ଅବହେଳିତ ଅବସ୍ଥାରେ ପଡ଼ି ରହିଛି ନୂଆପଡ଼ା ଜିଲ୍ଲାର ରକ୍ତ ତୀର୍ଥ ସାଲିହା ।
ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ ।
ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନିର୍ଦ୍ଦେଶରେ ସୁଧାଂଶୁଙ୍କୁ ବୈଠକକୁ ଡକାଯାଇଛି ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ଉପ ସଭାପତି ପ୍ରଭାତ ବିଶ୍ୱାଳ । ବହିଷ୍କାର ହେବା ପରେ ପ୍ରଥମଥର ପାଇଁ ବିଜେଡି ମଂଚକୁ ଆସି ବେଶ୍ ଭାବବିହ୍ୱଳ ବି ଥିଲେ ସୁଧାଂଶୁ ।
ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ରାଜଧାନୀ ସ୍ଥିତ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ନୟାପଲ୍ଲୀ ଇନ୍ଦ୍ରଧନୁ ହାଟକୁ ବର୍ଜ୍ୟମୁକ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ସହରଠାରୁ ଅପହଞ୍ଚ କୁସୁମଘାଟର ଭୂମିଜ ସମ୍ପ୍ରଦାୟର ଭାରତୀ ଜଣେ ଉଚ୍ଚଶିକ୍ଷିତା । ଓଡ଼ିଆରେ ପିଜି କରିଛନ୍ତି । ଭଲ ଚାକିରି ପଛରେ ନପଡ଼ି ଗାଁ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ବ୍ୟାଙ୍କ ମିତ୍ର ସାଜି ମଙ୍ଗ ଧରିଥିଲେ ୪ ବର୍ଷ ହେଲା ।
ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି।
ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ପିଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ । ପାଚେରୀ ନାହିଁ କି ଭଲ ଶ୍ରେଣୀଗୃହ ବି ନାହିଁ । ଏମିତି କି ଶୌଚ ହେବାକୁ ମଧ୍ୟ ଖୋଲା ସ୍ଥାନକୁ ଯିବାକୁ ପଡ଼ୁଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକମାତ୍ର ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ।
ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ।
ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ହନ୍ତସନ୍ତ ବାପା ମା l ଶୁଣୁ ନାହିଁ ପ୍ରଶାସନ l ଏ ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର କରି ପରିବାର ଚଳାନ୍ତି l ଘରେ ସ୍ତ୍ରୀ ସହିତ ତିନି ପୁଅ l ବଡ ପୁଅ ଅବିନାଶ ମହାନ୍ତ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ l ବୟସ ଆସି ତେତିଶ (33) ଛୁଇଁଲାଣି l ହେଲେ ଦୁର୍ଭାଗ୍ୟର ବିଷୟ, ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଅବିନାଶ l ପୁଅର ଚାଉଳ କାର୍ଡ ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି ବାପା ମା l
ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ l ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ l ମାସେ ନୁହେଁ କି ଦୁଇ ମାସ ବିଗତ ତିନି ବର୍ଷ ହେବ ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ପାର୍କ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବାବେଳେ ଏବେ ଏହା ଭଗ୍ନ ଅବସ୍ଥାରେ l
ପାଣ୍ଡିଆନଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଚାରିପାଞ୍ଜିରୁ ଗଲ । କିଛି ଏଭଳି ଘଟିଛି ମୟୂରଭଞ୍ଜ ଖୁଣ୍ଟା ବ୍ଲକରେ ବ୍ୟାଙ୍କ ମିତ୍ର ଥିବା ଭାରତୀ ସିଂଙ୍କ କ୍ଷେତ୍ରରେ । ଦୀର୍ଘ 4 ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାମ କରୁଥିବା ଭାରତୀ, ଆନ୍ଦୋଳନରେ ବ୍ୟବସ୍ଥା ଓ ଫାଇଭ୍ ଟି ସଚିବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଆଉ ସେଥିପାଇଁ ଭିନ୍ନ ଆଳ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାର ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।
ରାଜ୍ୟ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ । ଅକ୍ଟୋବର ୨ରୁ ଏହି ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ୩୬ଟି ବସ୍ ଗଡ଼ିବାର ସମ୍ଭାବନା ଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ଧର୍ମଘଟ ଡାକରାରେ ଅଟଳ ରହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏହା ଭିତରେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରି ଯାଇଥିବାରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁଥିବା ଘରୋଇ ବସ୍ ମାଲିକ ସଂଘ ଭିତରେ ଦେଖାଦେଇଛି ଫାଟ ।
ରାତିର ନିସ୍ତବ୍ଧ ପ୍ରହରରେ ଫୁଟପାଥରେ ଶୋଇଥିବାବେଳେ ଦ୍ରୁତ ଗତିରେ ମାଡ଼ିଆସିଲା କାର୍ । ଆଉ ସେହି କାର୍ ଚକ ତଳେ ଜଣେ ଶ୍ରମିକଙ୍କ ଜୀବନ ଚାଲିଗଲା । କଥା ଏତିକିରେ ସରିନି। କମିଶନରେଟ୍ ପୋଲିସର ସୁରକ୍ଷା ବଳୟକୁ ଭେଦି ଦୁର୍ଘଟଣାଗ୍ରସ୍ତ କାରକୁ ଧରି ଦ୍ରୁତଗତିରେ ଚମ୍ପଟ ମାରିଥିଲା ଡ୍ରାଇଭର୍ । ତେବେ ଲୋକଙ୍କ ସୂଚନା ଆଧାରରେ ସେହି କିଲର୍ କାରକୁ ପୋଲିସ ଜବତ କରିଛି ସତ, କିନ୍ତୁ ଡ୍ରାଇଭରର ଏଯାଏଁ ପତ୍ତା ପାଉନି ।
ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ୟୁ-ଟର୍ଣ୍ଣ ମାରିଲେ ସରକାର । ବିରୋଧୀ ଦଳ ନେତାଙ୍କ ପ୍ରତି ଦିଆଯାଇଥିବା 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦିଆଯାଇଛି । ତେବେ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇନଥିବାରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଏନେଇ ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି ।
ମହଙ୍ଗା ମାଡ଼ରେ ଘାଇଲା ଖାଉଟିଙ୍କୁ ଏବେ ଘାରିଛି ଡାଲି ଦରବୃଦ୍ଧି ଚିନ୍ତା । କାରଣ ଗତ ୬ମାସ ଭିତରେ ଡାଲି ଦର କିଲୋ ପିଛା ପ୍ରାୟ ୭୦ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଯେଉଁଥିପାଇଁ ବିଗିଡ଼ି ଗଲାଣି ଗୃହିଣୀଙ୍କ ଘର ଖର୍ଚ୍ଚ ବଜେଟ୍ । ଏପଟେ ବ୍ୟବସାୟୀଙ୍କ କହିବା କଥା, ବଡ଼ ବଡ଼ କର୍ପୋରେଟ ହାଉସଙ୍କ ହୋର୍ଡିଂ ଯୋଗୁଁ ସୃଷ୍ଟି ହୋଇଛି ଡାଲିର କୃତ୍ରିମ ଦରବୃଦ୍ଧି ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ 24 ଘଣ୍ଟାରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ, ମାସେ ଭିତରେ 3 ପଲିଟିକାଲ୍ ମର୍ଡର...ଦକ୍ଷିଣାଞ୍ଚଳ ଆଇଜିଙ୍କ ଆଶ୍ୱାସନା, ଚାଲିଛି ତଦନ୍ତ, ସ୍ଥିତି ଉପରେ ରହିଛି କଡ଼ା ନଜର....
ବିରୋଧୀଙ୍କୁ ଧମକେଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣି ବର୍ଷିଲା ବିଜେପି, କଂଗ୍ରେସ ବି ଘେରିଲା...ଏପଟେ ତେଜିଲା ଡାଲି ଫିଙ୍ଗା ରାଜନୀତି...
ହାଇକୋର୍ଟ କହିଲେ ଡେରି କରନି...ଅଳଙ୍କାର ଗଣତି ତଦାରଖ ପାଇଁ ହାଇଲେଭଲ କମିଟି ଗଠନ ଲାଗି ଶ୍ରୀମନ୍ଦିର ପ୍ରଶାସନର ଆବେଦନ କରିଥଲେ 60 ଦିନ ଭିତରେ ନିଷ୍ପତ୍ତି ନିଅନ୍ତୁ ସରକାର...
ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...
ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ ସତ୍କାର ।
5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ ।
ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।
ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ ଦକ୍ଷିଣ ଭାରତ ଯାଏଁ ଯୋଡେ ଏହି NH । କିନ୍ତୁ ଖଲ୍ଲିକୋଟର ବଡ଼ଘାଟି ଓ ନାରାୟଣୀ ଛକ ମଧ୍ୟରେ ତ୍ରୁଟିପୂର୍ଣ୍ଣ ଡିଜାଇନ ଏବଂ ସତର୍କତା ପାଇଁ ସାଇନବୋର୍ଡ ନଥିବାରୁ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା ।