ଚର୍ଚ୍ଚା ହେଉଛି ଏଣିକି ବିଜୁ ଓଡ଼ିଶା ବନାମ୍ ନବୀନ ଓଡ଼ିଶା ହେବ । ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ନବୀନ ଓଡ଼ିଶା ନାରା ବୋଲି କୁହାଯାଉଛି ।
ଗାଁର ଜନବସତି ଅଞ୍ଚଳରୁ ଅଧ କିଲୋମିଟର ଦୂରରେ ଥିବା ଏକ ଘରେ ଘଟିଥିଲା ଅଘଟଣ ।
ଏ ସ୍କୁଲ ଗୋପବନ୍ଧୁ ତିଆରି କରିଥିଲେ । ଭୂତକୋଠି ପାଲଟି ଗଲାଣି ସ୍କୁଲ । ପାଠ ପଢେଇବାକୁ ପଢିବାକୁ ଡରୁଛନ୍ତି ପିଲା ଆଉ ଶିକ୍ଷକ । ଛାତରୁ ଖସୁଛି ବଡ ବଡ ପ୍ଳାଷ୍ଟର୍ ।
କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?
କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?
ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।
ଗସ୍ତ ସମୟରେ ବିଜେଡି ନବୀନ ଓଡ଼ିଶାର ନାରା ଦେଇଥିବା ବେଳେ ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ବୋଲି ଅଭିଯୋଗ କରିଛନ୍ତି ।
ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବି ଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।
ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ ।
ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଶାନା ସାଧିଛନ୍ତି । କହିଛନ୍ତି ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି ।
ଏଠି ଆଖିରେ କପଡ଼ା ବାନ୍ଧି ଦେଇଛି ପ୍ରଶାସନ । ସରକାରୀ ଅଧିକାରୀଙ୍କ ନାକ ନିଶ ତଳେ ଲୁଟ୍ ହେଉଛି ଟନ୍ ଟନ୍ ବାଲି । ଦିନ ଦ୍ୱିପ୍ରହରରେ ଏ ପ୍ରହସନ କୁଆଡ଼େ ନ ଦେଖିବା ପାଇଁ ବାବୁମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହୁଥିବା ଅଭିଯୋଗ କରିଛନ୍ତି ସଚେତନ ନାଗରିକ…..
ପୁରୁଣା ଗାଡ଼ିକୁ ସ୍କ୍ରାପରେ ବିକ୍ରି ପାଇଁ ସରକାର ଆଣିଛନ୍ତି ନୂଆ ପଲିସି । ହେଲେ ଖତ ଖାଉଥିବା ଜବତ ଗାଡ଼ି ଗୁଡ଼ିକର କଣ ହେବ ଭାଗ୍ୟ?
2024 ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରାର ଆନନ୍ଦ ନେବେ । କାର୍ ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର୍ ହେବେନି…
ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।
ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା ।
ଓଟିଭି ଫୋରସାଇଟ କାର୍ଯ୍ୟକ୍ରମରେ ଅନୁଭୂତି ବଖାଣିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ପତ୍ନୀ ପଲ୍ଲବୀ ଯୋଶୀ...ମଂଚ ଉପରେ ଇନଷ୍ଟାଣ୍ଟ ଗୀତ କଂପୋଜ କରି ହୃଦୟ ଜିତିଲେ ଅନୁ ମଲ୍ଲିକ..
ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରୁଛନ୍ତି । ସରକାରୀ ପ୍ରକଳ୍ପର ଶୁଭାରମ୍ଭ ସହ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେବେ ନବୀନ । ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ୍ ୱେ'ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
ଚିନ୍ମୟୀଙ୍କ ଗଳାରେ କେମିତି ହେଲା ଏହି ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ । ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୋଲିସ ।
ପତିତଜନଙ୍କୁ ଉଦ୍ଧାରିବା ପାଇଁ...କାଳିଆ ସାଆନ୍ତଙ୍କ ଶରଣରେ ଦିବ୍ୟଶଙ୍କର । ସବୁ ସେହି କାଳିଆର ଇଚ୍ଛା...ମଲା ଗୋଟେ ମାସ ଅଜ୍ଞାତ ଅବସ୍ଥାରେ ରହିବାକୁ ପଡ଼ିଲା ଯେ...ଏବେଠୁ ବାନା ବାନ୍ଧିଦିଅ। ନହେଲେ ୨୪ରେ ଉଡିଉଡି ଆସିବନି ଯେ..
ବନ୍ଧୁ ହେବ ତ ଏମିତି...ଏବେ ନୁହେଁ ୫୦ ବର୍ଷ ହେଲାଣି ସାଙ୍ଗ ହୋଇ ବୁଲୁଛନ୍ତି, ଚଳୁଛନ୍ତି...ଜଣେ ଏବେ ପାରାଲିସିସ୍ ରୋଗରେ ପଡିବା ପରେ ବି ଅନ୍ୟ ଜଣେ ଆଉ ଜଣଙ୍କର କରୁଛି ସେବା
ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।
ମେଘାଳୟରେ ନିର୍ଦ୍ଦିଷ୍ଟ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନମିଳିବାରୁ ପୁରା ଗୋଳମାଳିଆ ସ୍ଥିତି ଉପୁଜିଛି ।