• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Hockey player’s statue falls to ground in Odisha’s Rourkela
ନିର୍ମାଣର ୫ ମାସ ନପୂରୁଣୁ ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ

ହକି ବିଶ୍ୱକପ୍ ପାଇଁ ରାଉରକେଲାରେ ୫ ମାସ ତଳେ ନିର୍ମାଣ ହୋଇଥିଲା ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସ ଯାଇନି ଆଜି ତାହା ଭାଙ୍ଗି ମାଟିରେ ଲୋଟିପଡିଛି । ତେବେ ଏତେ ବଡ଼ ପ୍ରତିମୂର୍ତ୍ତି କେମିତି ଗଳି ପଡିଲା ସେନେଇ ପ୍ରଶ୍ନ ଉଠିଛି । ସାମାନ୍ୟ ବର୍ଷା ପବନରେ ଏମିତି ହୋଇଥିବା କୁହାଯାଉଥିବା ବେଳେ ନିମ୍ନମାନର କାମ ହୋଇଥିବା ବି ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ କହିଛି, ଘଟଣାର ତଦନ୍ତ ହେବ ।

  • Sunday, 11 June 2023
Rift in BJD poses challenge for appointment of district presidents
ବିଜେଡି ଜିଲ୍ଲା ସଭାପତି ଚୟନକୁ ନେଇ ଟଣାଓଟରା

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଅନ୍ତର୍ଦ୍ବନ୍ଦ୍ବ ତୀବ୍ର ଥିବାରୁ ଜିଲ୍ଲା ସଭାପତି ବାଛିବାରେ ସମସ୍ୟା ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତାରେ ଦଳ। ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡ଼ା ସଙ୍ଗଠନକୁ ସଜାଡ଼ିବା ଲାଗି ବିଜେଡିର କସରତ। ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ୫ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ପାଇଁ ଚାଲିଛି ଅଙ୍କ କଷା। ବାଲେଶ୍ବର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ରାଉରକେଲାରେ ସାରଦା ନାୟକ, କୋରାପୁଟରେ ଈଶ୍ବର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ସଭାପତି ପଦରୁ ପ୍ରଶାନ୍ତ ମୁଦୁଲି ଇସ୍ତଫା ଦେଇଥିବା କୁହାଯାଉଛି।

  • Sunday, 11 June 2023
Elderly beneficiaries allege irregularities in pension distribution
ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା: ପଂଚାୟତରୁ ବ୍ଲକ ଅଫିସ, ଦୌଡି ଦୌଡି ନୟାନ୍ତ

କିଏ ଟଙ୍କା ୫ ଶହ ପାଇଁ ତ ଆଉ କିଏ ୭ ଶହ ଟଙ୍କା ପାଇଁ ହୀନସ୍ତା ହେଉଛି। ବୟସର ଅପରାହ୍ଣରେ ନାନା ହଇରାଣ ହରକତ ହେଉଛନ୍ତି ଭତ୍ତା ଗଣ୍ଡିକ ପାଇଁ। କେଉଁଠି ଲାଞ୍ଚ ନଦେଲେ ଭତ୍ତା ମିଳୁନାହିଁ ତ ଆଉ କେଉଁଠି ବାଟ ମାରଣା ହେଉଥିବା ଅଭିଯୋଗ। ଆଜି ଆମେ ଗଞ୍ଜାମ ଖଲ୍ଲିକୋଟ ଏବଂ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ଦୁର୍ଦ୍ଦଶାର କାହାଣୀ କହୁଛୁ। ଯେଉଁଠି ବୃଦ୍ଧବୃଦ୍ଧାଙ୍କ ପ୍ରତି ସରକାରୀ ଉଦାସୀନତା ଜଳ ଜଳ ବାରି ହେଉଛି

  • Sunday, 11 June 2023
2 women lock horns claiming
ଛୁଆ ଗୋଟିଏ..ଦାବିଦାର ୨

ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା

  • Sunday, 11 June 2023
Driver installs cooler in his auto-rickshaw
ଅଟୋ ନୁହେଁ କାର୍‌ : ଲାଗିଛି କୁଲର...ଚାଲୁଛି ଟିଭି

ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍‌ ପୂରା କାର୍‌ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍‌

  • Sunday, 11 June 2023
This impoverished student
ପୁଅକୁ ପଢାଇବା ଲାଗି ହାଣ୍ଡିଆ ବିକୁଛି ମାଆ

ଇଏ ବି ଜଣେ ମାଆ । ପୁଅକୁ ପାଠ ପଢାଇବାକୁ ବିକ୍ରି କରୁଛି ହାଣ୍ଡିଆ ...ସେପଟେ ମାଆର କଷ୍ଟକୁ ଦେଖିନପାରି କଲେଜରୁ ଆସି ପର ଦୁଆରେ ମୂଲ ଲାଗୁଛି ପୁଅ । ଏବେ କଳାରେ ରଖିଲେ ୬୯ ପ୍ରତିଶତ ନମ୍ବର

  • Sunday, 11 June 2023
 Awas scheme
୩୦ ବର୍ଷ ହେଲା ଧାଉଁଛୁ : ଆବାସ ପାଉନୁ

ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ

  • Sunday, 11 June 2023
poultry faming
ଭାଗ୍ୟ ବଦଳାଇ ଦେଲା ୟୁଟ୍ୟୁବ୍‌....ରୋଜଗାର ଏବେ...

କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍‌ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ

  • Sunday, 11 June 2023
Gusty wind damages martial arts school
ଏଇଠି କିଛି ନାହିଁ, ଜାତୀୟ ସ୍ତରରେ ନାଁ କେମିତି କମାଇବୁ?

ଆଜବେଷ୍ଟସ୍‌ ଉଡିଲା, ଘରର ଜିନିଷପତ୍ର ଛିନଛତର ହୋଇ ପଡ଼ିଲା । ଏମିତିରେ କାଳେ ଜାତୀୟସ୍ତରରେ ଏମାନେ ରେକର୍ଡ କରିବେ?

  • Sunday, 11 June 2023
prakruti mishra
ସଞ୍ଜୟଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରକୃତି

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।

  • Saturday, 10 June 2023
Yojanara Na Hariloot
ହିତାଧିକାରୀଙ୍କ ଅଜାଣତରେ ଆବାସ ଟଙ୍କା ଆତ୍ମସାତ୍‌

ହିତାଧିକାରୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ଉଠିଛି ଟଙ୍କା । ହଜାରେ କି ୨ ହଜାର ନୁହେଁ ଲକ୍ଷଲକ୍ଷ ଟଙ୍କାର ହୋଇଛି ଦୁର୍ନୀତି

  • Saturday, 10 June 2023
Khola Katha
ବେଲଗୁଣ୍ଠାରୁ ବୈଜ୍ଞାନିକ : କେମିତି ଥିଲା ଯାତ୍ରା?

୨୦୦୮ ଟର୍ଣ୍ଣିଂ ପଏଣ୍ଟ? ସମସ୍ତେ ଚାହୁଁଥିଲେ ଡାକ୍ତର କି ଇଞ୍ଜିନିୟର ହୁଏ । କିନ୍ତୁ ମୋର ଇଚ୍ଛା ନଥିଲା...ରୋଜଗାର କରିବାର ଇଚ୍ଛା ଥିଲା । ତେଣୁ ମୁଁ ଆଜି ବୈଜ୍ଞାନିକ ହେଲି : ଡ. ପ୍ରୀତମ ପଣ୍ଡା, ଯୁବ ବୈଜ୍ଞାନିକ

  • Saturday, 10 June 2023
Odisha train tragedy
ଚାଲିଛି ରେଳ ଦୁର୍ଘଟଣା ପଛର କାରଣ ଖୋଜା

ବାହାନଗା ରେଳ ଦୁର୍ଘଟଣା ପଛର ଖୋଜା ଚାଲିଛି କାରଣ । ସିବିଆଇର ୩ଟି ଟିମ୍ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ ସିଲ୍ କରି ରଖିଥିବାରୁ ବାହାନଗାରେ ବାତିଲ କରିଦିଆଯାଇଛି ଟ୍ରେନ ଷ୍ଟପେଜ୍ ।

  • Saturday, 10 June 2023
jewellery & cash
ସବୁ ତ ନେଇଗଲେ...ମୋ ଭଉଣୀ ବାହାଘର ହେବ କେମିତି?

ଭଉଣୀ ବାହାଘର ପାଇଁ ସାଇତି ରଖିଥିଲେ ସୁନା, ଟଙ୍କା । ଅଧ ରାତିରେ ଘରେ ପଶିଗଲେ ଚୋର...ଗଡରେଜ ତାଡି ସବୁ ନେଇଗଲେ । ଏବେ ଭାଇ ପଚାରୁଛି ଭଉଣୀ ବାହାଘର ମୁଁ କେମିତି କରିବି?

  • Saturday, 10 June 2023
Train Accident
ଆଖି ଆଗରେ ନାଚୁଛି ବାହାନଗା ଟ୍ରାଜେଡିର ବୀଭତ୍ସ ରୂପ, ମାନସିକ ଦୁଃସ୍ଥିତିରୁ ବାହାରି ପାରୁନାହାନ୍ତି ଉଦ୍ଧାରକାରୀ 

ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।

  • Saturday, 10 June 2023
is there any scam in higher education dept
ଉଚ୍ଚଶିକ୍ଷା ବିଭାଗରେ ହୋଇଛି କି ବଡ଼ କେଳେଙ୍କାରୀ ?

ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା

  • Saturday, 10 June 2023
Monsoon arrival likely to be delayed in Odisha IMD DG
ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

  • Saturday, 10 June 2023
Power Cut
ରାଜ୍ୟରେ ବିଜୁଳି ବିଭ୍ରାଟକୁ ନେଇ କାହା କଥା ଠିକ୍.. ମୁଖ୍ୟ ଶାସନ ସଚିବ ନା ଶକ୍ତିମନ୍ତ୍ରୀ ?

ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ

  • Saturday, 10 June 2023
train accident balasore
ଟ୍ରେନ୍ ଟ୍ରାଜେଡିକୁ ବିତିଗଲାଣି ୮ ଦିନ, ହେଲେ ଭୁଲିହେଉନି ବିଭୀଷିକା

ସେଦିନର କଥା ଭାବିଲେ ଏବେବି ଲୁହ ରୋକିପାରନ୍ତିନି ଭାଗବତ ମଉସା । ରକ୍ତଜୁଡ଼ୁବୁଡ଼ୁ ଶବ ଗୁଡ଼ିକୁ ଆଡ଼େଇ ଷ୍ଟେସନ ଆଡ଼କୁ ଖବର ଦେବା ପାଇଁ ଦୌଡ଼ିବା ବେଳର ଅନୁଭୂତି ବଖାଣିବା ଆଗରୁ ବାଷ୍ପରୁଦ୍ଧ ହୋଇଯାଏ କଣ୍ଠ ।

  • Saturday, 10 June 2023
Malaysian Bharatanatyam Guru passes away after collapsing on stage
ମଞ୍ଚ ପାଲଟିଲା ମୃତ୍ୟୁ ଶଯ୍ୟା, ଦୀପ ଜାଳୁଜାଳୁ ଲିଭିଗଲା ଜୀବନ ଦୀପ

କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ।

  • Saturday, 10 June 2023
 2 Bhadrak youths lose life
ଝିଆରୀକୁ ଦେଖିବାକୁ ଆସୁଥିଲେ...ଜୀବନ ନେଇଗଲା କରମଣ୍ଡଳ

ଝିଆରୀକୁ ଦେଖିବାକୁ କଲିକତାରୁ କରମଣ୍ଡଳରେ ଆସୁଥିଲେ । ବାପା କହୁଥିଲେ ରଜରେ ଆସିବାକୁ...ମନ ମାନିଲାନି ଯେ ଜୁନ୍‌-୨ରେ ଆସିବାକୁ ନିଷ୍ପତ୍ତି ନେଲେ । ବାହାନଗାରେ ଛକିରହିଥିଲା ଯମ...ଘରେ ପହଞ୍ଚିବା ପୂର୍ବରୁ ନେଇଗଲା ପ୍ରାଣ

  • Saturday, 10 June 2023
Bahanaga station
ରଖିବାକୁ ନିର୍ଦ୍ଦେଶ ଦିଆନଯିବା ପର୍ଯ୍ୟନ୍ତ ରହିବନି କୌଣସି ଟ୍ରେନ୍

ବାହାନଗା ବଜାର ଷ୍ଟେସନରେ ଏବେ ରହିବନି କୌଣସି ଟ୍ରେନ୍ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି ବୋଲି କୁହାଯାଇଛି । ତଦନ୍ତ ଚାଲିଥିବାରୁ କୌଣସି ଟ୍ରେନ୍ ସେଠାରେ ଅଟକିବନି ବୋଲି ନିର୍ଦେଶ ଦିଆଯାଇଛି । ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ସେଠାରେ ଅଟକିବନି । ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ ।

  • Saturday, 10 June 2023
Youth from Sundergarh ‘missing’
ଦାଦନ ଖଟିବାକୁ ପୁଅ ଯାଇଛି...ଦୁଆର ମୁହଁରେ ଫଟୋ ଧରି ମାଆ କାନ୍ଦୁଛି

ମାଆ ପାଇଁ ଦାନା ଯୋଗାଡ କରିବାକୁ ଦାଦନ ଯାଇଛି ପୁଅ । ବର୍ଷେ ହେଲାଣି ମିଳୁନି ଖୋଜଖବର...ଭେଣ୍ଡିଆ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି ଯେ ମିଳୁନି କୌଣସି ଅତାପତ୍ତା । ଏବେ ବନ୍ଧ ଉପରେ ବସି ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ

  • Saturday, 10 June 2023
sends best variety mangoes
ମତାନ୍ତର ପରେ ବି ମୋଦିଙ୍କ ଲାଗି ଆମ୍ବ ପଠାଇଲେ ଦିଦି

ଏବେ ସବୁଠି ଆମ୍ବ ପ୍ରବଳ । ରାଜ୍ୟର ସୁଆଦିଆ ସୁଆଦିଆ ଆମ୍ବକୁ ମୋଦିଙ୍କ ପାଖକୁ ପଠାଇଲେ ଦିଦି...ପୂର୍ବରୁ ଦୁର୍ଗାପୂଜାରେ ପ୍ରଧାନମନ୍ତ୍ରୀଙ୍କୁ ପଠାନ୍ତି କୁର୍ତ୍ତା ଓ ମିଠା...

  • Saturday, 10 June 2023
Chchenga hill
ଛେଙ୍ଗା ପାହାଡ଼ : ଯିଏ ଯାଇଛି ସିଏ ଜାଣିଛି

ଦେଖିବାକୁ ଯେମିତି, ବୁଲିବାକୁ ବି ସେମିତି...ଥରେ ଯିଏ ଯାଇଛି, ବାରମ୍ବାର ଯିବାକୁ ଇଚ୍ଛା କରିଛି । ସୁନ୍ଦରଗଡ ହେମଗିରି ଗର୍ଜବଜୋର ରିର୍ଜଭ ଫରେଷ୍ଟରେ ଥିବା ଏଇ ପାହାଡକୁ ଥରେ ବୁଲିଯାଆନ୍ତୁନା...

  • Saturday, 10 June 2023