାସିନ୍ଦା ? ନା କେବଳ ଭେଳିକି ?
ସ୍କୁଲ ସାଙ୍ଗଙ୍କ ସହ କଥା ହେଉ ହେଉ ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଗଲା। ୩୫ ବର୍ଷ ହେଲା ସେ ଏମିତି ନନଷ୍ଟପ୍ କଥା ହୋଇପାରୁଛନ୍ତି। କେବଳ କାଳୀ ନୁହଁନ୍ତି, ତାଙ୍କ ସହ କାମ କରୁଥିବା ରଘୁନାଥ ବାରିକ ଓ ମୃତ୍ୟୁଞ୍ଜୟ ଡାକୁଆ ମଧ୍ୟ ଏମିତି ଓଲଟା କଥାରେ ଅଭ୍ୟସ୍ତ।
ମନ୍ଦିର, ମସଜିଦ୍ର ଉନ୍ନତ୍ତି ହେଉନି ବରଂ ବାହାର ରାଜ୍ୟର କଣ୍ଟ୍ରାକ୍ଟରଙ୍କୁ ଠିକା ଦିଆଯାଉଛି । ଠାକୁରଙ୍କ ନାଁରେ ସବୁ ଖୋଳ କରି ଦେଲେଣି : ସହଦେବ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ
ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ଉଠାଉଥିଲେ ବୋଲି ଠେଙ୍ଗାରେ ବାଡ଼େଇବ? ଇଏ ତ କଥା କମ୍ ହାତ ଉଠାଉଛନ୍ତି ଅଧିକ । ପଳେଇ ଚାଲ୍ ନାରଣ...ନହେଲେ ପିଠି ଫାଟିବ
ଏ କି ବ୍ୟବସ୍ଥା? ଦୃଷ୍ଟିହୀନ ପିଲାଙ୍କୁ ମିଳୁନି ସରକାରୀ ସୁବିଧା । ସୁନେଲୀ ସ୍ୱପ୍ନ ଦେଖୁଥିଲେ ବି ସାର୍ଥକ ହୋଇପାରୁନି ଭବିଷ୍ୟତ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ଦୃଷ୍ଟିବାଧିତ ବିଦ୍ୟାଳୟ
ବାପା ଥିଲା ବେଳେ କଷ୍ଟେମଷ୍ଟେ ଚଳୁଥିଲେ, ସେ ଚାଲିଯିବା ପରେ ସବୁ ସରିଗଲା । ମୁଠେ ଖାଇବାକୁ ଘରେ ନାହିଁ । କିଏ ଦେଲେ ଖାଇବେ ନହେଲେ ଉପବାସରେ ରହିବେ । ପାଠ ପଢିବା ୟାଙ୍କ ଲାଗି ସତେ ଯେମିତି ପାଲଟିଲାଣି ସ୍ୱପ୍ନ...
ପ୍ଲେଟରେ ଗରମ ଗରମ ବରା, ଖଣ୍ଡେ ଛଣା ଲଙ୍କା ଆଉ ଆଳୁ ତରକାରୀ.. ବାଃ ପାଟିକୁ ଯାଉ ଯାଉ ମଜା ଆସିଯାଉଛି.. ୟେ ଏମିତି ସେମିତି ବରା ନୁହେଁ ଆଜ୍ଞା.. ଏ ହେଉଛି ଢେଙ୍କାନାଳ ବରା..
ବାଲେଶ୍ୱର ସୁନାରଇ ସ୍କୁଲର ହେଡସାରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ନେଇ ଚର୍ଚ୍ଚା । ସ୍କୁଲରୁ ଘର ଯାଏଁ ବଳେଇ ଦେବାକୁ ୧୦ କିଲୋମିଟର ଯାଏଁ ଲମ୍ବିଲା ଶୋଭାଯାତ୍ରା । ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ଶହ ଶହ ଗାଁ ବାସିନ୍ଦା
ଝାରସୁଗୁଡ଼ା ଦଖଲ ପାଇଁ ଦଳୀୟ ସମରସଜ୍ଜାକୁ ଜୋରଦାର କରିଛି ବିଜେଡି । ଆରମ୍ଭ କରିଛି ଗ୍ରାଉଣ୍ଡୱାର୍କ । ପୂର୍ବରୁ ଉପ ନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଦଳ ଆଜି ୪ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳ ପାଇଁ ୧୨ ହେଭିୱେଟ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି। ଅର୍ଥାତ ପୂର୍ବ ଉପନିର୍ବାଚନ ଗୁଡ଼ିକରେ ଯେଭଳି ଲଢ଼ିଥିଲା ବିଜେଡି, ଝାରସୁଗୁଡ଼ା ଉପ ନିର୍ବାଚନରେ ବି ସମାନ ଷ୍ଟାଇଲରେ ଲଢ଼ିବ ବୋଲି କୁହାଯାଉଛି । ଆଉ ଏପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ବିଜେପି ଓ କଂଗ୍ରେସ ଚଳାଇଛନ୍ତି ରଣନୀତି
୨୦୧୮ରୁ ଜରିମାନା ନିୟମ ସତ୍ତ୍ୱେ ଚାରିଆଡ଼େ ମାଳମାଳ ଅଣ ଓଡ଼ିଆ ନାମ ଫଳକ । ପୁଣି ଖିଲାପୀ ବ୍ୟାବସାୟିକ ପ୍ରତିଷ୍ଠାନକୁ ଚିହ୍ନଟ କରି ଜରିମାନା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ତେଜିଲା ରାଜନୀତି ।
ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ୩୦ ନିୟୁତ ଟନ୍ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନକୁ ପୁରୁଣା ବହିରେ ନୂଆ ମଲାଟ କହି ବର୍ଷିଲେ ବିରୋଧୀ । ଏପଟେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ନିପନ ଓ ମିତଲ ପ୍ରକଳ୍ପ ବିରୋଧରେ ଅସନ୍ତୋଷର ସ୍ୱର
ନା ଅଫିସ, ନା କାଗଜପତ୍ର.. । ସିଧା ଅନଲାଇନ୍ ଆପରେ ଦେଶର ୮୦ ହଜାର ଲୋକଙ୍କ କୋଟି କୋଟିର ଜମା ନେଇ ହାୱା ହେଇଗଲା ଆମେରିକାନ ଚିଟଫଣ୍ଡ କଂପାନି
ଦେଶରେ ୬ ହଜାର ଓ ରାଜ୍ୟରେ ଶହେ ପାର୍ ଦୈନିକ ସଂକ୍ରମଣର ଟ୍ରେଣ୍ଡ । କୋଭିଡ୍ ମୁକାବିଲା ପାଇଁ ସବୁ ରାଜ୍ୟକୁ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ୧୦ ଓ ୧୧ରେ ସବୁ ହସପିଟାଲରେ ମକଡ୍ରିଲ୍
ମୁଁ ଉଠେଇଲେ ମାନେ ମୋ ନମ୍ବର । ସମସ୍ତେ ଯେଉଁଠୁ ପାଆନ୍ତି, ମୁଁ ବି ପାଇଲି । ଲେ...ଲେ...ଆକାଉଣ୍ଟ ହ୍ୟାକ୍ କରିଛି । କଣ କରିବ ମୋର?
ଖଟରେ ବାପା ଶୋଇଛି, ସାହାଯ୍ୟ ଲାଗି କୁନି ଝିଅ ହାତ ଯୋଡୁଛି । କାମ ପାଇଁ ବଲାଙ୍ଗିର ଯାଇଥିଲେ...ଦୁର୍ଘଟଣାର ଶିକାର ହେବା ପରେ ଏବେ ସବୁ ସରିଗଲା । ଆପଣ ସାହାଯ୍ୟ କଲେ ଭଲ ହେବେ ଜୟନ୍ତ
ଇଏ କାଳେ ଦ୍ୱିତୀୟ ଭଗବାନ ! ୮ ମାସ ହେଲାଣି ପେଟରେ ବଢୁଥିଲା ଟ୍ୟୁମର । ଡାକ୍ତର ଦେଉଥିଲେ ଗର୍ଭବତୀ ହେବାର ମେଡ଼ିସିନ୍ । ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ଛତୁଆ ବି ଖୁଆଉଥିଲେ। ଯନ୍ତ୍ରଣା ବଢିବାରୁ ଅଲଟ୍ରାସାଉଣ୍ଡ କଲେ ଡାକ୍ତର । ପେଟରେ ପିଲା ନୁହେଁ ଥିଲା ଟ୍ୟୁମର
ସୀମାରେ ସୈନିକ ଥିଲେ, ପରିବାର ଚଳାଉଥିଲେ । ଅଧା ରାସ୍ତାରେ ସ୍ତ୍ରୀ, ପିଲା..ମାଆଙ୍କୁ ଛାଡ଼ି ଚାଲିଗଲେ । ଭେଣ୍ଡିଆ ପୁଅକୁ ହରାଇ ପାଗଳି ପ୍ରାୟ ମାଆ । ଭୂଇଁରେ ମୁଣ୍ଡ ବାଡ଼େଇ କାନ୍ଦୁଛି ସ୍ତ୍ରୀ
ପେଟ ବଢିଯାଉଛି, ଅଳସୁଆ ହୋଇଯାଉଛି ପୋଲିସ୍ । ଫିଟ୍ ନରହିଲେ ଚାକିରି ଯିବ..ଏମିତି ଚର୍ଚ୍ଚା ଭିତରେ ଏବେ ନିଜର ଫିଟ୍ନେସ୍ ପାଇଁ ପୁରସ୍କାର ପାଇଲେ ଜଣେ ପୋଲିସ ଅଧିକାରୀ । ସିଏ ପୁଣି ଜାତୀୟ ସ୍ତରର...
ଛି ଛି ଛି...ବାଦାମ ପ୍ୟାକେଟ୍ରେ ସାଲୁବାଲୁ ହେଉଛନ୍ତି ପୋକ । ୟାକୁ ଖାଇଲେ କଣ ହେବ?
ଦିନେ ଜୀବନ ସହ ସଂଘର୍ଷ କରୁଥିଲା ନବଜାତ ଶିଶୁକନ୍ୟାଟି.. ହେଲେ ଆଜି ଦେଖନ୍ତୁ କୁନି ପରୀ ଟିଏ ଭଳି ଦିଶୁଛି.. ଟୁକୁ ଟୁକୁ ଅନାଇ ଖିଲି ଖିଲି ହସୁଛି..କୋଳରେ ଗେହ୍ଲା ହୋଇ ବୋତଲ ଧରି କ୍ଷୀର ଖାଉଛି.. ଏଇ କୁନି ଝିଅକୁ ଈଶ୍ୱର ସାହା ହୋଇଛନ୍ତି.. ଆଉ ସେ ଅନାଥ ନୁହେଁ.. ତା ଭାଗ୍ୟ ବଦଳିଯାଇଛି..
ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଫିସର୍ ପ୍ରୀତିକୁ ନେଇ ଚର୍ଚ୍ଚା । ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ନେଇ ଅସନ୍ତୋଷ । ଏଣେ ନିଯୁକ୍ତି ନପାଇ ହତାଶ ଯୁବ ପିଢି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଲୋକସେବା ଭବନ ପରେ ଏବେ ଜିଲ୍ଲା ସ୍ତରରେ ରିଟାୟାର୍ଡ ବାବୁଙ୍କ ନିଯୁକ୍ତି ନେଇ ମସୁଧା । ତାହା ପୁଣି ନଗର ଉନ୍ନୟନ ବିଭାଗରେ । ନଗର ଉନ୍ନୟନ ବିଭାଗର ରିଜୋଲେସନ୍କୁ ଦେଖିଲେ ଏହା ସ୍ପଷ୍ଟ ବାରି ହେଉଛି ।
ଓଡ଼ିଶା ଜେଲରେ ବଢୁଛନ୍ତି ମାନସିକ ରୋଗୀ । ଦିନକୁ ଦିନ ରୋଗଗ୍ରସ୍ତ ହେଉଛନ୍ତି କଏଦୀ। ସାରା ଦେଶରେ ଉତ୍ତର ପ୍ରଦେଶ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଗତ ୩ ବର୍ଷ ମଧ୍ୟରେ ମାନସିକ ରୋଗଗ୍ରସ୍ତ କଏଦୀଙ୍କ ସଂଖ୍ୟା ୬ଶହରୁ ୮ଶହକୁ ଡେଇଁଲାଣି । ଏଭଳି ସ୍ଥିତିରେ କଏଦୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ୩୩ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇଛି ଜେଲ୍ ବିଭାଗ । ଏମାନେ ଜେଲରେ ମାନସିକ ରୋଗଗ୍ରସ୍ତ କଏଦୀଙ୍କୁ ଚିହ୍ନଟ କରିବା ସହ ଚିକିତ୍ସା କରିବେ।