President Droupadi Murmu takes sortie on Sukhoi 30 MKI aircraft at Tezpur air force station, Assam.
ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି । ଭାରତୀୟ ବାୟୁସେନାର ଫାଇଟର୍ ଜେଟ୍ ସୁଖୋଇ-୩୦ରେ ଆସାମ ତେଜପୁର ଏୟାରଫୋର୍ସ ବେସରୁ ଆଜି ଉଡ଼ାଣ ଭରି ଅନୁଭୂତି ସାଉଁଟିବା ସହ କ୍ଷମତା ପରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହ ପଡ଼ୋଶୀ ଶତ୍ରୁରାଷ୍ଟ୍ର ଚୀନ୍କୁ ପରୋକ୍ଷରେ ଭାରତର ତାକତ୍ ଦେଖାଇଛନ୍ତି ତିନି ସେନାର ସୁପ୍ରିମ କମାଣ୍ଡର ।
Advertisment
ସୁଖୋଇରେ ଉଡ଼ିଲେ ସୁପ୍ରିମ୍ କମାଣ୍ଡର । ଶତ୍ରୁ ରାଷ୍ଟ୍ରକୁ ଶକ୍ତି ଦେଖାଇଲେ ରାଷ୍ଟ୍ରପତି । ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ତେଜପୁର ବାୟୁ ସେନା ଷ୍ଟେସନରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ପ୍ରଥମେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)