ହଇରେ ନାରଣ.. ଏ ଭଉଣୀ କାହିଁକି ମୁହଁ ଲୁଚାଉଛନ୍ତି ? ମୁହଁରୁ ଗାମୁଛା ମୋଟରୁ କାଢୁନାହାନ୍ତି.. ଆମେ କଣ ଦେଢଶୂର !
ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଁଚିଥିଲେ କନିଆଁ ପାଖରେ। ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା।
୧୫ ଦିନ ଭିତରେ ପୁନର୍ବିଚାର କରିବାକୁ ନାକ୍ ନିକଟରେ ଆବେଦନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ସମ୍ଭାବ୍ୟ ସ୍ଥିତିକୁ ନେଇ ରାଜ୍ୟ ସରକାର ବି ଆରମ୍ଭ କରିଦେଇଛନ୍ତି ପ୍ରାକ୍ ପ୍ରସ୍ତୁତି ।
ପ୍ରଚାର ମୈଦାନରେ ଜୋରଦାର ଟକ୍କର । ଏସବୁ ଭିତରେ ମୈଦାନରେ ଫ୍ୟାମିଲି କ୍ୟାମ୍ପେନ ବି ଚରମରେ ।
ଟିମ୍ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ତଥା ସାଂସଦ ବ୍ରିଜ୍ ଲାଲ୍ ଘଟଣାର ସିବିଆଇ ତଦନ୍ତ ସହ ଏ କ୍ଷେତ୍ରରେ ଏନ୍ଆଇଏର ସହଯଗ ନିଆଯିବାକୁ ଦାବି କରିଛନ୍ତି ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତର ୪ଟି ଗାଁ ଲୋକଙ୍କ ଏକତା ସେ ବିଶାଳ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ହାତରେ ପାହାଡ଼ କାଟି ନିଜ ପାଇଁ ତିଆରି କରିଛନ୍ତି ୮ କିଲୋମିଟର ଲମ୍ବର ସବୁଦିନିଆ ରାସ୍ତା ।
କେବଳ ଟ୍ୱିଟ୍ କରି ୨ ହଜାର ସମସ୍ୟାର ସମାଧାନ କରିଦେଲେ ଯୁବ । ସ୍ଥାନୀୟ ଅଞ୍ଚଳରେ ଟ୍ବିଟର ବୟ ନାଁରେ କରିଛନ୍ତି ପ୍ରିସିଦ୍ଧି ଲାଭ ।
ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକର ୫ଟି ପଞ୍ଚାୟତର ଲୋକେ...ଗାଁକୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ । ଦୂଷିତ ଝରଣା ଜଳ ପିଇ ବଞ୍ଚୁଛନ୍ତି ଲୋକେ । ଶୀଘ୍ର ସମାଧାନ ନହେଲେ ଆଗାମୀ ନିର୍ବାଚନରେ ଲୋକଙ୍କ ଭୋଟ୍ ବର୍ଜନ ଚେତାବନୀ
ବିଗ୍ରହ ପ୍ରତିଷ୍ଠା ସରିଲା, ବେଙ୍ଗାଲୁରୁରେ ଖୁବଶୀଘ୍ର ଭବ୍ୟ ମନ୍ଦିରରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ
ହଇରେ ନାରଣ ! ପାଖଲୋକଙ୍କୁ ପାଖରୁ ଦେଖିବାକୁ ଦଳାଚକଟା ସ୍ଥିତି !
୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା ।
ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ ।
ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ।
ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି ।
ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ ।
୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ଚାଷୀଙ୍କ ମୁହଁରେ ହସ ଫୁଟିଲା । ହୁଳହୁଳି ପଡ଼ିଲା,କଳସ ବସାଇ ବ୍ରାହ୍ମଣ ପୂଜା କଲେ । ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ ।
ବାଲେଶ୍ୱର ସିମୁଳିଆ ଥାନା ଅଧିନ ପୁରୁଷୋତ୍ତମ ଗ୍ରାମପଞ୍ଚାୟତର ପ୍ରମିଳା ସାହୁ ନାମକ ଜଣେ ମହିଳା ଛେଳି ପାଳିଥିଲେ । ଗତ ୨୭ ତାରିଖରେ ଛେଳି ବିକ୍ରି କରିବା ଲାଗି ନିଷ୍ପତ୍ତି ନେଇଥିଲେ ପ୍ରମିଳା । ହେଲେ ସେ ଜାଣିବାକୁ ପାଇଥିଲେ ଗୁହାଳରୁ ତାଙ୍କ ଛେଳିକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ।
ଏକ ଖେଳ ଚ୍ୟାନେଲର ଜଣେ ଆଙ୍କର ପ୍ରୀତି ଜିଣ୍ଟାଙ୍କୁ କିଛି ପ୍ରଶ୍ନ କରିଥିଲେ । ଆଉ ପ୍ରୀତି କହିଥିଲେ, ପୁଅମାନେ ଏତେ ଖାଆନ୍ତି ବୋଲି ମୁଁ ଭାବିନଥିଲି । ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ଥିଲେ, ଖାଇବା ସମୟରେ ତାଙ୍କୁ ଭଲ ପରଟା ଦିଆଯାଇନଥିଲା । ଏହାକୁ ଦେଖି ସେ ପରଟା ଶିଖିବାକୁ ଇଚ୍ଛା କରିଥିଲେ । ପରେ ପରଟା ତିଆରି କରିବା ବି ଶିଖିଥିଲେ । ପରେ ଖେଳାଳିମାନେ କହିଥିଲେ ପରଟା ତିଆରି କରିବାକୁ...
ପୁଣି ନୂଆ ନିୟମ ଆଣିଲେ ଏଲନ ମସ୍କ । ଫିଚର ଅପଡେଟ୍ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍ ଓ ପବ୍ଲିକ୍ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍ ଅପ୍ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ...।
ଅସୁସ୍ଥ ବାପାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିବାବେଳେ ପୁଅର ହୋଇଗଲା ମୃତ୍ୟୁ । ପୁଅର ମୃତ୍ୟୁ କଥା ଶୁଣି ଆଖି ବୁଝିଦେଲେ ବାପା ।
୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି...
ସୂତାକଳ ବନ୍ଦ ହୋଇଯାଇଛି ବକେୟା କିନ୍ତୁ ମିଳିନି। ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବର୍ଷ ବର୍ଷ ଧରି କାମ କରି ପରିବାର ଚଳାଉଥିବା ଶ୍ରମିକ ।
ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘର୍ଷ...
ଲାଗୁଛି ଭିତରେ ବୋଧେ କିଛି ଆକ୍ସନ ମୁଭି ଚାଲିଥିଲା, ଯାହାକୁ ଦେଖି ବାହାରେ ଏପରି ଚୁଟି ଝିଙ୍କାଝିଙ୍କି...