ନୂଆଣିଆଁ ଚାଳ ଛପର ଶାଳ । ଆଉ ଶାଳରେ ଚାଲିଛି ପିତଳ ସାମଗ୍ରୀର କାମ । ପିତଳ କାରିଗର ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଯାଜପୁରର କୁଣ୍ଡପାଟଣା ଗାଁ ଏବେ ନିଜ ପରିଚୟ ଓ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ସଂଗ୍ରାମ କରୁଛନ୍ତି ।
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ । ଏଥର ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । ଯାହା ଗତବର୍ଷଠାରୁ ପାଖାପାଖି ୪ ପ୍ରତିଶତ କମ୍ । ଏଥସହ ମାତ୍ର ୨୪ ଜଣ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ଓ ଆହତଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ନିମନ୍ତେ ଭିକ୍ଷା ସଂଗ୍ରହ କଲେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି l ଶୋକ ସଭା ସହ ଏକ ନିଆରା ପଦକ୍ଷେପ ନେଲେ କେନ୍ଦ୍ରାପଡ଼ ରାଜନଗରର ସରକାରୀ ଅଧିକାରୀ, ରାଜନେତା ଓ ସଚେତନ ନାଗରିକ
ନୂଆ ନମ୍ବରପ୍ଲେଟ୍ ନଲଗାଇଥିଲେ ଜୁନ୍ ୨୩ରୁ କଡ଼ା କାର୍ଯ୍ୟାନୁଷ୍ଠାନ। ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 07.06.23 ସୁଦ୍ଧା ମୋଟ 40,93,608 ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ 35,87,577 ଗାଡିରେ HSRP ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।”
'କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ବିସ୍ତୀର୍ଣ୍ଣ ବର୍ଷା ହୋଇଛି । ଦକ୍ଷିଣ ତାମିଲନାଡ଼ୁ, କେନ୍ଦ୍ରୀୟ ଆରବ ସାଗର ଓ ବଙ୍ଗୋପସାଗରର କେତେକ ଅଞ୍ଚଳରେ ମୌସୁମୀ ବାୟୁ ଛୁଇଁଛି । ଓଡ଼ିଶାକୁ ବିଳମ୍ୱରେ ପ୍ରବେଶ କରିବ ମୌସୁମୀ ବାୟୁ ।' - ଆଇଏମଡି ଡିଜି, ମୃତ୍ୟୁଞ୍ଜୟ ମହାପାତ୍ର
'ବିପର୍ଯ୍ୟୟ' ସାଇକ୍ଲୋନ ପୋରବନ୍ଦରରୁ ଦକ୍ଷିଣ ପଶ୍ଚିମ ଦିଗରେ ୯୩୦ କିମି ଦୂରରେ ରହିଛି । ଏବେ ୫ କିମି ବେଗରେ ଗତି କରୁଛି । ଏହି କିଛି ସମୟ ଉତ୍ତର ଦିଗରେ ଗତି କରିବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । - ଆଇଏମଡି ଡିଜି, ମୃତ୍ୟୁଞ୍ଜୟ ମହାପାତ୍ର
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇଛି।। www.orissaresults.nic.in ରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। +୨ କଳାରେ ପାସ୍ ହାର ୭୮.୮୮ % ରହିଛି।
ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ ରଚିଛି। ଉତ୍ତର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି। ପଟିଆ, ପ୍ରଶାନ୍ତି ବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଝଡ଼ବର୍ଷା। ପ୍ରଥମେ ପବନ ଧୂଳି ଝଡ଼ ଓ ପରେ ପରେ ଭୀଷଣ ବର୍ଷା। ଧୂଳି ଝଡ଼ ପରେ ପରେ ଆରମ୍ଭ ହେଲା ପ୍ରବଳ ବର୍ଷା ହୋଇଛି
କାନ୍ଥରୁ ଲିଭିନି ବିବାହର ରଙ୍ଗ। କୁନି ଝିଅର ଅସୁସ୍ଥ ଖବର ଶୁଣି ଆସୁଥିଲା ବାପା । ହେଲେ ଘରକୁ ଫେରିଲା ଶବ। ବାହାନଗା ଟ୍ରେନ ଟ୍ରାଜେଡିର ଇଏ ଆଉ ଏକ କରୁଣ କାହାଣୀ....
କୁଢ଼ କୁଢ଼ ମୃତଦେହଙ୍କ ମୂକସାକ୍ଷୀ ବାହାନଗା ହାଇସ୍କୁଲକୁ ଯିବାକୁ ଭୟ କରୁଛନ୍ତି ସ୍କୁଲ ପିଲା । କରମଣ୍ଡଳ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ତାଙ୍କରି ସ୍କୁଲରେ ଥିଲା, ସ୍କୁଲ ଖୋଲିଲେ କେମିତି ବସିବେ, ସେଇ ଛନକା ପଶିଛି । ସେହି ସ୍କଲକୁ ଆଜି ପରିଦର୍ଶନ ପାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲାପାଳ
ମୁକ୍ତା କଥା ମନକୁ ଆସିଲେ ପ୍ରଥମେ ସମୁଦ୍ର କୂଳ, ସେଠାରୁ ସଂଗ୍ରହ ହେଉଥିବା ଶାମୁକା ଓ ଶାମୁକାରୁ ମିଳୁଥିବା ମୁକ୍ତା କଥା ଭାବିଥାଉ । କିନ୍ତୁ ଆପଣ ଜାଣନ୍ତି ଏବେ ଏହାକୁ ଏକ ଚାଷ ଭାବରେ ଭାରତରେ ଗ୍ରହଣ କରାଗଲାଣି । ବିଭିନ୍ନ ସ୍ଥାନରେ ଲୋକେ ପୋଖରୀରେ ଏହି ମୁକ୍ତା ଚାଷ କରୁଛନ୍ତି। ରେଢାଖୋଲ ଅଞ୍ଚଳର ଜଣେ ଯୁବ ଚାଷୀ କିନ୍ତୁ ଏବେ ନିଜ ଘର ଅଗଣାରେ ଏହି ମୁକ୍ତାଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ।
ନଦୀ କୁଳିଆ ଗାଁଗୁଡ଼ିକୁ ଯୋଡ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରୁଛନ୍ତି ସତ ହେଲେ ଠିକାଦାରଙ୍କ ମନମାନି କାମ ଯୋଗୁଁ ଡେଡ୍ ଲାଇନ୍ ସରିବା ପରେ ବି ସେତୁ ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନି। ଯାହାକୁ ନେଇ ବଢୁଛି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି....
ଆଉ କେତେ ଦିନ ? କେତେଦିନ ଯାଏ ଏମିତି ମାଇଲ ମାଇଲ ବାଟ ଯାଇ ଜୀବନ ପାଇଁ ଦୁଇ ବୁନ୍ଦା ପାଣି ଆଣୁଥିବେ ଏମାନେ ? କେତେ ସ୍ୱଚ୍ଛ ଓ ନିରପଦ ଏ ଚୁଆର ଜଳ ?
ଅଧାରେ ରହିଲା ସ୍ୱାମୀଙ୍କ କଥା, କାଳିଆର କ୍ଷେତ୍ରକୁ ତ ନେଲେନି ନିଜେ କିନ୍ତୁ କାଳର ପ୍ରହାରରେ କ୍ଷତାକ୍ତ ହୋଇ ଚାଲିଗଲେ ବିକ୍ଷିପ୍ତ....
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ । କଳା ସହିତ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ।
କଟକ ସହରରେ ସିରିଜ୍ ଦୁର୍ଘଟଣା। ଏକାଧିକ ଗାଡ଼ିକୁ ପିଟିଲା କାର୍। ବାରବାଟୀ ଷ୍ଟାଡିଅମ, ଯୋବ୍ରା, ଚାଉଳିଆଗଞ୍ଜରେ ଏକାଧିକ ଗାଡ଼ି ସହ ଧକ୍କା।
୨ ବର୍ଷ ହୋଇନି ବାହାଘର। ଷ୍ଟେସନକୁ ଆସିବାକୁ ଫୋନ୍ କରିଥିଲେ ସ୍ୱାମୀ...ହେଲେ ୧୫ ମିନିଟ୍ରେ ସବୁକିଛି ସରିଗଲା । ସିନ୍ଥିରୁ ସିନ୍ଦୂର ଲିଭିଗଲା, ମାଆ କୋଳ ଖାଲି ହୋଇଗଲା । ପୁଅର ଶବ ଦେଖି ସ୍ତବ୍ଧ ବାପା...
କିଛି ଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ଫୁଟିଲା ଗୁଳି । ସାମନ୍ତରାପୁରର ଠେଙ୍ଗାହାଟ ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଛି । ପିକ୍ ଅପ୍ ଭ୍ୟାନରେ ଆସି ସଂଘବଦ୍ଧ ଭାବେ ଆସି ଏକାଧିକ ଯୁବକ ସଂପୃକ୍ତ ଡ୍ରଗ୍ସ ମାଫିଆକୁ ଗୁଳି କରିଛନ୍ତି ।
ଗ୍ରୀନ ସିଗ୍ନାଲ ମିଳିଲା : ବାହାନଗାରେ କରମଣ୍ଡଳ ଗଡିଲା..ଦେଖନ୍ତୁ ଏକ୍ସକ୍ୟୁସିଭ୍ ଦୃଶ୍ୟ
କାଳ ଶୁକ୍ରବାରର କରମଣ୍ଡଳ ଟ୍ରାଜେଡି । ଅକସ୍ମାତ୍ ଉଜାଡ଼ି ଦେଇଛି ଅନେକ ପରିବାର । ଚଟ୍ କରି ଛଡ଼ାଇ ନେଇଛି କେତେ ସଧବାଙ୍କ ଶଙ୍ଖା ସିନ୍ଦୁର । କେଉଁଠି ମାଆ କୋଳରେ ଥିବା ଶିଶୁ ହୋଇଛି ବାପ ଛେଉଣ୍ଡ ତ ପୁଣି କେଉଁଠି ବୁଢ଼ା ବାପ ହରାଇଛି ରୋଜଗାରିଆ ଭେଣ୍ଡିଆ ପୁଅ । ଟ୍ରେନ୍ରେ ଯାତ୍ରା ଆରମ୍ଭରୁ ଶବ ହୋଇ ଫେରିବା ପର୍ଯ୍ୟନ୍ତ ସବୁ ମୃତକଙ୍କ ପଛରେ ରହିଛି କୋହଭରା କାହାଣୀ
ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ ମଧ୍ୟରେ ଚିକିତ୍ସିତ ହେଉଛନ୍ତି ନା ମୃତଦେହ ମଧ୍ୟରେ ଚିହ୍ନଟ ହୋଇଛନ୍ତି।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
କାହିଁକି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? ଦୁର୍ଘଟଣା ପଛରେ ରହିଛି କି ଅନ୍ତର୍ଘାତୀ କାର୍ଯ୍ୟ ? ତଦନ୍ତର ପ୍ରଥମ ଦିନରେ କାଲି ଦୁଇ ଦଫାରେ ଦୁଇଥର ଦୁର୍ଘଟଣାସ୍ଥଳରେ ସରଜମିନ୍ ଯାଞ୍ଚ ପରେ ଆଜି ବି ପୁଣି ବାହନଗା ଷ୍ଟେସନ୍ ବଜାରରେ ସେଣ୍ଟ୍ରାଲ ଫରେନସିକ୍ ଟିମ୍ ଓ ଟେକନିକାଲ ଟିମ୍ ସହ ଖୋଳତାଡ଼ କରିଛି ସିବିଆଇ । ଏଥିସହ ଘଟଣା ଦିନ ସିଗନାଲ ଓ ପ୍ୟାନେଲ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଫୋନ୍ ସିଜ୍ କରି କଲ ରେକର୍ଡ ଓ ହ୍ୱାଟସଚାପ୍ ଚାଟ୍ ଯାଞ୍ଚ କରାଯାଉଛି ।
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ମେ’ ୩୧ ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।
କରମଣ୍ଡଳ କେମିତି ଦୁର୍ଘଟଣାର ଶିକାର ହେଲା? କେମିତି ଥିଲା ସେଦିନ ସଂଧ୍ୟା? ସାମ୍ନାକୁ ଆସିଲା ସେହି ହୃଦୟଥରା ଭିଡିଓ। ଦେଖନ୍ତୁ...