ଗତ ୨୦୨୧/୨୨ ବର୍ଷରେ ବନ୍ୟା ଯୋଗୁଁ ଧର୍ମଶାଳା ତହସିଲର ଅଭୟପୁର, ବମ୍ଫୁ, ଦକ୍ଷିଣଶାସନ,ସଂଖାରୀଢିହ, ମଙ୍ଗରାଜପୁର,ଚକ୍ରୋଡ଼ା, ପାଟପୁର ଆଦି ମୌଜାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼।
ସୋସିଆଲ୍ ମିଡିଆ ସେନ୍ସେସନ୍ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..
କାଲିଠାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।
ଧୁ ଧୁ ଖରା.. ଅସ୍ତବ୍ୟସ୍ତ ରାଜ୍ୟବାସୀ । କିଛି ଦିନ ଅନ୍ତରାଳରେ ଲୋକଙ୍କୁ ପୁଣି ଅଣନିଶ୍ୱାସୀ କରିଛି ଗ୍ରୀଷ୍ମ ପ୍ରକୋପ । ମାର୍ଚ୍ଚରୁ ଏପ୍ରିଲର ପ୍ରଥମ ସପ୍ତାହ ଯାଏଁ ପଶ୍ଚିମାଝଡ଼ ଏବଂ କାଳ ବୈଶାଖୀ ପ୍ରଭାବରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିଲା । ତେବେ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବଦଳିଛି ପାଗର ମିଜାଜ୍ । ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢେ ୮ ସୁଦ୍ଧା ପାରା ୩୧ ଡିଗ୍ରୀ ଅତିକ୍ରମ କରିସାରିଥିଲା । ଦିନ ୧୧ଟା ୩୦ ବେଳକୁ ୩୭.୨ ଡିଗ୍ରୀ ଓ ୨ଟା ୩୦ ସୁଦ୍ଧା ୩୯ ଡିଗ୍ରୀ ଛୁଇଁଥିଲା । ତେବେ ଆଜି ରେକର୍ଡ ତାତି ଅନୁଭୂତ ହୋଇଛି ଝାରସୁଗୁଡ଼ା ଓ ବାରିପଦାରେ
ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?
ରାସ୍ତାରେ ଯାଉଯାଉ ଓଲଟି ପଡ଼ିଲା ଅଙ୍ଗୁର ବୋଝେଇ ଟ୍ରକ
ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ସମୀକ୍ଷା ।
ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ଲାଗି ୪୦ ଡିଗ୍ରୀ ଟପିଲା ପାରା । ଆଜି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ବି ପାରା ୪୦ ଛୁଇଁଛି । ରାଜଧାନୀ ଭୁବନେଶ୍ୱର ଓ ସମ୍ବଲପୁରରେ ମଧ୍ୟ ଏହା ପାଖାପାଖି ରହିଛି ତାପମାତ୍ରା । ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଚଣ୍ଡ ଖରାକୁ ଦେଖି ସତର୍କ ରହିବାକୁ କୁହାଯାଇଛି ।
ନିଜେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ୍ ମିଡିଆରେ ଦେଇଛି ଏ ସୂଚନା। ତେବେ ବଡ଼ କଥା। ହେଲା ଯେଉଁ ଜିଲ୍ଲାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ବାସ୍ତବରେ କଣ ସେ ଜିଲ୍ଲା ବିକାଶର ଶିଖର ଛୁଇଁଛି ? ଭାତ ହାଣ୍ଡିରୁ ଗୋଟିଏ ଚିପିଲା ନ୍ୟାୟରେ ଏବେ ଜାଣିବା ଦିଗପହଣ୍ଡି କଥା। ଯେଉଁଠୁ ଦୀର୍ଘ ୨୩ ବର୍ଷ ହେଲା ପ୍ରତିନିଧିତ୍ୱ କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଘାଟିଆମ୍ବ ଗାଁ। ଜଙ୍ଗଲ, ପାହାଡ଼ ଘେରା ଏ ଗାଁକୁ ଯିବାକୁ ରାସ୍ତା ନୁହେଁ ତ ମରଣଯନ୍ତାଟିଏ ଲମ୍ବିଛି।
ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ସରକାରୀ କର୍ମଚାରୀଙ୍କ ଛାତି ଏବେ ଧଡ଼ଧଡ଼ । ଡାକ ବିଭାଗରୁ ଶିକ୍ଷା ବିଭାଗ ଯାଏଁ ଲମ୍ବିଥିବା ନକଲି ଭୂତକୁ ଛଡ଼ାଇବା ପାଇଁ ପଣ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧ । ବିଜେଡିର 'ଓଡ଼ିଶା ମୋ ପରିବାର'ର ସରକାରୀକରଣ ଅଭିଯୋଗ । ଉପଦେଷ୍ଟା ପରିଷଦରେ ବିଜେଡି ନେତାଙ୍କୁ ଥଇଥାନ ଯୋଜନା । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ ଗଠନ ହେବାକୁ ଯାଉଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ସେମାନଙ୍କ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବ ଏହି ନିର୍ଦ୍ଦେଶାଳୟ । ଶିକ୍ଷା, ଗବେଷଣା, ଶିଳ୍ପୋଦ୍ୟୋଗ ଆଦି କ୍ଷେତ୍ରରେ ଏହି ଡିରେକ୍ଟୋରେଟ୍ ସହାୟକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିବ ପରାମର୍ଶଦାତା ପରିଷଦ
ଦେହ ଭିନ୍ନକ୍ଷମ, ମନ ସକ୍ଷମ..ପୋଲି ଓ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବେ ଭଦ୍ରକର ମଧୁସ୍ମିତା..
ଆମେରିକା ସେନା ଓ ନାଟୋ ସଂଗଠନରେ ୨୦ ବର୍ଷ କାମ କରି ଗାଁକୁ ଫେରିଲେ କେନ୍ଦ୍ରାପଡ଼ାର ରଶ୍ମୀକାନ୍ତ ବେହେରା । ବଖାଣିଲେ ଆଖି ସାମ୍ନାରେ ଦେଖିଥିବା ଯୁଦ୍ଧର ଛାତିଥର କାହାଣୀ..
ଭୟରେ ଗାଁ ଛାଡୁଛନ୍ତି ଲୋକେ । ଖାଲି ହୋଇଯାଉଛି ମାଆକୋଳ..ବିବାହର କିଛିମାସ ମଧ୍ୟରେ ସ୍ତ୍ରୀ ମଥାରୁ ଲିଭିଯାଉଛି ସିନ୍ଦୁର । ପିଣ୍ଡଦାନ କରିବାକୁ ବଂଶରୁ ବଞ୍ଚୁନାହାନ୍ତି କେହି
ଆମେ ଆମର ଚାକିରି କରିଛୁ ତମେ କାଇଁ ଆସି ପଚାରୁଛ କହିଲେଣି ଦିଦି...ଏବେ ଦୁନିଆଟା ଡୁପ୍ଲିକେଟ୍ ।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି।
ଦେଶରେ ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଖୁସିର କଥା ଓଡ଼ିଶା ଆସୁଥିବା ଇଷ୍ଟର୍ଣ୍ଣ ଘାଟରେ ମଧ୍ୟ ବାଘ ସଂଖ୍ୟା ବୃଦ୍ଧି ପାଇଛି ।
ଅସାଢୁପଡ଼ାର ଅନେକ ଲୋକ ଏବେ ଏହି ରୋଗ କବଳରେ । ଫୁଲା ଫୁଲା ମୁହଁ, ରୋଗୀଣା ଚେହେରା । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହେବା ପରେ ଏବେ ଚାଲିଛି ଚିକିତ୍ସା ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା, ବାଧକ ସାଜିଛି ଅର୍ଥ।
ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ । ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।...
ରତ୍ନ ଭଣ୍ଡାରକୁ କିଏ କଣ ସହଜରେ ଖୋଲିଦିଏ? ତୁମର ହୋଇଥିଲେ ତୁମେ କଣ ସହଜରେ ଖୋଲି ଦେବ କି?
ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର । ଏଣିକି କ୍ଲାସରୁମ୍ରେ ଲାଗିବନି କଳାପଟା । ସାଙ୍ଗ ହୋଇ ଗ୍ରୁପରେ ପାଠ ପଢିବେ ପିଲାଏ । ଜାଣନ୍ତୁ ଏମିତି ନିୟମ କେବେଠୁ ହେବ ଲାଗୁ
ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା