ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରି କ୍ଷମତାକୁ ଆସିବା ଲକ୍ଷ୍ୟରେ ଦଳର ମେଗା ସୋ'। ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଆରମ୍ଭ କରିଛି ମହା ଜନସଂପର୍କ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ୨୪ ନିର୍ବାଚନ ପାଇଁ ଏହି କାର୍ଯ୍ୟକ୍ରମ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ବିଜେପି ଆଶା ରଖିଥିବାବେଳେ ବିଜେଡି କହିଛି ଏହାର କୌଣସି ପ୍ରଭାବ ରହିବ ନାହିଁ ।
Published By: Tanmay Kumar Mahalik
Last updated: 31 May 2023, 09:56 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।