ସମୟ ଯେତେ ବଢ଼ୁଛି ଏମାନଙ୍କ ଉପରେ ସନ୍ଦେହ ଅଧିକ ଘନିଭୂତ ହେବାରେ ଲାଗିଛି। ଆଉ ଏହାରି ଭିତରେ ପୋଲିସ୍ ହାତରେ ଲାଗିଛି କିଛି ଚାଞ୍ଚଲ୍ୟକର ତଥ୍ୟ। ଶୁଭଲକ୍ଷ୍ମୀଙ୍କ ଗୋଟିଏ ଫୋନର କଲ୍ ଡିଟେଲ୍ ରେକର୍ଡ-CDRର ଯାଞ୍ଚ ବେଳେ ମିଳିଛି ଏକ ଭିଡିଓର ସୁରାକ୍। କୁହାଯାଉଛି, ଶୁଭଲକ୍ଷ୍ମୀଙ୍କ ଏକ MMSକୁ ନେଇ ତାଙ୍କୁ ମିଳୁଥିଲା ଧମକ । ବାରମ୍ବାର ଫୋନରେ କିଛି ନିର୍ଦ୍ଦିଷ୍ଟ ନମ୍ବରରୁ ବ୍ଲାକମେଲ୍ କରାଯାଉଥିଲା । ହ୍ୱାଟସଆପ୍ ମେସେଞ୍ଜର ଚାଟ୍ କୁ ଯାଞ୍ଚ କରିବା ପରେ ଆହୁରି ଅନେକ ତଥ୍ୟ ପୋଲିସ୍ ହାତରେ ଲାଗିଛି। ଫୋନରେ ଶୁଭଲକ୍ଷ୍ମୀଙ୍କ ଚାଟ୍ ଥିବା ବେଳେ ଆରପଟର ମେସେଜ୍ ଡିଲିଟ୍ କରାଯାଇଛି, ତେଣୁ ଏନେଇ ସନ୍ଦେହ ଅଧିକ ବଢ଼ିଛି।
Published By: Tanmay Kumar Mahalik
Last updated: 10 August 2023, 10:13 PM IST
ଗମ୍ଭୀରଙ୍କୁ ମୁକ୍ତ କରିବା ପରେ କୌଣସି ସମ୍ପର୍କୀୟ ତାଙ୍କୁ ଜେଲରୁ ନେବାକୁ ଆସି ନଥିଲେ। ଗମ୍ଭୀର ସିଂହ ଖଣ୍ଡୌଲିରେ ରହୁଥିବା ତାଙ୍କ ଶ୍ୱଶୁରଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଆସିବାକୁ ମନା କରିଥିଲେ। ବାହାରକୁ ଆସିବା ପରେ ତାଙ୍କ ପାଖରେ ମାତ୍ର ୩୦୦ ଟଙ୍କା ଥିଲା। ଏହି ରାଶି ତାଙ୍କୁ ଜେଲରେ ଥିବା ତାଙ୍କ ସାଥୀ କଏଦୀ ରାଜବୀର ଏବଂ ବିଜୟ ଦେଇଥିଲେ।