ବହୁ ଦାବି, ଅସନ୍ତୋଷ ଓ ଚାପ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଯେଉଁବାଟ ଦେଇ କେବଳ ପୁରୀ ବାସିନ୍ଦାଙ୍କୁ କାଳିଆ ଦର୍ଶନର ଅନୁମତି ମିଳୁଛି । ହେଲେ ସିଂହଦ୍ୱାର ଆଗରେ ଭିଡ଼ରେ କଲବଲ ହେଉଥିବା ଭକ୍ତ ହୁଅନ୍ତୁ କି ସେବାୟତ, ଶୀଘ୍ର ଚାରିଦ୍ୱାର ଖୋଲିବା ଦାବିରେ ଅଟଳ ଅଛନ୍ତି । ତେଣେ ଜିଲ୍ଲା ପ୍ରଶାସନ କହିଛି- ପରିକ୍ରମା ପ୍ରକଳ୍ପ କାମ ସରିଲେ ସମସ୍ତଙ୍କ ମତାମତ ନିଆଯାଇ କୌଣସି ଠୋସ୍ ନିଷ୍ପତ୍ତି ନିଆଯିବ ।
ବେକାବୁ ହେଲାଣି ଡେଙ୍ଗୁ । ରାଜଧାନୀରେ ନେଲାଣି ମୁଣ୍ଡ...ପ୍ରତିଦିନ ବାହାରୁଛି ପଜିଟିଭ୍
ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।
ଓଡ଼ିଶାରେ ଖୋଲିଲା ଦେଶର ଦ୍ୱିତୀୟ ଗାଡ଼ି ସ୍କ୍ରାପିଂ ୟୁନିଟ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁମାରବସ୍ତଠାରେ ଖୋଲିଥିବା ରାଜ୍ୟର ଏହି ପ୍ରଥମ ସ୍କ୍ରାପିଂ ୟୁନିଟ୍କୁ ଟାଟା ମୋଟର୍ସ ଏବଂ ଏମ୍ପ୍ରିୟୋ ପ୍ରିମିୟମ ପକ୍ଷରୁ ପ୍ରତିଷ୍ଠା କରାଯାଇଛି। ଏହି ୟୁନିଟରେ ଅତ୍ୟାଧୁନିକ ପଦ୍ଧତିରେ ବାର୍ଷିକ ୧୦ ହଜାର ଗାଡ଼ି ସ୍କ୍ରାପିଂ କରିବାର କ୍ଷମତା ରହିଛି। ଆସନ୍ତୁ ଜାଣିବା ଗ୍ରାହକଙ୍କୁ ନିଜ ଗାଡିର ସ୍କ୍ରାପିଂ କରିବାକୁ କଣ କରିବାକୁ ପଡିବ।
ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟର ବର୍ଷା ବିସ୍ତୃତି ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାର ବର୍ଷାର ପରିମାଣ ଅଧିକ ରହିପାରେ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷା।
ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ସୂଚନା ମିଳିଛି ।
ବିନା କାରଣରେ ମୋତେ ବାହାର କରିଦେଇଛନ୍ତି । ତିନି ବର୍ଷ ହେଲାଣି । ମୁଁ ଷ୍ଟାର୍ଟିଂରୁ ଏଇଠି ଥିଲି । ମୋ ସ୍ୱାମୀ ଦିବ୍ୟାଙ୍ଗ । ତଥାପି ମୋ କଥା ଶୁଣିଲେନି । ଏହା କହିଛନ୍ତି ଏମ୍ସର ଜଣେ ପୂର୍ବତନ ମହିଳା ସିକ୍ୟୁରିଟି ଗାର୍ଡ
ବୈତରଣୀ ନଦୀ ବଲ୍ଲଭିଘାଟ ନିକଟରେ ଏକ ବିରାଟ ଅଜଣା ବସ୍ତୁ ଭାସୁଥିବା ଦେଖି ଲୋକ ଆତଙ୍କିତ ହେଉଥିଲେ। ତାହା କୌଣସି ବଡ ମାଛ, କୁମ୍ଭୀର କି ସାପ ବୋଲି ଅନୁମାନ କରାଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦେଖିଲା ବେଳକୁ ତାହା ଏକ ବୋଟ୍
ରୋଗଶଯ୍ୟାରେ ଘରର ମେରୁଦଣ୍ଡ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ମାଆ ଓ ପତ୍ନୀ ।
ଶୁଣିଲାନି ପ୍ରଶାସନ । କାଦୁଅ ପଚପଚ୍ ରାସ୍ତାରେ ଦୀର୍ଘ ବର୍ଷ ଧରି ଚାଲିବା ପରେ ରାସ୍ତା ମରାମତି କଲେ ଗାଁ ପୁଅ..
ବିଶ୍ୱସ୍ତରୀୟ ବ୍ୟବସ୍ଥା । ବାହାରେ ପାଣି ସ୍କୁଲ୍ ଭିତରେ ବି ପାଣି । ଗୋଟିଏ ଶ୍ରେଣୀରେ ବାଧ୍ୟ ହୋଇ ପଢୁଛନ୍ତି ଏକାଧିକ ଶ୍ରେଣୀର ପିଲା..
ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧୀର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍..
ଓଲଟିପଡ଼ିଲା ପରିବା ଗାଡ଼ି । ଯିଏ ଯେଉଁଥିରେ ପାରିଲା ତୋଳିନେଲା । ଆଲୋ, ଆଲୋ ଭାଇ ଜଣେ ଗାମୁଛା ଖୋଲି ବ୍ୟାଗ କରିଦେଲେ । ଆଉ ମହରଗ ଟାଇମରେ କିଏ ଛାଡ଼ିବ
ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ଦେହରେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ..
ମିଶନଶକ୍ତି ଏମବିକେଙ୍କ ନାଁରେ ସାଙ୍ଘାତିକ ଠକେଇ । ସଭନେତ୍ରୀ ଓ ସଂପାଦକଙ୍କ ଜାଲ ଦସ୍ତଖତରେ ୯ ଲକ୍ଷ ଲୁଟ୍ ।
ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି
ଦିନେ ଟଙ୍କା ପାଇଁ ବଡ଼ ହିନସ୍ତା ହେଉଥିଲେ...କେମିତି ରୋଜଗାର କରିବେ ସେହି ଚିନ୍ତାରେ କଟୁଥିଲା ଦିନ । ସମୟ ବଦଳିଲା, ନଡ଼ିଆ କତାରୁ ସାମଗ୍ରୀ ପାଇଁ ନେଲେ ଟ୍ରେନିଂ । ଏବେ ଭଲ ରୋଜଗାର ହେବା ସହିତ ପରିବାର ଭଲରେ ଚଳୁଛି
ଇଏ କେମିତିକା ସ୍କୁଲ ? ୮ ଜଣଙ୍କ ବଦଳରେ ଅଛନ୍ତି ଜଣିଏ ମାତ୍ର ଶିକ୍ଷକ..କେବଳ ପିଲାଙ୍କୁ ପଢାଯାଉଛି ଗଣିତ । ମାସ କେଇଟା ପରେ ପରୀକ୍ଷା ହେବ, ଅନ୍ୟ ବିଷୟରେ ପିଲା ଲେଖିବେ କ’ଣ?
ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ
ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି
ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ
କେତେବେଳେ ଭାଲୁ କାମୁଡୁଛି ତ ଆଉ କେତେବେଳେ ବାଘ । ୨ ଜଣଙ୍କ ଜୀବନ ଗଲାଣି... ଜଣେ ଗୁରୁତର ହେଲାଣି । ପରିବା ପଚିଲାଣି କିନ୍ତୁ ବିକ୍ରି ପାଇଁ କେହି ନେଉନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଭୟରେ ଘରୁ ବାହାରିବାକୁ ରାଜି ହେଉ ନାହାନ୍ତି ଲୋକେ ।
ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ ।
ମୋକିମ, ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ସପକ୍ଷ, ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼, ଏପଟେ ବିଜେଡିର ସବୁ ନେତା, ମନ୍ତ୍ରୀଙ୍କୁ ଗାନ୍ଧିଙ୍କ ତିନି ମାଙ୍କଡ଼ଙ୍କ ଫଟୋ ପଠାଇବ କଂଗ୍ରେସ...
ଖାଲି ଜମି ମାଫିଆ ନୁହେଁ ASI ଦ୍ୱାରା ସଂରକ୍ଷିତ ଐତିହ୍ୟ ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜରକୁ ନେଇ ତୀବ୍ର ପ୍ରତିକ୍ରିୟା...ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI...