• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

News Fuse
ଆଲୋ ଇଏ କାହାକୁ ଧୂଆଁ ଦେଉଛନ୍ତି ବା..

ହଇରେ ନାରଣ.. ! ଏଠି ପୂରା ଧୂଆଁମୟ.. ମଶାରୀ ଭିତରେ ଚିହ୍ନା ମୁହଁ..

  • Wednesday, 21 December 2022
Archana Nag
ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?

ଇଡିକୁ ମିଳିଛି ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ଏହା ମଧ୍ୟରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ । ପଚରାଉଚରା ବେଳେ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଡିଜିଟାଲ ଏଭିଡେନ୍ସ ତଥ୍ୟ ମାଗିଥିଲା ଏନ୍‌ଫୋର୍ସମେଣ୍ଟ ଡିରେୋକ୍ଟରେଟ୍ । ଏପରିକି ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ କୋର୍ଟଙ୍କୁ ଜଣାଇଥିଲା ଇଡି । ତଥାପି ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା ।

  • Tuesday, 20 December 2022
Farmers Problem
ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ସାରା ରାଜ୍ୟରେ ପନିପରିବାର ଅଭାବୀ ବିକ୍ରି । ଖର୍ଚ୍ଚ ଅଧିକ ଲାଭ ଶୂନ । ଦୁଃସ୍ଥିତିରେ ରାଜ୍ୟରେ ପରିବା ଚାଷୀ । ବର୍ଷକର ହାଡ଼ଭଙ୍ଗା ପରିଶ୍ରମ ପରେ ଆଖି ଆଗରେ ଛନ୍ ଛନକା ତଟକା କୋବି । ହେଲେ ଏବେ ତାକୁ ଅମଳ କରିବ କଣ ହାତ ମାରିବାକୁ ବି ଡରୁଛି । କାହିଁକି ନା ସାର, ବିହନ, ଶ୍ରମ କଥା ଛାଡନ୍ତୁ, ଅମଳ କରି ଯେଉଁ ଗାଡିରେ ମାର୍କେଟ ନେବ ସେ ଭଡା ବି ପାଇବନି ।

  • Tuesday, 20 December 2022
Govinda Sahu
ଗୋବିନ୍ଦ ସାହୁ ମୃତ୍ୟ ମାମଲା, ପତ୍ନୀ କହିଲେ ଆତ୍ମହତ୍ୟା ନୁହେଁ ପ୍ରି-ପ୍ଲାନ୍‌ଡ ମର୍ଡର

ଗୋବିନ୍ଦ ସାହୁର ସୁଇସାଇଡ୍ । କଣ୍ଟାବାଞ୍ଜି ଜେଲ୍ ପରିସରରେ ଆତ୍ମହତ୍ୟା । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ଇଏ ସେହି ଗୋବିନ୍ଦ ସାହୁ, ଯିଏ ଆଜି କଣ୍ଟାବାଞ୍ଜି ଜେଲ୍ ପରିସରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଜୀବନ ହାରିଛି । ସମୟ ସକାଳ ୯ରୁ ସାଢ଼େ ୯ଟା । ଗୋବିନ୍ଦକୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ସ୍ଥାନୀୟ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିଲେ

  • Tuesday, 20 December 2022
Govinda Sahu
ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ ନେତାଙ୍କୁ ଖସାଇବାକୁ ହୋଇଛି ହତ୍ୟା

ରାଜ୍ୟ ରାଜନୀତିରେ ଗୋବିନ୍ଦ ଭୂକମ୍ପ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜକ ମୃତ୍ୟୁ ପରେ ଅକଳରେ ବିଜେଡି । ମମିତା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ସରକାରୀ ଦଳକୁ ସିଧା ନିଶାନା କରିଛନ୍ତି ବିରୋଧୀ ।

  • Tuesday, 20 December 2022
Hockey World Cup
ବିଶ୍ୱକପ୍‌ ଆୟୋଜନ ପଛରେ ବିରୋଧୀ ବାରିଲେ ରାଜନୀତିର ଗନ୍ଧ, ଭାରତ ମ୍ୟାଚ୍‌ର ଟିକଟ୍ ନପାଇ କ୍ଷୁବ୍ଧ ଫ୍ୟାନ

ସାରା ରାଜ୍ୟରେ ଧିରେ ଧିରେ ଚଢୁଛି ହକି ଫିଭର୍ । ସଜେଇ ହେଉଛି ରାଜଧାନୀ । ଗାଁ ଗାଁରେ ଲାଗିଲାଣି ବିଶ୍ୱକପ୍ ହକି ପୋଷ୍ଟର ଆଉ ପୋଷ୍ଟରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ନବୀନଙ୍କ ଫଟୋ ସହ ଟ୍ରଫି ଓ ମାସ୍କଟ ଓଲିର ଫଟୋ ବି ବିଭିନ୍ନ ସ୍ଥାନରେ ଛାଇ ଗଲାଣି । ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ରଖାଯାଇଛି ଗ୍ରାଣ୍ଡ ଓପନିଂ ସେରିମନି । ଏଠାକୁ ବଲିଉଡ୍ ଷ୍ଟାର ରଣବୀର ସିଂ, ଅଭିନେତ୍ରୀ ଦିଶା ପଟାନୀ, ସଂଗୀତକାର ପ୍ରୀତମ ଆସିବେ ବୋଲି ଚର୍ଚ୍ଚା ହେଉଛି ।

  • Tuesday, 20 December 2022
anganwadi centre
ଘର ବାରଣ୍ଡାରେ ଦେଶର ଭବିଷ୍ୟତ

ବହି ଖାତା ଧରି ବସିଛନ୍ତି ପିଲା.. ପାଠ ପଢାଉଛନ୍ତି ଅଙ୍ଗନବାଡ଼ି ସହାୟିକା.. ୧୦ ବର୍ଷ ହେଲା ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା..

  • Tuesday, 20 December 2022
Bride hugs boyfriend
ବର ଦେଖୁଥାଏ . . . ଯୁବକଙ୍କୁ କୁଣ୍ଢେଇ କାନ୍ଦିଲେ କନିଆ..

ବାହାଘରରେ ହେଇଗଲା ଡ୍ରାମାଭୋଲଟେଜ୍‌ ଡ୍ରାମା ..ବର ଦେଖୁଥାଏ.. ଯୁବକଙ୍କୁ କୁଣ୍ଢେଇ କାନ୍ଦିଲେ କନିଆ..

  • Tuesday, 20 December 2022
special story
ସୁବ୍ରତଙ୍କ ବାଲକୋନି ଏବେ ଘର ଚଟିଆଙ୍କ ଠିକଣା

ଏଠି ଭୋକ ଲାଗିଲେ ଖାଇବା ଅଛି.. ଶୋଷ ଲାଗିଲେ ପାଣି ବି ଅଛି.. ଆଉ ବିଶ୍ରାମ ନେବାକୁ କୋରଡ଼ ଭଳି ସୁରକ୍ଷିତ ସ୍ଥାନ ବି ଅଛି.. ସୁବ୍ରତଙ୍କ ଘର ଏବେ ଘର ଚଟିଆଙ୍କ ଠିକଣା.

  • Tuesday, 20 December 2022
Special Story
୫ ବର୍ଷ ପରେ ଦେହରୁ ବାହାରିଲା ବୁଲେଟ୍

ଅପରେସନ ଜରିଆରେ ପେରୁ ଗୋଟିଏ ଗୁଳି ସିନା ବାହାର କରିଦେଲେ, ହେଲେ ଅଜାଣତରେ ରହିଯାଇଥିଲା ଆଉ ଏକ ବୁଲେଟ୍..

  • Tuesday, 20 December 2022
Amrit Kidnapped
କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

୫ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାନ୍‌ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ । ଖୋଜିଥିଲା ଡଗ୍ ସ୍କ୍ୱାର୍ଡ । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗୟ । ଶେଷରେ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି ନୟାଗଡ଼ ଓଡ଼ଗାଁ ସ୍ଥିତ କୁରାଳ ନେଳିଆ ସାହିର ସେହି ୧୨ ବର୍ଷିୟ ପୁଅ ଅମ୍ରିତ ପାତ୍ର ।

  • Monday, 19 December 2022
Sambalpur  Court
ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ସମ୍ବଲପୁର କୋର୍ଟକୁ ଆସୁ ନାହାନ୍ତି ଓକିଲ, ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା । ଜାମିନ ନପାଇ ଜେଲ ଭିତରେ ଏକାଧିକ ଆଇନଜୀବୀ, ଏପଟେ ମାମଲା ପରିଚାଳନା ପାଇଁ ଓକିଲ ପାଉ ନାହାନ୍ତି ମହକିଲ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଓ ବିଚାରପତିଙ୍କ ଚାମ୍ବର ଭଙ୍ଗାରୁଜା ଘଟଣା ପରେ ଏଯାଏଁ ସ୍ୱାଭାବିକ ହୋଇପାରୁନି କୋର୍ଟ କାର୍ଯ୍ୟ ।

  • Monday, 19 December 2022
2024 General Election
୨୦୨୪ ର ମଡେଲ୍‌ ପଲିଟିକ୍ସ: ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର

ଧାମନଗରରେ ବିଜେପି ମାରିଲା ବାଜି । ପଦ୍ମପୁରରେ ବିଜେଡିର ବୃହତ ବିଜୟ । ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍‌ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ । ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର ମଡେଲ୍‌କୁ ନେଇ ମୁହାଁମୁହିଁ ଦୁଇ ଦଳ ।

  • Monday, 19 December 2022
Hockey World Cup
ମିଳୁନି ଟିକେଟ୍‌...ହକି ବିଶ୍ୱକପ୍‌ କେମିତି ଦେଖିବେ ଦର୍ଶକ?

ୱାଲ୍ଡକପ୍‌ ହକିର ଇଏ କେମିତିକା ବ୍ୟବସ୍ଥା? ଗୁପଚୁପ ଭଳି ଏମାନେ ଟିକେଟ୍‌ କରୁଛନ୍ତି...ହକି ଟିକେଟ୍‌ କିଣାକୁ ନେଇ ଏମିତି ଅସନ୍ତୋଷ ଝାଡିଲେ ଖେଳପ୍ରେମୀ

  • Monday, 19 December 2022
Lionel Messi
ପଞ୍ଚମ ପ୍ରୟାସରେ ପୁରା ହେଲା ମ୍ୟାଜିସିଆନ୍ ମେସିଙ୍କ ସ୍ୱପ୍ନ

ଫ୍ୟାନ୍ସଙ୍କ ଠାରୁ ନେଇ ଫୁଟବଲ୍ କିମ୍ବଦନ୍ତୀଙ୍କ ଯାଏଁ, ଗତକାଲି ଫିଫା ଫିନାଲେକୁ ଫୁଟବଲ ଇତିହାସର ସର୍ବଶ୍ରେଷ୍ଠ ମ୍ୟାଚ୍ ବୋଲି କହୁଛନ୍ତି । କାରଣ କାଲିର ମ୍ୟାଚ୍ କେତେବେଳେ କନ୍ଦାଉଥିଲା ତ କେବେ କରୁଥିଲା ଖୁସି । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି ।

  • Monday, 19 December 2022
Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ଟ୍ରାକ୍ଟର ବିଦାରୁଛି ଫଳନ୍ତି କୋବି କିଆରିକୁ । ଟ୍ରାକ୍ଟର ବିଦାରୁଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆମ ବ୍ୟବସ୍ଥାକୁ । ଛନଛନିଆ ବନ୍ଧା କୋବି କ୍ଷେତକୁ ନୁହେଁ ବରଂ ଟ୍ରାକ୍ଟର ଦଳି ମକଚୁଛି ନିରୀହ ଚାଷୀର ହାଡ଼ଭଙ୍ଗା ପରିଶ୍ରମକୁ ଓ ବର୍ଷକର ଦାନାପାଣିକୁ । ଏଭଳି କିଛି ବୁକୁ ଫଟା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗଂଜିଆଟିକ୍ରା ଗାଁରେ ।

  • Monday, 19 December 2022
The chef is studying in school
୨ ବର୍ଷ ହେଲା ଦିଦି ନାହାନ୍ତି, ରୋଷେୟା ପଢାଉଛନ୍ତି ପାଠ

୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି ପିଲା

  • Monday, 19 December 2022
councillor visits door to door
ନେତା ହେବ ତ ଏମିତି...ଲୋକଙ୍କ ସେବା କରୁ କରୁ ପାଲଟିଗଲେ ଭଗବାନ

ୟାଙ୍କୁ କୁହାଯାଏ ନେତା। ୩୦ ବର୍ଷ ହେଲାଣି ନିସ୍ୱାର୍ଥପର ଭାବରେ କରୁଛନ୍ତି ସେବା...ସକାଳ ହେବା ମାତ୍ରେ କାହାକୁ ଅକ୍ସଜେନ ଦରକାର ତ ଆଉ କାହାକୁ ଇଞ୍ଜେକସନ। ଘରକୁ ଘର ବୁଲି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି କାଉନସିଲର ବିଜୟ ଭାଇ

  • Monday, 19 December 2022
News Fuse
ବେଲୁନ ଭିତରେ ଦାମ ବାବୁ

ଆଲୋ ଆଲୋ...ବେଲୁନ ଭିତରେ କଣ ପଶିଲେଣି ଦାମବାବୁ? ଏଡେ ବଡ ନେତା, ଜନ୍ମଦିନରେ ଏଇ ଛୋଟିଆ କେକ୍‌? ନାରଣ ତୁ ବେଜତ କରିଦେବୁ...

  • Monday, 19 December 2022
battles against cance
ଦୁର୍ଯ୍ୟୋଧନଙ୍କୁ କ୍ୟାନସର, ପରିବାର ଉପରେ ପାହାଡ଼ ବୋଝ

ସବୁ କିଛି ଠିକ ଚାଲିଥିଲା। ତେଲ ଲୁଣର ସଂସାର ରଥକୁ ଆଗକୁ ନେଉଥିଲେ ରାଜମିସ୍ତ୍ରୀ ଦୁର୍ଯ୍ୟୋଧନ । ଦଇବ କିନ୍ତୁ ସୁଖ ସହିପାରିଲା ନାହିଁ, କ୍ୟାନସର ସହ ଲଢୁଛନ୍ତି ଦୁର୍ଯ୍ୟୋଧନ

  • Sunday, 18 December 2022
Sandha nacha
ପ୍ରଶ୍ନ ପଚାରିବେ ଆପଣ, ଉତ୍ତର ଦେବ ଷଣ୍ଢ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଆପଣ ପଚାରିବେ ପ୍ରଶ୍ନ, ସବୁ ପ୍ରଶ୍ନର ଉତ୍ତର ଦେବ ଏଇ ଷଣ୍ଢ...ବିଶ୍ୱାସ ନହେଲେ ଦେଖନ୍ତୁ ଏହି ଭିଡିଓ.

  • Sunday, 18 December 2022
 luxurious Maharaja train
ଏଇ ଟ୍ରେନ ଟିକେଟ୍‌ର ଦାମ ୧୯ ଲକ୍ଷ...

ପକେଟ୍‌ ମନି ସାଥ୍‌ ଦେଲେ ଏଇ ଟ୍ରେନରେ ଯାତ୍ରା ପାଇଁ କରନ୍ତୁ ଟିକେଟ୍‌। ୧୯ ଲକ୍ଷର ଟିକେଟ୍‌ କଲେ ୭ ଦିନ ୭ ରାତି ବୁଲିବେ ଏଇ ସବୁ ଜାଗା...ମିଳିବ ସୁନା ଥାଳିରେ ଖାଇବା...

  • Sunday, 18 December 2022
News Fuse
ମଞ୍ଚ ଉପରେ ନେତାଙ୍କୁ ଅଣ୍ଡାମାଡ଼ ହେଲା ଏମିତି

ଭାଇ, ଆଉ ବିରୋଧ କେଉଁଠି ଦେଖିବେ କି? ଶୂନ୍ୟରୁ କିଛି ପଡ଼ିଲାକି, ହେଇ ଦିଅଁଙ୍କ ଫଟୋ ପାଖରେ ଅଣ୍ଡା ମାଡ଼ କରୁଛ....ଧରମ ସହିବ ତ!

  • Sunday, 18 December 2022
Bar Council of India regularizes suspended advocates in Sambalpur court
କେବେ ସ୍ୱାଭାବିକ ହେବ ସମ୍ବଲପୁର କୋର୍ଟ କାର୍ଯ୍ୟ ?

ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ। ୫୪ ଜଣଙ୍କୁ ଛାଡ଼ି ଅନ୍ୟ ଓକିଲଙ୍କ ଉପରୁ ପ୍ରତ୍ୟାହୃତ ହେଲା ଲାଇସେନ୍ସ। ନିଲମ୍ବନ କଟକଣା ବାର୍ କାଇନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ସାନି ନିର୍ଦ୍ଦେଶନାମା। ଯେଉଁଥିରେ ଦର୍ଶାଯାଇଛି ଯେ ୧୨ ତାରିଖରେ ସମ୍ବଲପୁର ବାର୍ ଆସୋସିଏସନ୍‌ର ସବୁ ସଦସ୍ୟଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ହଟାଇ ଦିଆଯାଇଛି। ହେଲେ ତିନିଟି ପର୍ଯ୍ୟାୟ ଯଥା, ୧୨(୨୯), ୧୩(୧୪) ଓ ୧୬(୧୧) ତାରିଖରେ ଆନ୍ଦୋଳନକାରୀ ଯେଉଁ ନିର୍ଦ୍ଦିଷ୍ଟ ୫୪ ଆଇନଜୀବୀଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଥିଲା, ତାହା ବଳବତ୍ତର ରହିବ।

  • Saturday, 17 December 2022
bjp, bjd,
ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପିର ନନଷ୍ଟପ୍ ଲଢ଼େଇ : ୨୪ ଭୋଟ୍ ପୂର୍ବରୁ ଷ୍ଟ୍ରାଟେଜି ପ୍ରସ୍ତୁତ

୨୪ ନିର୍ବାଚନ ପୂର୍ବରୁ ହେବ ନିର୍ଣ୍ଣାୟକ ଆନ୍ଦୋଳନ । ବିଜେଡି ସରକାରକୁ କ୍ଷମତାରୁ ହଟାଇବା ଲାଗି ହେବ ବଡ଼ ଲଢ଼େଇ । ଆଉ ଏ ଲକ୍ଷ୍ୟରେ ଆଜି ରାଜ୍ୟ ବିଜେପିରେ ହୋଇଛି ବଡ଼ ଧରଣର କସରତ । ଧାମନଗର ଓ ପଦ୍ମପୁର ଉପନିର୍ବାଚନର ଅଭିଜ୍ଞତା ଆଧାରରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତ ହୋଇଛି ଷ୍ଟ୍ରାଟେଜି । ରାଜ୍ୟ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଳର ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଓ କୋର୍ ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ଼ି. ପୁରେନ୍ଦେଶ୍ୱରୀ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବୈଠକରେ ପ୍ରଥମେ ଧାମନଗର ବିଜୟ ଓ ପଦ୍ମପୁର ପରାଜୟର ସମୀକ୍ଷା ହୋଇଥିଲା ।

  • Saturday, 17 December 2022