ପବିତ୍ର ଗଣେଶ ଚତୁର୍ଥୀରେ ଗଣତନ୍ତ୍ରରର ନୂଆ ମନ୍ଦିରର ଶ୍ରୀଗେଣେଶ। ସଂକଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ୱାସର ଯାତ୍ରା ପାଇଁ ଆହ୍ୱାନ ଦେଇ ଭବ୍ୟ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ରଖିଛନ୍ତି ପ୍ରଥମ ଅଭିଭାଷଣ
ମୋଦିଙ୍କ ମାଷ୍ଟରଷ୍ଟ୍ରୋକ। ନୂଆ ସଂସଦ ଭବନର ପ୍ରଥମ କାର୍ଯ୍ୟ ଦିବସରେ ପ୍ରଥମ ପ୍ରସ୍ତାବ ଭାବେ ଉପସ୍ଥାପିତ ହେଲା ମହିଳା ସଂରକ୍ଷଣ ବିଲ
ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ । ପୃଥିବୀର କକ୍ଷପଥ ଛାଡି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମିଶନ୍ ଆଦିତ୍ୟ । ଗତ ରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଆଦିତ୍ୟ L 1 କୁ ପୃଥିବୀର କକ୍ଷପଥରୁ ଅଲଗା କରାଯାଇଥିଲା ।
ଏଇଟା ସ୍କୁଲ ତ ! ଗୋଟିଏ ଗୃହରେ ଚାରି ଚାରୋଟି ଶ୍ରେଣୀର ପିଲା ପଢୁଛନ୍ତି ପାଠ । ଏକା ସାଙ୍ଗରେ ପିଲାଙ୍କୁ ପଢାଯାଉଥିବାରୁ କେହି କିଛି ବୁଝୁନଥିବା ଅଭିଯୋଗ । ଚେଇଁ ଶୋଇଛି ପ୍ରଶାସନ, ମୁର୍ଖ ହେବେ ପିଲା...
ଆଜି ଗଣେଶ ପୂଜା । ଅଗ୍ରପୂଜ୍ୟ, ଗଜାନନ, ପାର୍ବତୀ ନନ୍ଦନ...ନାଁ ଅନେକ କିନ୍ତୁ ରୂପ ଏକ । ଗଣପତିଙ୍କ ଆରାଧନା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।
ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । କ୍ୟାନସର ରୋଗରେ ଘାଣ୍ଟି ହେଉଛନ୍ତି ସ୍ୱାମୀ । ନାକରେ ନଳି ଲଗାଇ ଖାଇବାକୁ ଦେବା ସହିତ ଦିନରାତି ସେବା କରୁଛି ସ୍ତ୍ରୀ । ଚିକିତ୍ସା ପାଇଁ କାନ୍ଦି କାନ୍ଦି ମାଗୁଛି ସାହାଯ୍ୟ...
ବୟସ ୮୦ ପାର୍ । ଅଣ୍ଟାରେ ଆଉ ବଳ ନାହିଁ ହେଲେ ମନୋବଳ ପାଇଁ ଆଜି ବି ସେ ଦୌଡୁଛନ୍ତି । ଚାରି ଚାରୋଟି ପୁଅଙ୍କର ମୃତ୍ୟୁ ପରେ ଏବେ ବଡ଼ କଷ୍ଟରେ କଟୁଛି ଦିନ...
ଲିବ୍ୟା ବିପର୍ଯ୍ୟୟ ମନୁଷ୍ୟଗତ ତ୍ରୁଟିରୁ ହୋଇଥାଇପାରେ । ବିପର୍ଯ୍ୟୟ ଆସିବା ନେଇ ପାଣିପାଗ ବିଶେଷଜ୍ଞ ଆଗୁଆ ସୂଚନା ଦେଇଥିଲେ । ସେହିପରି ଡର୍ନା ୱାଡି ଡ୍ୟାମରେ ସୃଷ୍ଟି ହୋଇଥିବା ଫାଟ ସଂପର୍କରେ ବି ବିଶେଷଜ୍ଞ ଚେତାଇ ଦେଇଥିଲେ ।
କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ।
ସ୍ତବ୍ଧ ନୂଆଦିଲ୍ଲୀର ଅବଦୁଲ କଲାମ୍ ରୋଡ୍ ସ୍ଥିତ ବାସଭବନ... ଶୋକାଭିଭୁତ ସାରା ଅଞ୍ଚଳ... ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଗୀତା ମେହଟ୍ଟା ଆଉ ନାହାଁନ୍ତି... ପରଲୋକ ପରଠୁ ଦିଲ୍ଲୀ ବାସଭବନକୁ ଛୁଟୁଛି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ସୁଅ...
ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି ।
ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ
ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୧ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ। ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।
ଭକ୍ତିର ସ୍ୱରରେ ଭିଜୁଥିବା ଅଭିଲିପ୍ସା କରାଟରେ ପାଇଛନ୍ତି ବ୍ଲାକ ବେଲ୍ଟ
ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି ।
୯ ଦିନରେ ପହଞ୍ଚିଲାଣି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ୩ ଦଫା ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକ ସଂଘ ଯିଦରେ ଅଟଳ ଥିବା ବେଳେ ସରକାର ବି ନିରବ। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଗଲାଣି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।
ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ ।
କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।
ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି ।
ପରମ୍ପରାକୁ ରକ୍ଷା କରିବା ଲାଗି ଭଙ୍ଗା କୁଡ଼ିଆ ଘରେ ଚାଲିଛି ସମ୍ବଲପୁରୀ ଶାଢୀ ବୁଣା । କି ବର୍ଷା କି ଶୀତ କି ଖରା...ମୁଣ୍ଡ ଝାଳ ତୁଣ୍ଡରେ ମାରି କୂଳ ବେଉସାକୁ ରକ୍ଷା କରୁଛନ୍ତି ଶହଶହ କାରିଗର । ହେଲେ ସରକାରୀ ସହାୟତା ମିଳୁନଥିବାରୁ ଏବେ ଚିନ୍ତାରେ ବୁଣାକାର
‘ଜିଲ୍ଲା ବଲାଙ୍ଗୀର’ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ଖୁବ୍ ଚର୍ଚ୍ଚାରେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର.. ଆଇ ଆମ୍ କଲାମ୍ ଫିଲ୍ମରୁ ତାଙ୍କୁ ମିଳିଥିଲା ସଫଳତା.. କିନ୍ତୁ କୋଭିଡ୍ ବେଳେ ଫିଲ୍ମ ନିର୍ମାଣ କରି ସେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି..
୪ ଫୁଟିଆ ପାଲ ହିଁ ଏମାନଙ୍କ ଘର.. ଭିତରକୁ ଯିବାକୁ ହେଲେ ନଇଁ ନଇଁ ବା ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଛି.. ମାଟି ବାଲି ଉପରେ ଇଟା କେଇଖଣ୍ଡ ରଖି ରୋଷେଇ ଚାଲିଛି.. ସେଇଠି ରାନ୍ଧୁଛନ୍ତି ସେଇଠି ଖାଉଛନ୍ତି ସେଇ ଧୂଳିମାଟିରେ ଶୋଉଛନ୍ତି.. ନା ଛାତ ଅଛି, ନା କବାଟ.. ସବୁ ଖୋଲା ମେଲା..