ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।
ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା
ଏହି ଖବରରେ ଆରାଧ୍ୟାଙ୍କ ଲାଇଫ୍ ଷ୍ଟାଇଲ୍ ଓ ସ୍ୱାସ୍ଥ୍ୟକୁ ନେଇ ଭୁଲ୍ ତଥ୍ୟ ଦିଆଯାଇଥିଲା। ଯାହାକୁ ନେଇ ବଚ୍ଚନ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ ।
ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ । ସମ୍ବଲପୁର ହିଂସାକୁ ନେଇ ଭିଏଚପିର ବନ୍ଦକୁ ବିଜେପିର ସମର୍ଥନ ଓ ପ୍ରତିବାଦରେ ବିଜେଡିର ଶାନ୍ତି ଶୋଭାଯାତ୍ରାକୁ ପରେ ଚର୍ଚ୍ଚା ଜୋର୍ । ଦୁଇ ଦଳ ଫୋକସରେ ହିନ୍ଦୁ ଭୋଟ୍, ହିଂସାକୁ ନେଇ ପୁଣି ମୁହାଁମୁହିଁ
ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।
ଉମେଶ ପାଲ୍ ହତ୍ୟାକାଣ୍ଡର ଜଣଙ୍କ ପରେ ଜଣେ ଅଭିଯୁକ୍ତ ୟୁପି ପୋଲିସର ଏନକାଉଣ୍ଟର ଭୟରେ ଗୋଟିଏ ପରେ ଗୋଟିଏ ରାଜ୍ୟର ସୀମାଡେଇଁ ଚକମା ଦେଉଛନ୍ତି, ଯେମିତି ଗୁଡ୍ଡୁ । ଆଉ ଶେଷ ଥର ପାଇଁ ଗୁଡ୍ଡୁର ଲୋକେସନ୍ ଥିଲା ପୁରୀ ।
ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା...କର୍ଫ୍ୟୁ କଷଣ ସାଙ୍ଗକୁ ୮ ଦିନ ଧରି ଇଣ୍ଟରନେଟ୍ ସେବା ବନ୍ଦରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ । ଜରୁରୀ ଆବଶ୍ୟକତା ପାଇଁ ପଡ଼ୋଶୀ ଜିଲ୍ଲାକୁ ଧାଉଁଛନ୍ତି ଲୋକେ
ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି । ୧୫ ପ୍ରତିଶତରେ ସୀମିତ ରଖିବାକୁ WHOର ପରାମର୍ଶ ସତ୍ତ୍ବେ ଘରୋଇ ହସ୍ପିଟାଲରେ ୭୦ ପ୍ରତିଶତ ଉପରେ ଅସ୍ତ୍ରୋପଚାର ପ୍ରସବ ହାରକୁ ନେଇ ଚିନ୍ତା । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ସିଜରିଆନ୍ ଅଡିଟକୁ ଜୋରଦାର କରାଯାଉଛି ।
ଶୁଣିଲାନି ପ୍ରଶାସନ, ଶୋଷ ମେଣ୍ଟାଇବା ପାଇଁ ଚାନ୍ଦା କରି ନିଜ ଖର୍ଚ୍ଚରେ କୂଅ ଖୋଳିଦେଲେ ଗାଁ ଲୋକେ...
ଭାରି କଷ୍ଟରେ ଭତ୍ତା ଆଣିବାକୁ ଯିବା ପାଇଁ ପଡ଼ୁଛି । ଦହଗଞ୍ଜ ହେଉଛନ୍ତି ହିତାଧିକାରୀ, ଘରେ ଯାଇ ଦେବାକୁ ଦାବି
ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ରାଜସ୍ୱ ବିଭାଗ ଅଧିନରେ ଥିବା ଡାକବଙ୍ଗଳା.. ଦିନେ ଏଇଠି ରହୁଥିଲେ ବ୍ରିଟିଶ, ହେଲା ଏବେ ପାଲଟିଲାଣି ଭୂତକୋଠି ।
ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁରେନ୍ଦ୍ର । ଜିଲ୍ଲାପାଳ ପ୍ରତିଶ୍ରୁତି ରକ୍ଷା କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଉ ଏହି ସହାୟତା ପାଇଁ ଜାତୀୟ ସ୍ତରରେ ୨୨ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ଵର୍ଣ ଜିତିଛନ୍ତି ଭଦ୍ରକ ଜିଲ୍ଲାର ଯୁବକ ସୁରେନ୍ଦ୍ର ଦାସ...
ସାଇବର ଫ୍ରଡର ଶିକାର ହୋଇଥିବା ଜାଣିଲେ, ତୁରନ୍ତ ଏହି କାମ ପ୍ରଥମେ କରନ୍ତୁ
ବରଗଡ଼ ରାସ୍ତା ଉପରେ ଚୌକି ପକେଇ ବସିଲେ । ଝାରସୁଗୁଡ଼ାରେ ମୋଟେ ଗାଡ଼ି ଛାଡ଼ିଲେନି । ଦେବଗଡ଼ରେ ଜଜ୍ଙ୍କୁ ଅଟକାଇଲେ । କୋରାପୁଟରେ ମଝି ରୋଡ୍ରେ ବାଇକ୍ ରଖି ପିକେଟିଂ । ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନର ଆଜି ଏମିତି ଥିଲା ଚିତ୍ର
ବିଶ୍ବସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ...ପ୍ରଚଣ୍ଡ ଖରାରେ ଛଟପଟ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ... ଡାକ୍ତର ଦେଖାଇବାକୁ ଆଉଟଡୋର ବାହାରେ କେମିତି ଆଉଟୁପାଉଟୁ ଶିଶୁଠୁ ବୃଦ୍ଧ, ଦେଖିବା ଯନ୍ତ୍ରଣାର ଦୟନୀୟ ଚିତ୍ର
ଗ୍ରାଉଣ୍ଡ୍ ଜିରୋରେ ଟ୍ରିବ୍ୟୁନାଲ୍ ଟିମ୍ । ପୁଣି ତେଜିଲା 'ମହାନଦୀ' ରାଜନୀତି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ଲାଗି, ପ୍ରଥମ ଥର ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଟ୍ରିବ୍ୟୁନାଲ୍ ଟିମ୍ । ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏହି ଟିମ୍ ପ୍ରଥମ ଦିନରେ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ବୁଲି ଦେଖିଛି । ତେଣେ ଏହି ପ୍ରସଙ୍ଗ ଟ୍ରିବ୍ୟୁନାଲକୁ ଯିବାର ନଥିଲା ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିବା ବେଳେ, ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟରେ ବି ରାଜନୀତି ତେଜିଛି ।
ମାଲକାନଗିରି ସୀମାନ୍ତ ଜଙ୍ଗଲରେ ସାଉଥ୍ ସୁପରଷ୍ଟାର ଆଲୁ ଅର୍ଜ୍ଜୁନ୍... ଚାଲିଛି ଚର୍ଚ୍ଚିତ ଫିଲ୍ମ ପୁଷ୍ପା-2ର ସୁଟିଂ, ଖୁବଶୀଘ୍ର ସ୍ବାଭିମାନ ଅଂଚଳକୁ ବି ଆସିବ ଟିମ୍...ସୋସିଆଲ ମିଡିଆରେ ଭାଇରାଲ ଅଲ୍ଲୁଙ୍କ ଫଟୋ ଓ ଭିଡିଓ
ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ନେଇ ହଇଚଇ । ଆଇନ ବିଭାଗରୁ ଦୁଇ ଦୁଇଟି ଫାଇଲ୍ ଗାଏବ ପରେ ଅକଳରେ ସରକାର । ପୁଣି ପଦାରେ ପଡ଼ିଲା ସରକାରଙ୍କ ଦାୟିତ୍ୱହୀନତା ଓ ଖାମଖିଆଲ ନୀତି । ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଥିଲା, ଆଉ ଏବେ ଆଇନ ବିଭାଗରୁ ହଜିଯାଇଛି ଶ୍ରୀମନ୍ଦିର ଫାଇଲ୍ । ଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ପାଉନି ଆଇନ ବିଭାଗ
ସ୍କୁଲରୁ ବିଜୁଳି ସଂଯୋଗ କାଟିଦେଲା ଆନ୍ଧ୍ର। ଏବେ ଅନ୍ଧାରରେ ୬୦ ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି…
ମାଟ୍ରିକ୍ ପରୀକ୍ଷା ଦେଇ ଖାତାକୁ ଘରକୁ ନେଇଗଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷିରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଜଣେ ଛାତ୍ରୀ ପରୀକ୍ଷା ସମୟରେ ନିଜର ଉତ୍ତର ଖାତା ଘରକୁ ନେଇଯାଇଥିବାର ସୂଚନା ମିଳିଛି
ସଂଘର୍ଷମୟ ଜୀବନରୁ ସଫଳତାର ସ୍ୱାଦ ଚାଖିଥିବା ମଣିଷଟେ ହେଉଛନ୍ତି ମିତାଞ୍ଜଳି ବିଷୋୟୀ.. ଆସନ୍ତୁ ଜାଣିବା ତାଙ୍କ କାହାଣୀ..
ପଙ୍କରୁ ପଦ୍ମ ଫୁଟିଲା ଭଳି ଜୟନ୍ତୀର ଜୀବନ.. ସବୁ କଷ୍ଟ ଦୁଃଖ ଭିତରେ ସେ ସୁନ୍ଦର କଣ୍ଠଟିଏ ପାଇଛି, ଅସହାୟତା ଭିତରେ ବି ସ୍ୱପ୍ନ ଦେଖୁଛି, ମାଆର ସ୍ନେହ ଖୋଜୁଥିବା ଏଇ କୁନି ଝିଅଟି ତା ଭାଇମାନଙ୍କ ପାଇଁ ଅଜାଣତରେ ମାଆ ସାଜିଯାଇଛି..
ଟୟଲେଟରେ ରହୁଛନ୍ତି ପଦ୍ମା ମାଉସୀ: ଅସହାୟ ପଦ୍ମା ମାଉସୀଙ୍କ ଏଭଳି ଅବସ୍ଥା ଦେଖିଲେ, ଗରିବ କଲ୍ୟାଣ ଯୋଜନା କାହାପାଇଁ ବୋଲି ମନରେ ପ୍ରଶ୍ନ ଉଙ୍କିମାରୁଛି.. ଆଉ ବ୍ୟବସ୍ଥାକୁ ଗାଳି ଦେବାକୁ ଇଚ୍ଛା ହେଉଛି.. ଆଜି ଯାଏ ପଦ୍ମା ନାଏକଙ୍କ ଉପରେ ପଞ୍ଚାୟତ ଏବଂ ବ୍ଲକ୍ କତୃପକ୍ଷଙ୍କ ନଜର କେମିତି ପଡିନି?
ଓଡ଼ିଶା ପଣାର ସ୍ୱାଦ ଅଲଗା..ପଣା ପିଇକି ପେଟ ଥଣ୍ଡା କଲେଣି ନେତା ଆଗକୁ ନିର୍ବାଚନ