ଓଡ଼ିଶାରେ ଖୋଲିଲା ଦେଶର ଦ୍ୱିତୀୟ ଗାଡ଼ି ସ୍କ୍ରାପିଂ ୟୁନିଟ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁମାରବସ୍ତଠାରେ ଖୋଲିଥିବା ରାଜ୍ୟର ଏହି ପ୍ରଥମ ସ୍କ୍ରାପିଂ ୟୁନିଟ୍କୁ ଟାଟା ମୋଟର୍ସ ଏବଂ ଏମ୍ପ୍ରିୟୋ ପ୍ରିମିୟମ ପକ୍ଷରୁ ପ୍ରତିଷ୍ଠା କରାଯାଇଛି। ଏହି ୟୁନିଟରେ ଅତ୍ୟାଧୁନିକ ପଦ୍ଧତିରେ ବାର୍ଷିକ ୧୦ ହଜାର ଗାଡ଼ି ସ୍କ୍ରାପିଂ କରିବାର କ୍ଷମତା ରହିଛି। ଆସନ୍ତୁ ଜାଣିବା ଗ୍ରାହକଙ୍କୁ ନିଜ ଗାଡିର ସ୍କ୍ରାପିଂ କରିବାକୁ କଣ କରିବାକୁ ପଡିବ।
Published By: Sarbeswar
Last updated: 24 July 2023, 09:37 PM IST
ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟର ବର୍ଷା ବିସ୍ତୃତି ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାର ବର୍ଷାର ପରିମାଣ ଅଧିକ ରହିପାରେ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷା।