ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି। ହେଲେ ଅର୍ଚ୍ଚନା ତଦନ୍ତରେ କରୁନି ସହଯୋଗ...ସତ ସାମ୍ନାକୁ ଆସିବ କେମିତି?
ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା? ଗମାତ କରୁ କରୁ ବେକରେ କେମିତି ଗଳିଗଲା ଜାଭେଲିନ୍?
କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନାରେ ମାସିକ ୧୨ ଶହ ଟଙ୍କା ପାଇବା ପାଇଁ ରାଜ୍ୟରେ ମୋଟ୍ ୫୦ ହଜାର କଳାକାର ଏହି ଭତ୍ତା ପାଇବାକୁ ଥିବା ବେଳେ ଚୟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ କଳାକାର
ଆଉ ଆମେ ଘର କୋଣରେ ବସୁନୁ.. ସାନିଟାରୀ ପ୍ୟାଡ୍ ତିଆରି କରି ଟଙ୍କା ରୋଜଗାର କରୁଛୁ.. ସ୍ୱାମୀଙ୍କ ଭଳି ଆମେ ବି ଘର ଖର୍ଚ୍ଚ ଉଠାଉଛୁ..,
ବାହାର ଚକାଚକ୍.. ଭିତର ଫମ୍ପା.. ୟାକୁ କଣ କୁହନ୍ତି ସ୍ମାଟ୍ ସ୍କୁଲ୍ !
ଯାହା ସଞ୍ଚିଥିଲେ ସବୁ ଝିଅ-ଜ୍ୱାଇଁଙ୍କୁ ଦେଇଦେଲେ। ଭାବିଥିଲେ ବୁଢା କାଳରେ ଆରାମରେ ଚଳିବେ ବୋଲି...ଟଙ୍କା ସମ୍ପତ୍ତି ନେବା ପରେ ଘରୁ ବାହାର କରିଦେଲେ ଝିଅ ଜ୍ୱାଇଁ। ଏବେ ଖାଇବାକୁ ଏମିତି କାନ୍ଦିକାନ୍ଦି ଦାଣ୍ଡରେ ବୁଲୁଛନ୍ତି ବୁଢା ବାପା
କାହା ପାଇଁ ଲକ୍ଷେ ଟଙ୍କା କିଛି ନୁହଁ.. ହେଲେ ଭିକ ମାଗି ଚଳୁଥିବା ମଣିଷ ପାଇଁ ଲକ୍ଷେ ଟଙ୍କା ସାତ ସ୍ୱପ୍ନ.. ଟଙ୍କେ ଟଙ୍କେ କରି ସଞ୍ଚିଥିଲେ ସବୁ ଜଗାକୁ ଦେଇଦେଲେ..
ବାଲିଯାତ୍ରାରେ ହୋଇଛି ସାଙ୍ଘାତିକ ଦୁର୍ନୀତି। ବିନା ଟେଣ୍ଡରରେ ବିଜେଡି କର୍ପୋରେଟରଙ୍କ ସଂପର୍କୀୟଙ୍କୁ ଲକ୍ଷଲକ୍ଷ ଟଙ୍କାର କାମ
ଓଃ କି ମଶା? ଯୋଉଠି ବସିଲେ ବି ରଖେଇ ଦେଉନାହାନ୍ତି...ଗୋଡେଇ ଗୋଡେଇ ଦଂଶୁଛନ୍ତି
ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ
ହକି ବିଶ୍ୱକପ୍ ପାଇଁ ଧକଧକ କଲାଣି ରାଉରକେଲାର ଛାତି। ସମସ୍ତଙ୍କୁ ସ୍ୱାଗତ କରିବାକୁ ପୂରା ପ୍ରସ୍ତୁତ ହେଲାଣି ହକିର ଏନ୍ତୁଡିଶାଳ
ସମ୍ବଲପୁର କୋର୍ଟ ଚାରିପଟେ ପୋଲିସ୍ ଛାଉଁଣୀ। ତାରି ଭିତରେ କୋର୍ଟକୁ ବିଚାରପତି ଯାଉଛନ୍ତି। ଦୂରଦୂରାନ୍ତରୁ ମହକିଲ ଆସୁଛନ୍ତି। ହେଲେ ନିଜ ନିଜ ଓକିଲଙ୍କୁ ଭେଟି ନପାରି କେବଳ କୋର୍ଟ ପରିସରରେ ଥିବା ହେଲ୍ପ ଡେସ୍କରୁ ତାରିଖ ନେଇ ଫେରୁଛନ୍ତି। ଏଇ ଯେମିତି ସମ୍ବଲପୁର କତରବଗା ତରୁଣ୍ଡି ମହୁଲର କେଶବ ଚିକୁ ବାରିକ। ୨୦୧୮ରେ ତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ଆଜି ତାରିଖରେ ତାଙ୍କୁ ହାଜର ହୋଇ ତଥ୍ୟ ପ୍ରମାଣ ରଖିବାକୁ କୋର୍ଟରୁ ସମନ ଥିଲା ହେଲେ ଓକିଲ ନଥିବାରୁ ଆର ମାସ ଏଇ ତାରିଖରେ ପୁଣି ହାଜର ପାଇଁ ତାଙ୍କୁ ସମୟ ଦିଆଯାଇଛି।
ଶନି ୨୪ ପାଇଁ ବିଜେପିର ପାଗଭିଡ଼ା। ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ୨୦୨୪ ପାଇଁ କେତେ ଆଗେଇଛି ପ୍ରସ୍ତୁତି, ରାଜ୍ୟ ନେତାଙ୍କଠୁ ହିସାବ ନେବେ, ଦଳକୁ କିଭଳି ଆହୁରି ମଜଭୁତ କରିହେବ ସେନେଇ ମନ୍ତ୍ର ଦେବେ ବଂଶଲ। ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ମୋ ବୁଥ୍, ସବୁଠୁ ମଜଭୁତ କାର୍ଯ୍ୟକ୍ରମ କିଭଳି ଆଗକୁ ବଢିବ ତାର ଉପାୟ ବତାଇବେ। ଧାମନଗର ଓ ପଦ୍ମପୁର ଫଳାଫଳକୁ ନେଇ ବି ସମୀକ୍ଷା କରାଯିବ। କାଲି ଦୁଇଟି ପର୍ଯ୍ୟାୟରେ ବୈଠକ ହେବ।
ଅଧ ରାତିରେ ଠକ୍ଠକ୍ ହେଲା କବାଟ। ସ୍ୱାମୀ ଭାବି ଖୋଲିଦେଲେ କବାଟ... ସାମ୍ନାରେ ଥିଲେ ମୁଖାପିନ୍ଧା ୩ ଦୁର୍ବୃତ୍ତ। ଚାହୁଁ ଚାହୁଁ ଘରେ ପଶିଗଲେ, ଆଉ ତା’ପରେ ଯାହା ହେଲା...
ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଦିଦି। ସତ ଜଣାପଡିବା ପରେ ଘର ଲୋକ ବାରଣ କଲେ, ହେଲେ ଦିଦି କିଛି ଶୁଣିଲେନି। ପ୍ରେମ ଏମିତି ବାୟା କଲା ଯେ ଛାତ୍ରଙ୍କ ସହ ଫେରାର ମାରିଲେ
ଝିଅ ହେବ ତ ଏମିତି। ବାପା-ମାଆ ଦୁହେଁ ଦିବ୍ୟାଙ୍ଗ, ଗୋଟିଏ ମିନିଟ୍ ବି ସେବାରୁ ନିବୃତ୍ତ ହେଉନି କୁନି ଝିଅ। ବଜାର ଘାଟ ସବୁଆଡେ ନେଉଛି, ପ୍ଲେଟ ଧରି ଖୁଆଇ ଦେଉଛି। ଭାଇରାଲ ହେଉଛି ଭିଡିଓ
ଏଇ ମେଡିକାଲକୁ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ...କାରଣ ଚାହୁଁଚାହୁଁ ଗାଏବ ହୋଇଯାଉଛି ମୋବାଇଲ ଫୋନ୍
ପଦ୍ମପୁର ଭୋଟ୍ ଦେଖି ଆଉ କିଛି କହିବାକୁ ଚାହୁଁନାହାନ୍ତି ଭାଲୁ ଭାଇନା। ଇଏ ଆଉ ବସିପାରିବେନି ବେଶି ସମୟ, ଆଲୋ ଆଲୋ ଇଏ କଣ ମଂଚକୁ ଉଠିଗଲେ? ଆଜି ପଛରେ ପଡିବେ ମଡେଲ୍...
ଆଗୁଆ ସାଧାରଣ ନିର୍ବାଚନ ଚର୍ଚ୍ଚା ଭିତରେ ଦଳ, ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ଫର୍ମୁଲାରେ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ଅର୍ଥାତ ନେତାମାନଙ୍କୁ ପ୍ରତି ଘର ଓ ପ୍ରତି ଭୋଟରଙ୍କୁ ଛୁଇଁବା ପାଇଁ ଦିଆଯିବ ଦାୟିତ୍ୱ । ଆଜି ପଦ୍ମପୁର ଉପନିର୍ବାଚନ ସମୀକ୍ଷା ବେଳେ ଏହି ମଡେଲ୍ ଉପରେ ଜୋର୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ । କେବଳ ରାଜଧାନୀ ନୁହେଁ କଟକ ସହରର ବି ସମାନ ସ୍ଥିତି । ମଶାରୀ ବିନା ରହିବା ମୁସ୍କିଲ୍ ।
ବୋରିଗୁମ୍ମାରେ ଶିଶୁ ମଡକ। ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ
କୁହାଯାଏ, ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି । ପୋଲିସ ଚାକିରିରେ ଉପୁରିକୁ ଦେଖି ଏମିତି କଟାକ୍ଷ କରାଯାଇଥିବା ବେଳେ କିଛି ପୋଲିସ ଅଧିକାରୀ ବୋଧହୁଏ ଏହାକୁ ଠିକ୍ ପ୍ରମାଣିତ କରିଛନ୍ତି । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୬ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୪୫ ଜଣ ପୋଲିସ ଅଧିକାରୀ । ଆଜି ସଦ୍ୟ ଧରାପଡ଼ିଛନ୍ତି ଭୁବନେଶ୍ୱର ତମାଣ୍ଡୋ ଥାନାର ଏସ୍ଆଇ ଅଭିମନ୍ୟୁ ଚୌଧୁରୀ । ନିଜ ଚାକିରି କାଳରେ ସେ ଯେତେ ଦରମା ପାଇବା କଥା, ତାଠାରୁ ଢେର୍ ଗୁଣ ଅଧିକ ସଂପତ୍ତିର ଅଧିକାରୀ ଏହି ପୁଲିସ ବାବୁ ଜଣକ । ଆଶ୍ଚର୍ଯ୍ୟର କଥା ହେଲା-ତାଙ୍କ ଚାକିରି ସମୟର ୩୩ ବର୍ଷ କେବଳ ରାଜଧାନୀ ଓ ଏହାର ଆଖପାଖରେ ହିଁ କଟିଛି ।
ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନ୍ସୁରାନ୍ସକୁ ନା। BSKYକୁ ପ୍ରୋତ୍ସାହନ, ଭାରତ ଜନ ଆରୋଗ୍ୟ ଯୋଜନା ବେଳକୁ ଚୁପ୍। ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଡବଲ୍ ଷ୍ଟାଣ୍ଡାର୍ଡ ଖେଳୁଛନ୍ତି କି ରାଜ୍ୟ ସରକାର? ପ୍ରଧାନମନ୍ତ୍ରୀଙ୍କଠୁ ନେଇ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅନ୍ୟନ୍ୟ ମନ୍ତ୍ରୀଙ୍କ ବହୁବାର ଅନୁରୋଧ ସତ୍ତ୍ୱେ, ୪ ବର୍ଷ ହେଲା ଯୋଜନାରେ ସାମିଲ ହୋଇନାହାନ୍ତି ରାଜ୍ୟବାସୀ, ଯାହାକୁ ନେଇ ବିବାଦ ଉଠିଛି, ରାଜନୀତି ବି ଚାଲିଛି। ଏଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଭେଟିଛନ୍ତି।
ଲୋକେ କୁହନ୍ତି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ.. କିନ୍ତୁ ଏମାନଙ୍କ ପାଇଁ କାଉନସିଲର୍ ବିଜୟ ଭାଇ ହିଁ ଦ୍ୱିତୀୟ ଈଶ୍ୱର..